ଏମିତି ବି ଆସିଥାଏ ମୃତ୍ୟୁ ? ଗାଡି ଧକ୍କାରେ ପୋଲ ତଳକୁ ପଡିଲେ ଖସି, ଜଳୁଥିବା ଜୁଇରେ ପଡି ଚାଲିଗଲା ଜୀବନ
ନୂଆଦିଲ୍ଲୀ ୧୬।୦୩ : ଭିନ୍ନ ଭିନ୍ନ ପ୍ରକାରର ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଖବର ଶୁଣିଥିବେ । କିନ୍ତୁ ଗୋପାଳଗଞ୍ଜରୁ ଏପରି ଏକ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ଟିକିଏ ଚକିତ ହୋଇଯିବେ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପାଇଁ ଔଷଧ ନେଇ ଫେରୁଥିବା ବେଳେ ଗାଡି ଦୁର୍ଘଟଣାରେ ପୋଲ ତଳକୁ ଖସିପଡିଥିଲେ । ଯାହାଫଳରେ ବ୍ୟକ୍ତି ଜଣଙ୍କ ପୋଲ ତଳେ ଜଳୁଥିବା ଜୁଇ ପଡିରେ ମୃତ୍ୟୁ ହୋଇଛି । ବାକି ଏହି ଦୁର୍ଘଟଣା ଅନ୍ୟ ଜଣେ ଗୁରୁତର ହୋଇଥିବା । ମୃତକ ଲାଲବେଗୀ ଗାଁର ଓକିଲ ପ୍ରସାଦ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗୋପାଳଗଞ୍ଜ ଜିଲ୍ଲା କୁଚାୟକୋଟ ଥାନାର ଦୋହା ପୋଲ ଉପରେ ଘଟିଛି । ଓକିଲ ପ୍ରସାଦ ଏବଂ ପୁତୁରା ଶିବ କୁମାର ଗୋଟିଏ ବାଇକ୍ରେ ଫେରୁଥିଲେ । ଶୁକ୍ରବାର ସଂଧ୍ୟା ସମୟରେ ଉତ୍ତରପ୍ରଦେଶ ତମକୁହୀ ଅଞ୍ଚଳରୁ ନିଜ ସ୍ତ୍ରୀଙ୍କ ପାଇଁ ଔଷଧ ନେଇ ଘରକୁ ଫେରୁଥିଲେ । ହେଲେ ଏହି ପୋଲ ଦେଇ ଫେରୁଥିବା ବେଳେ ଏକ ବଡ଼ ଖାଲରେ ପଡି ଭାରସାମ୍ୟ ହରାଇ ବସିଥିଲେ । ଠିକ୍ ଏହି ସମୟରେ ବିପରୀତ ଦିଗକୁ ଆସୁଥିବା ଏକ ଅଜଣା ଗାଡି ଉଭୟଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଓକିଲ ପ୍ରସାଦ ପୋଲ ତଳକୁ ଖସିପଡିଥିଲେ । ଯାହାଫଳରେ ପୋଲ ତଳେ ପୋଡାଯାଉଥିବା ଜୁଇରେ ପଡିଯାଇଥିଲେ । ଏପିରିକି ପୋଲ ତଳେ ପୋଡାଯାଉଥିବା ଜୁଇ ନିକଟରେ କେହି ନଥିବାରୁ ବୃଦ୍ଧ ଜଣଙ୍କ ଅଧାରୁ ଅଧିକ ପୋଡିଯାଇଥିଲେ ।
ନୂଆଦିଲ୍ଲୀ ୧୬।୦୩ : ଭିନ୍ନ ଭିନ୍ନ ପ୍ରକାରର ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଖବର ଶୁଣିଥିବେ । କିନ୍ତୁ ଗୋପାଳଗଞ୍ଜରୁ ଏପରି ଏକ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ଟିକିଏ ଚକିତ ହୋଇଯିବେ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପାଇଁ ଔଷଧ ନେଇ ଫେରୁଥିବା ବେଳେ ଗାଡି ଦୁର୍ଘଟଣାରେ ପୋଲ ତଳକୁ ଖସିପଡିଥିଲେ । ଯାହାଫଳରେ ବ୍ୟକ୍ତି ଜଣଙ୍କ ପୋଲ ତଳେ ଜଳୁଥିବା ଜୁଇ ପଡିରେ ମୃତ୍ୟୁ ହୋଇଛି । ବାକି ଏହି ଦୁର୍ଘଟଣା ଅନ୍ୟ ଜଣେ ଗୁରୁତର ହୋଇଥିବା । ମୃତକ ଲାଲବେଗୀ ଗାଁର ଓକିଲ ପ୍ରସାଦ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗୋପାଳଗଞ୍ଜ ଜିଲ୍ଲା କୁଚାୟକୋଟ ଥାନାର ଦୋହା ପୋଲ ଉପରେ ଘଟିଛି । ଓକିଲ ପ୍ରସାଦ ଏବଂ ପୁତୁରା ଶିବ କୁମାର ଗୋଟିଏ ବାଇକ୍ରେ ଫେରୁଥିଲେ । ଶୁକ୍ରବାର ସଂଧ୍ୟା ସମୟରେ ଉତ୍ତରପ୍ରଦେଶ ତମକୁହୀ ଅଞ୍ଚଳରୁ ନିଜ ସ୍ତ୍ରୀଙ୍କ ପାଇଁ ଔଷଧ ନେଇ ଘରକୁ ଫେରୁଥିଲେ । ହେଲେ ଏହି ପୋଲ ଦେଇ ଫେରୁଥିବା ବେଳେ ଏକ ବଡ଼ ଖାଲରେ ପଡି ଭାରସାମ୍ୟ ହରାଇ ବସିଥିଲେ । ଠିକ୍ ଏହି ସମୟରେ ବିପରୀତ ଦିଗକୁ ଆସୁଥିବା ଏକ ଅଜଣା ଗାଡି ଉଭୟଙ୍କ ବାଇକ୍କୁ ଧକ୍କା ଦେଇଥିଲା ।
ଯେଉଁଥିରେ ଓକିଲ ପ୍ରସାଦ ପୋଲ ତଳକୁ ଖସିପଡିଥିଲେ । ଯାହାଫଳରେ ପୋଲ ତଳେ ପୋଡାଯାଉଥିବା ଜୁଇରେ ପଡିଯାଇଥିଲେ । ଏପିରିକି ପୋଲ ତଳେ ପୋଡାଯାଉଥିବା ଜୁଇ ନିକଟରେ କେହି ନଥିବାରୁ ବୃଦ୍ଧ ଜଣଙ୍କ ଅଧାରୁ ଅଧିକ ପୋଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବାକି ଗୁରୁତର ଥିବା ପୁତୁରାଙ୍କ ଚିକିତ୍ସା ଚାଲିଛି ।
ସୂଚନାଯୋଗ୍ୟ ଯେ, ଦୁର୍ଘଟଣା ଘଟିଥିବା ପୋଲ ତଳେ ଏକ ଶ୍ମଶାନ ରହିଛି। ସେଠାରେ ସବୁଦିନ ଦୁଇ କିମ୍ବା ତିନୋଟି ଶବଦାହ ହୋଇଥାଏ। ଏପିରିକି ଦୁର୍ଘଟଣା ଘଟିବା ସମୟରେ ଏକ ଶବ ମଧ୍ୟ ପୋଡାଯାଉଥିଲା ।