ଏମିତି ହୋଇନି ସିଜ୍ ଫାୟାର, ଯାତ୍ରୀ ବିମାନଙ୍କୁ ଢାଲ କରି ପାକିସ୍ତାନ ଚଳାଇଥିଲା ‘ନ୍ୟୁକ୍ଲିୟର’ ଚାଲ୍

ନୂଆଦିଲ୍ଲୀ ୧୧।୫: ଭାରତ-ପାକ୍ ଉତ୍ତେଜନା ଏବେ ବିଶ୍ୱର ଚିନ୍ତା ବଢାଇ ଦେଇଛି। ଖାସ କରି ପାକିସ୍ତାନର ‘ନ୍ୟୁକ୍ଲିୟର ଚାଲ’ ଓ ଯାତ୍ରୀ ବିମାନକୁ ଢାଲ କରି ଆକ୍ରମଣ କରିବା ଘଟଣା ଉପରୁ ଭାରତ ପର୍ଦ୍ଦା ହଟାଇଛି। ଭାରତ-ପାକ ଉତ୍ତେଜନା  ଦୁଇ ଦେଶଙ୍କୁ ପରମାଣୁ ଯୁଦ୍ଧ ମୁହାଁରେ ଛିଡା କରିଦେଇଥିଲା। ଏହା ପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭଲ ଓ ବିଦେଶ ମନ୍ତ୍ରୀ ଡ.ଏସ.ଜୟଶଙ୍କର ପାକିସ୍ତାନର ବିପଦଜନକ ଚାଲକୁ ଆମେରିକା ଆଗରେ ଉଜାଗର କରିଥିଲେ। ଏହା ପରେ ଆମେରିକା ତତ୍କାଳ ହସ୍ତକ୍ଷେପ କରି ଯୁଦ୍ଧବିରତୀ ଲାଗୁ କରିଛି। ଭାରତ ଗୁଇନ୍ଦା ସୂଚନା ଆଧାରରେ ଦାବି କରିଛି ଯେ ପାକିସ୍ତାନ ତାର ପରମାଣୁ ଅସ୍ତ୍ରକୁ ମୁତୟନ କରିବାକୁ ବିପଦଜନକ ପଦକ୍ଷେପ ନେଇଛି। ତେବେ ଭାରତର ଗୁଇନ୍ଦା ଏଜେନ୍ସୀମାନେ ପାକିସ୍ତାନ ଡିଫେନ୍ସ ନେଟୱାର୍କରେ ହାଇଆଲର୍ଟ ମ୍ୟାସେଜକୁ ଧରିଥିଲେ। ଏଥିରୁ ସନ୍ଦେହ ହୋଇଥିଲା ପାକିସ୍ତାନର ଆଗାମୀ ଟାର୍ଗେଟ ହୁଏତ ଭାରତ ଉପରେ ନ୍ୟୁକ୍ଲିୟର ଆକ୍ରମଣ ହୋଇପାରେ। ଭାରତ ଦାବି କରିଛି ଯେ ପାକିସ୍ତାନ ତାର ଆଣବିକ ଅସ୍ତ୍ରଗୁଡିକୁ  ସରଗୋଧା ନିକଟରେ ଥିବା ପାହାଡରେ ଲୁଚେଇବାକୁ ଚେଷ୍ଟା କରିଥିଲା। ତେବେ ଭାରତ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଇଛି। ଏହା ପରେ ଭାରତ ସରଗୋଧା ନିକଟରେ ପାକିସ୍ତାନର ନ୍ୟୁକ୍ଲିୟର ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ କରିଥିଲା। ଏଣୁ ଆମେରିକା ତତ୍କାଳ ଯୁଦ୍ଧ ରୋକିବାକୁ

ଏମିତି ହୋଇନି ସିଜ୍ ଫାୟାର, ଯାତ୍ରୀ ବିମାନଙ୍କୁ ଢାଲ କରି ପାକିସ୍ତାନ ଚଳାଇଥିଲା ‘ନ୍ୟୁକ୍ଲିୟର’ ଚାଲ୍

ନୂଆଦିଲ୍ଲୀ ୧୧।୫: ଭାରତ-ପାକ୍ ଉତ୍ତେଜନା ଏବେ ବିଶ୍ୱର ଚିନ୍ତା ବଢାଇ ଦେଇଛି। ଖାସ କରି ପାକିସ୍ତାନର ‘ନ୍ୟୁକ୍ଲିୟର ଚାଲ’ ଓ ଯାତ୍ରୀ ବିମାନକୁ ଢାଲ କରି ଆକ୍ରମଣ କରିବା ଘଟଣା ଉପରୁ ଭାରତ ପର୍ଦ୍ଦା ହଟାଇଛି। ଭାରତ-ପାକ ଉତ୍ତେଜନା  ଦୁଇ ଦେଶଙ୍କୁ ପରମାଣୁ ଯୁଦ୍ଧ ମୁହାଁରେ ଛିଡା କରିଦେଇଥିଲା। ଏହା ପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭଲ ଓ ବିଦେଶ ମନ୍ତ୍ରୀ ଡ.ଏସ.ଜୟଶଙ୍କର ପାକିସ୍ତାନର ବିପଦଜନକ ଚାଲକୁ ଆମେରିକା ଆଗରେ ଉଜାଗର କରିଥିଲେ। ଏହା ପରେ ଆମେରିକା ତତ୍କାଳ ହସ୍ତକ୍ଷେପ କରି ଯୁଦ୍ଧବିରତୀ ଲାଗୁ କରିଛି। 

ଭାରତ ଗୁଇନ୍ଦା ସୂଚନା ଆଧାରରେ ଦାବି କରିଛି ଯେ ପାକିସ୍ତାନ ତାର ପରମାଣୁ ଅସ୍ତ୍ରକୁ ମୁତୟନ କରିବାକୁ ବିପଦଜନକ ପଦକ୍ଷେପ ନେଇଛି। ତେବେ ଭାରତର ଗୁଇନ୍ଦା ଏଜେନ୍ସୀମାନେ ପାକିସ୍ତାନ ଡିଫେନ୍ସ ନେଟୱାର୍କରେ ହାଇଆଲର୍ଟ ମ୍ୟାସେଜକୁ ଧରିଥିଲେ। ଏଥିରୁ ସନ୍ଦେହ ହୋଇଥିଲା ପାକିସ୍ତାନର ଆଗାମୀ ଟାର୍ଗେଟ ହୁଏତ ଭାରତ ଉପରେ ନ୍ୟୁକ୍ଲିୟର ଆକ୍ରମଣ ହୋଇପାରେ। ଭାରତ ଦାବି କରିଛି ଯେ ପାକିସ୍ତାନ ତାର ଆଣବିକ ଅସ୍ତ୍ରଗୁଡିକୁ  ସରଗୋଧା ନିକଟରେ ଥିବା ପାହାଡରେ ଲୁଚେଇବାକୁ ଚେଷ୍ଟା କରିଥିଲା। ତେବେ ଭାରତ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଇଛି। 

ଏହା ପରେ ଭାରତ ସରଗୋଧା ନିକଟରେ ପାକିସ୍ତାନର ନ୍ୟୁକ୍ଲିୟର ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ କରିଥିଲା। ଏଣୁ ଆମେରିକା ତତ୍କାଳ ଯୁଦ୍ଧ ରୋକିବାକୁ ଉଦ୍ୟମ କରିଥିଲା। ଭାରତ ଏହା ମଧ୍ୟ ଉଜାଗର କରିଥିଲା ଯେ  ଭାରତ ବିରୋଧରେ ପାକିସ୍ତାନ ତାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଲୁଚାଇବାକୁ ଯାତ୍ରୀବାହୀ ଉଡାଜାହାଜଙ୍କୁ ଢାଲ ରୂପେ ବ୍ୟବହାର କରିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ୮ ମେ ରାତିରେ ନିଜ ଏରୋ ସ୍ପେସ୍ ରେ ଯାତ୍ରୀବାହୀ ବିମାନ ଉଡାଣକୁ ଅନୁମତି ଦେଇଥିଲା। ଅନ୍ୟପଟେ ତୁର୍କି ନିର୍ମିତ ଡ୍ରୋନରେ ଭାରତର ସୀମାବର୍ତ୍ତି ସହରାଞ୍ଚଳକୁ ଟାର୍ଗେଟ୍ କରିଥିଲା। 

ଏହି ପୁରା ଘଟଣାରେ  ଏନଏସଏ ଅଜିତ ଡୋଭାଲ ଓ ବିଦେଶ ମନ୍ତ୍ରୀ ଡ.ଏସ.ଜୟଶଙ୍କର ଆମେରିକୀୟ ଅଧିକାରୀଙ୍କୁ ପାକିସ୍ତାନର ଏହି ବିପଦଜନକ ରଣନୀତି ସମ୍ପର୍କରେ ସୂଚିତ କରିଥିଲେ। ବିଜନେସ୍ ଟୁଡେର ଏକ ରିପୋର୍ଟ ଅନୁସାରେ ଡୋଭଲ ଓ ଜୟଶଙ୍କରଙ୍କ ବ୍ରିଫିଙ୍ଗ ପରେ ଆମେରିକା ଏହି କଥାରେ ସହମତ ହୋଇଥିଲା ଯେ ପାକିସ୍ତାନୀ ସେନା ଯାତ୍ରୀବାହୀ ବିମାନଙ୍କୁ ଉପଯୋଗ କରି ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା। ଏହା ସହିତ ଆମେରିକା ଏହା ମଧ୍ୟ ସ୍ୱୀକାର କରିଥିଲା ଯେ ବିଶ୍ୱର ସୁରକ୍ଷାରେ ପାକିସ୍ତାନ ଏକ ବିପଦଜନକ ଦେଶ।