ଏମାନେ ହେବେ ମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେବି ସିଂହଦେଓ ଓ ପ୍ରଭାତି ପରିଡ଼ା।

ଏମାନେ ହେବେ ମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେବି ସିଂହଦେଓ ଓ ପ୍ରଭାତି ପରିଡ଼ା। ସେହିପରି ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ଶପଥ ନେବେ। ତେବେ କେଉଁ ମାନେ ମନ୍ତ୍ରୀ ହେବେ ସେ ନେଇ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। କିନ୍ତୁ ପରମ୍ପରା ମୁତାବକ ଯେଉଁ ବିଧାୟକ ମାନଙ୍କ ପାଖକୁ ଫୋନ୍‌ କଲ ଯାଏ ସେଇ ମାନଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ କୁହାଯାଇଥାଏ। ଆଜି ବିଜେପିର ଯେଉଁ ବିଧାୟକ ମାନେ ଫୋନ୍‌ କଲ ପାଇଛନ୍ତି, ସେମାନେ ହେଉଛନ୍ତି- ରଣପୁର ବିଧାୟକ ସୁରମା ପାଢ଼ୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଗୋପାଳପୁର ବିଧାୟକ ବିଭୁତି ଜେନା, ପୃଥ୍ବୀରାଜ ହରିଚନ୍ଦନ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପାରାଦୀପ ବିଧାୟକ ସଂପଦ ସ୍ୱାଇଁ, ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡା ବିଧାୟକ ରବି ନାଏକ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, କଣ୍ଟାବାଂଜି ବିଧାୟକ ଲକ୍ଷ୍ମଣ ବାଗ ଓ ସୁରେଶ ପୁଜାରୀ।