ଏମ୍ପି ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଅଭିଲିପ୍ସାଙ୍କୁ ସହାୟତା କରୁଥିଲେ ବିଜେଡିର ଅନେକ…
ଭୁବନେଶ୍ୱର,୧୨।୧: ବରଗଡ଼ର ଭାଜପା ଏମ୍ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ। ସବୁ ନିୟମକୁ ଖିଲାପ କରି ତାଙ୍କୁ କାମ ଦିଆଯାଇଛି। ଶହଶହ କୋଟି ଟଙ୍କା ଲୁଟ୍ ହୋଇଛି। ତେବେ ଯାହାଙ୍କ ଲିଙ୍କଥିଲା ସେମାନେ ସମସ୍ତେ ଅଭିଯୁକ୍ତ। ସମସ୍ତେ ତଦନ୍ତ ପରିସରଭୁକ୍ତ ହେବାକଥା। ତେବେ ପୂର୍ବତନ ମନ୍ତ୍ରୀ […] The post ଏମ୍ପି ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଅଭିଲିପ୍ସାଙ୍କୁ ସହାୟତା କରୁଥିଲେ ବିଜେଡିର ଅନେକ… appeared first on Dharitri Odia News.
ଭୁବନେଶ୍ୱର,୧୨।୧: ବରଗଡ଼ର ଭାଜପା ଏମ୍ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ। ସବୁ ନିୟମକୁ ଖିଲାପ କରି ତାଙ୍କୁ କାମ ଦିଆଯାଇଛି। ଶହଶହ କୋଟି ଟଙ୍କା ଲୁଟ୍ ହୋଇଛି। ତେବେ ଯାହାଙ୍କ ଲିଙ୍କଥିଲା ସେମାନେ ସମସ୍ତେ ଅଭିଯୁକ୍ତ। ସମସ୍ତେ ତଦନ୍ତ ପରିସରଭୁକ୍ତ ହେବାକଥା। ତେବେ ପୂର୍ବତନ ମନ୍ତ୍ରୀ କିଏ? ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚାଉଠୁଛି।
ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ କୁମାର ମହାନ୍ତି ଏବେ ଝାରପଡ଼ା ଜେଲରେ ଥିବାବେଳେ ସ୍ପେଶାଲ କ୍ରାଇମ୍ ୟୁନିଟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏପିରିକି ଉଭୟଙ୍କ ଠକେଇ ଗୁମର ଖୋଲିବାକୁ କ୍ରାଇମ୍ ୟୁନିଟ ୩ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ମଙ୍ଗଳବାର ଶେଷ ହୋଇଥିବାବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଇତିମଧ୍ୟରେ ଆୟକର ବିଭାଗ ହଂସିତା ଏବଂ ଅନିଲଙ୍କ ଘର, କାର୍ଯ୍ୟାଳୟ ସମେତ ୧୨ସ୍ଥାନରେ ଚଢ଼ାଉ କରି ତନାଘନା ଆରମ୍ଭ କରିଛି। ନନ୍ଦନକାନନ ରଘୁନାଥ ବିହାରରେ ଥିବା କର୍ପୋରେଟର ଅଫିସ ବନ୍ଦ ଥିବାରୁ ତାଲା କାଟି ଭିତରେ ପଶିବା ସହ ବହୁ କାଗତପତ୍ର ଜବତ କରିଛି। ସେହିପରି ଅନିଲ ରହୁଥିବା ଫ୍ଲାଟରେ ଡିଜିଟାଲ ଲକ୍ ବ୍ୟବସ୍ଥା ଥିବାରୁ ସେଠାରେ ଭିତରକୁ ପ୍ରବେଶ କରି ନ ପାରି ଆୟକର ଟିମ୍ ନିରାଶ ହୋଇ ଫେରିଛି। ବିନା ଋଣରେ ହଂସିତା ଦାମୀ କାର୍ କିଣିବା ସହ ସେମାନଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ତଥ୍ୟ ଆଧାରରେ ଆୟକର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ପୋର୍ସେ ଗାଡ଼ି କିଣି ପାର୍ଟନର ଅନିଲ ମହାନ୍ତିଙ୍କୁ ହଂସିତା ଜନ୍ମଦିନ ଉପହାର ଦେଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷେ ହଂସିତା କଳାହାଣ୍ଡି ନର୍ଲାର ହୋଇଥିବାବେଳେ ମୂଳ ନା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ବୋଲି ପୋଲିସ ଜାଣିବାକୁ ପାଇଛି। ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ବିଭିନ୍ନ ଦାବି ନେଇ ରାଜଧାନୀର ଲୋୟର ପିଏମ୍ଜିରେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଛି। ତେବେ ବିଷ୍ଣୁପ୍ରିୟା ହଠାତ କାହିଁକି ବଡ଼ବଡ଼ିଆଙ୍କୁ ଠକିବାକୁ ମନସ୍ଥ କଲେ ପୋଲିସ ରିମାଣ୍ଡରେ ଆଣି ତାହାର ତଥ୍ୟ ଓଗାଳିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ସେହିଭଳି ୨୦୧୮ରେ ଫାର୍ମା କମ୍ପାନୀ ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ବିଭିନ୍ନ ମାମଲାରୁ ନିଜକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ବିଷ୍ଣୁପ୍ରିୟା ୨୦୨୩ରେ ନିଜ ନାମ ହଂସିତାକୁ ସରକାରୀ କାଗଜାଦିରେ ପରିବର୍ତ୍ତନ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ, ହଂସିତା ରଘୁନାଥପୁରରେ ଏକ ଆପାର୍ଟମେଣ୍ଟରେ ଅନିଲଙ୍କ ସହ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ। ଅନିଲଙ୍କ ନାଁରେ ଦୁଇଟି କମ୍ପାନୀ ଥିବାବେଳେ ପଟିଆ ଅଞ୍ଚଳରେ ଏକ ଅଫିସ କରି ଲୋକମାନଙ୍କୁ ଠକୁଥିଲେ। ଏପରି କି ସେମାନେ ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚାମାଲ ଯୋଗାଇବା ପାଇଁ ଖଣିମାଲିକଙ୍କୁ ଟେଣ୍ଡର, ବିଲ୍ଡରଙ୍କୁ ଜମି, କୋଠା ଆପ୍ରୁଭାଲ କରାଇବା ଆଦି କହି ବଡ଼ବଡ଼ିଆଙ୍କୁ ଫସାଉଥିଲେ। ବଡ଼ବଡ଼ିଆଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ଫଟୋ ସହ ନିଜ ଫଟୋ ଏଡିଟ୍ କରି ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ।
The post ଏମ୍ପି ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଅଭିଲିପ୍ସାଙ୍କୁ ସହାୟତା କରୁଥିଲେ ବିଜେଡିର ଅନେକ… appeared first on Dharitri Odia News.