ଏମିତି କଣ କଲେ ୟୁଟ୍ୟୁବର ଅନୀଶ ? ଭାବବିହ୍ବଳ ହେବା ସହ ପ୍ରଶଂସା କଲେ ଫ୍ୟାନ

ନୂଆଦିଲ୍ଲୀ ୭/୬: ପୁଣି ଫ୍ୟାନ୍ସଙ୍କ ଦିଲ୍‌ ଜିତିଛନ୍ତି ସୋସିଆଲ ମିଡିଆ ଇନଫ୍ଲ୍ୟୁଏନସର ଅନୀଶ ଭଗତ ।ଏଥର ଜଣେ  ସିକ୍ୟୁରିଟି ଗାର୍ଡଙ୍କୁ ଶ୍ରୀରାମ ମନ୍ଦିର ବୁଲାଇ ତାଙ୍କ ମନୋସ୍କାମନା ପୂରଣ କରିଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।ଆଉ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଅନୀଶ ନିଜ ସୋସାଇଟିର ସିକ୍ୟୁରିଟି ଗାର୍ଡ ‘ବ୍ୟାସ ଜୀ’ଙ୍କୁ ଦେଖାଇଛନ୍ତି । ଆଉ ପଚାରିଛନ୍ତି ୬୫ ବର୍ଷ ବୟସରେ ବି ଆପଣ କାହିଁକି କାମ କରୁଛନ୍ତି । ଆଉ ଗାର୍ଡ ଉତ୍ତରରେ କହିଛନ୍ତି ପୁଅ ଘରୁ ବାହାର କରିଦେଇଥିବାରୁ ଗୁଜରାଣ ମେଣ୍ଟାଇବାକୁ କାମ କରୁଛି । ପୁଣି ଅନୀଶ ପଚାରିଛନ୍ତି ଯଦି ଗୋଟିଏ ଦିନ ମୁଁ ତମର ପୁଅ ହେବି ତମେ ମୋତେ କଣ ମାଗିବ । ଉତ୍ତରରେ ସିକ୍ୟୁରିଟି ଗାର୍ଡ କହିଛନ୍ତି ପୁଅ ସହ ଶ୍ରୀରାମ ମନ୍ଦିର ଯିବାକୁ ବହୁତ ଇଚ୍ଛା ଥିଲା । ଆଉ ବୃଦ୍ଧ ଗାର୍ଡଙ୍କ ଏହି ଇଚ୍ଛା ପୂରଣ କରିଛନ୍ତି ୟଟ୍ୟୁବର ଅନୀଶ । ଟିକେଟ ବୁକ କରି ଅଯୋଧ୍ୟାରେ ଶ୍ରୀରାମ ଦର୍ଶନ କରାଇଛନ୍ତି । ଆଉ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଆଉ ଭିଡିଓ ପୋଷ୍ଟ ହେଉ ହେଉ ଭିୟୁ,ଲାଇକ ବଢି ବଢି ଚାଲିଛି । ଅନେକ ଭାବ ବିହ୍ବଳ ହେବା ସହ ପ୍ରଶଂସାରେ ପୋତି ପକାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ମୋର ଗୋଟିଏ ବୋଲି ହାର୍ଟ,ତମେ ବାରମ୍ବାର କଣ ପାଇଁ ତାକୁ ଜିତୁଛ । ଆଉ ଜଣେ ଲେଖିଛନ୍ତି ତମେ ସତରେ ଜଣେ ଭଲ ମଣିଷ ।      

ଏମିତି କଣ କଲେ ୟୁଟ୍ୟୁବର ଅନୀଶ ? ଭାବବିହ୍ବଳ ହେବା ସହ ପ୍ରଶଂସା କଲେ ଫ୍ୟାନ

ନୂଆଦିଲ୍ଲୀ ୭/୬: ପୁଣି ଫ୍ୟାନ୍ସଙ୍କ ଦିଲ୍‌ ଜିତିଛନ୍ତି ସୋସିଆଲ ମିଡିଆ ଇନଫ୍ଲ୍ୟୁଏନସର ଅନୀଶ ଭଗତ ।ଏଥର ଜଣେ  ସିକ୍ୟୁରିଟି ଗାର୍ଡଙ୍କୁ ଶ୍ରୀରାମ ମନ୍ଦିର ବୁଲାଇ ତାଙ୍କ ମନୋସ୍କାମନା ପୂରଣ କରିଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।ଆଉ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଅନୀଶ ନିଜ ସୋସାଇଟିର ସିକ୍ୟୁରିଟି ଗାର୍ଡ ‘ବ୍ୟାସ ଜୀ’ଙ୍କୁ ଦେଖାଇଛନ୍ତି । ଆଉ ପଚାରିଛନ୍ତି ୬୫ ବର୍ଷ ବୟସରେ ବି ଆପଣ କାହିଁକି କାମ କରୁଛନ୍ତି । ଆଉ ଗାର୍ଡ ଉତ୍ତରରେ କହିଛନ୍ତି ପୁଅ ଘରୁ ବାହାର କରିଦେଇଥିବାରୁ ଗୁଜରାଣ ମେଣ୍ଟାଇବାକୁ କାମ କରୁଛି । 

ପୁଣି ଅନୀଶ ପଚାରିଛନ୍ତି ଯଦି ଗୋଟିଏ ଦିନ ମୁଁ ତମର ପୁଅ ହେବି ତମେ ମୋତେ କଣ ମାଗିବ । ଉତ୍ତରରେ ସିକ୍ୟୁରିଟି ଗାର୍ଡ କହିଛନ୍ତି ପୁଅ ସହ ଶ୍ରୀରାମ ମନ୍ଦିର ଯିବାକୁ ବହୁତ ଇଚ୍ଛା ଥିଲା । ଆଉ ବୃଦ୍ଧ ଗାର୍ଡଙ୍କ ଏହି ଇଚ୍ଛା ପୂରଣ କରିଛନ୍ତି ୟଟ୍ୟୁବର ଅନୀଶ । ଟିକେଟ ବୁକ କରି ଅଯୋଧ୍ୟାରେ ଶ୍ରୀରାମ ଦର୍ଶନ କରାଇଛନ୍ତି । ଆଉ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଆଉ ଭିଡିଓ ପୋଷ୍ଟ ହେଉ ହେଉ ଭିୟୁ,ଲାଇକ ବଢି ବଢି ଚାଲିଛି । ଅନେକ ଭାବ ବିହ୍ବଳ ହେବା ସହ ପ୍ରଶଂସାରେ ପୋତି ପକାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ମୋର ଗୋଟିଏ ବୋଲି ହାର୍ଟ,ତମେ ବାରମ୍ବାର କଣ ପାଇଁ ତାକୁ ଜିତୁଛ । ଆଉ ଜଣେ ଲେଖିଛନ୍ତି ତମେ ସତରେ ଜଣେ ଭଲ ମଣିଷ ।