ଏମିତି ହେଇପାରେ ରୟାଲ ଏନ୍ଫିଲ୍ଡ ଇଲେକ୍ଟ୍ରିକ ବାଇକର ଲୁକ୍: ମିଡିଆରେ ଲିକ୍ ହେଲା ମଡେଲ୍ ଫଟୋ
ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ ବାହନ ତିଆରି କରିବା ପାଇଁ ଅଟୋ କମ୍ପାନୀଗୁଡିକ ବେଶ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ, ବଜାଜ ଅଟୋ, ଟିଭିଏସ୍ ଏବଂ ହିରୋ ମୋଟୋକର୍ପ ପରି ବଡ ଦୁଇ ଚକିଆ କମ୍ପାନୀଗୁଡ଼ିକ ଇଲେକ୍ଟ୍ରିକ୍ ସ୍କୁଟର ତିଆରି କରି ସାରିଥିବା ବେଳେ ଏବେ ବୁଲେଟ ନିର୍ମାତା ରୟାଲଏନ୍ଫିଲ୍ଡ ଖୁବ୍ଶୀଘ୍ର ଇଲେକ୍ଟ୍ରିକ୍ ସେଗ୍ମେଣ୍ଟରେ ଏଣ୍ଟ୍ରି କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ନିଜର ଇଲେକ୍ଟ୍ରିକ ମୋଟରସାଇକେଲ୍ର ଡିଜାଇନ୍ ପ୍ୟାଟେଣ୍ଟ କରିଛି। ଯାହା ମିଡିଆରେ ଲିକ୍ ହୋଇଯାଇଛି। ସୂଚନାନୁସାରେ, କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଅଟୋ ଏକ୍ସପୋ ୨୦୨୫ରେ ଏହି ବାଇକ୍କୁ ପ୍ରଦର୍ଶନ କରିବ। ରୟାଲ୍ ଏନ୍ଫିଲ୍ଡ ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ରେ ଖାସ୍ କ’ଣ?ରୟାଲ୍ ଏନ୍ଫିଲ୍ଡ ନୂE ଇଲେକ୍ଟ୍ରିକ୍ ବାଇକ୍ର ପେଟେଣ୍ଟ୍ ଡିଜାଇନ୍ କୁ ଦେଖିଲେ ଲାଗୁଛି ଯେ ଏହା କମ୍ପାନୀର ଅନ୍ୟ ସବୁ ବାଇକ୍ ଅପେକ୍ଷା ପତଳା ହେବ। ଏହା ଏକ କ୍ରୁଜ୍ ଲୁକରେ ଆସିପାରେ। ନୂଆ ମଡେଲ୍ କମ୍ପାନୀର ୩୫୦ସିସି ରେଞ୍ଜ୍ ବାଇକ୍ ଭଲି ସମାନ ପାୱାର ରହିବ। ନୂଆ ମଡେଲ୍ ଏକ ନୂତନ ଫ୍ରେମ୍ ଉପରେ ଆଧାରିତ ହେବ, ଫଳରେ ବାଇକକୁ ଏକ ଷ୍ଟାଇଲିସ୍ ଲୁକ୍ ମିଳିବ ଓ ଭଲ ପ୍ରଦର୍ଶନ କରିବ। କାଳ୍ପନିକ ଫଟୋସିଙ୍ଗଲ ସିଟ୍ ଅଧିକ ଆରାମରୟାଲ୍ ଏନ୍ଫିଲ୍ଡ ନୂଆ ଇଲେକ୍ଟ୍ରିକ୍ ବାଇକ୍ରେ ଗୋଟିଏ ସିଟ୍ ରହିବ। ଫଳରେ ଏହି ଆରାମଦାୟକ ହେବ ବୋଲି ଏକ୍ସପର୍ଟ କ
ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ ବାହନ ତିଆରି କରିବା ପାଇଁ ଅଟୋ କମ୍ପାନୀଗୁଡିକ ବେଶ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ, ବଜାଜ ଅଟୋ, ଟିଭିଏସ୍ ଏବଂ ହିରୋ ମୋଟୋକର୍ପ ପରି ବଡ ଦୁଇ ଚକିଆ କମ୍ପାନୀଗୁଡ଼ିକ ଇଲେକ୍ଟ୍ରିକ୍ ସ୍କୁଟର ତିଆରି କରି ସାରିଥିବା ବେଳେ ଏବେ ବୁଲେଟ ନିର୍ମାତା ରୟାଲଏନ୍ଫିଲ୍ଡ ଖୁବ୍ଶୀଘ୍ର ଇଲେକ୍ଟ୍ରିକ୍ ସେଗ୍ମେଣ୍ଟରେ ଏଣ୍ଟ୍ରି କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ନିଜର ଇଲେକ୍ଟ୍ରିକ ମୋଟରସାଇକେଲ୍ର ଡିଜାଇନ୍ ପ୍ୟାଟେଣ୍ଟ କରିଛି। ଯାହା ମିଡିଆରେ ଲିକ୍ ହୋଇଯାଇଛି। ସୂଚନାନୁସାରେ, କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଅଟୋ ଏକ୍ସପୋ ୨୦୨୫ରେ ଏହି ବାଇକ୍କୁ ପ୍ରଦର୍ଶନ କରିବ।
ରୟାଲ୍ ଏନ୍ଫିଲ୍ଡ ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ରେ ଖାସ୍ କ’ଣ?
ରୟାଲ୍ ଏନ୍ଫିଲ୍ଡ ନୂE ଇଲେକ୍ଟ୍ରିକ୍ ବାଇକ୍ର ପେଟେଣ୍ଟ୍ ଡିଜାଇନ୍ କୁ ଦେଖିଲେ ଲାଗୁଛି ଯେ ଏହା କମ୍ପାନୀର ଅନ୍ୟ ସବୁ ବାଇକ୍ ଅପେକ୍ଷା ପତଳା ହେବ। ଏହା ଏକ କ୍ରୁଜ୍ ଲୁକରେ ଆସିପାରେ। ନୂଆ ମଡେଲ୍ କମ୍ପାନୀର ୩୫୦ସିସି ରେଞ୍ଜ୍ ବାଇକ୍ ଭଲି ସମାନ ପାୱାର ରହିବ। ନୂଆ ମଡେଲ୍ ଏକ ନୂତନ ଫ୍ରେମ୍ ଉପରେ ଆଧାରିତ ହେବ, ଫଳରେ ବାଇକକୁ ଏକ ଷ୍ଟାଇଲିସ୍ ଲୁକ୍ ମିଳିବ ଓ ଭଲ ପ୍ରଦର୍ଶନ କରିବ।
କାଳ୍ପନିକ ଫଟୋ
ସିଙ୍ଗଲ ସିଟ୍ ଅଧିକ ଆରାମ
ରୟାଲ୍ ଏନ୍ଫିଲ୍ଡ ନୂଆ ଇଲେକ୍ଟ୍ରିକ୍ ବାଇକ୍ରେ ଗୋଟିଏ ସିଟ୍ ରହିବ। ଫଳରେ ଏହି ଆରାମଦାୟକ ହେବ ବୋଲି ଏକ୍ସପର୍ଟ କହୁଛନ୍ତି। ଡିଜାଇନ୍ ପେଟେଣ୍ଟକୁ ଦେଖିଲେ ଏହାର ବ୍ୟାଟେରୀ ପ୍ୟାକ୍ ପାଇଁ ମଧ୍ୟ ସମାନ ଫ୍ରେମ୍ ବ୍ୟବହାର ହେବ ବୋଲି ଲାଗୁଛି। କେବଳ ଏତିକି ନୁହେଁ, ଏଥିରେ ଦିଆଯାଇଥିବା ମୋଟର ୟୁନିଟ୍ ବାହାରକୁ ଦେଖାଯିବ ନାହିଁ। ତେଣୁ ବାକଇଟ୍ ଆହୁରି ଆକର୍ଷଣୀୟ ଦେଖାଯିବ।
ମଜଭୁତ ବ୍ରେକିଂ ବ୍ୟବସ୍ଥା
ରୟାଲ ଏନ୍ଫିଲ୍ଡ ଇଲେକ୍ଟ୍ରିକ୍ ବାଇକରେ ମଜଭୁତ ବ୍ରେକିଂ ବ୍ୟବସ୍ଥା ପାଇଁ ଏଥିରେ ଉଭୟ ଟାୟାରରେ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍ ଏବଂ ଡିସ୍କ ବ୍ରେକ୍ ସୁବିଧା ରହିବ। ପେଟେଣ୍ଟ ଚିତ୍ର ଅନୁଯାୟୀ ବେଲ୍ଟ ଡ୍ରାଇଭ ବାଇକର ଡାହାଣ ପାର୍ଶ୍ୱରେ ରହିବ। ଏହି ବାଇକ୍ ଖୁବ୍ଶୀଘ୍ର ଲଞ୍ଚ ହୋଇପାରେ। ବାଇକ୍ଟି ଡିଜାଇନ୍ କ୍ଲାସିକ୍ ଷ୍ଟାଇଲ ହୋଇପାରେ। ଏଥିରେ ଗୋଲାକାର ହେଡଲାଇଟ୍ ରହିବ। ଏହା ବ୍ୟତୀତ ଟର୍ଣ୍ଣ ଇଣ୍ଡିକେଟର ଏବଂ ORVM ଭଳି ଫିଛର ମିଳିବ। ଇଲେକ୍ଟ୍ରିକ ବାଇକ୍ର ଏକ ଡିଜିଟାଲ୍ ସ୍ପିଡୋମିଟର, ବ୍ଲୁଟୁଥ୍, ନାଭିଗେସନ୍, ହାଇ ସ୍ପିଡ୍ ଆଲର୍ଟ ଭଳି ସୁବିଧା ମିଳିବ।