ଏମ୍ସ ନିଯୁକ୍ତିରେ ଦୁର୍ନୀତି: କିଏ ହୋଇଛି କୋଟିପତି?
କନକ ବ୍ୟୁରୋ: ଭୁବନେଶ୍ବର ଏମ୍ସରେ ପଶିଛି ସିବିଆଇ । ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଏହି ରେଡ ହୋଇଛି । ୨୦୨୩ରେ ୭୦୦ ପୋଷ୍ଟକୁ ନେଇ ଖୋଳତାଡ଼ ଚାଲିଛି । ଗୋଟିଏ ପରିବାରର ୫ଜଣ ଏମ୍ସରେ ସ୍ଥାୟୀ ନିଯୁକ୍ତି କେମିତି ପାଇଲେ ସେ ନେଇ ପ୍ରଶ୍ନ ଉଠିଛି । ଚଞ୍ଚକତା କରି ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ନିଯୁକ୍ତି ପ୍ରକ୍ରିୟା ନିୟମର ଉଲ୍ଲଂଘନ କରିଛି ଭୁବନେଶ୍ବର ଏମ୍ସ । ସିବିଆଇ ସ୍କାନରରେ ଏମ୍ସ ଭୁବନେଶ୍ୱର। ଯାହାକୁ ନେଇ ଦଲାଲଙ୍କ ଭିତରେ କୋକୁଆ ଭୟ। ଏକାଡେମିକ୍ ବ୍ଲକରେ ୫ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ। କାହିଁକି ନା ଏମ୍ସ ଭୁବନେଶ୍ୱରରେ ହୋଇଛି ବଡ ଘୋଟାଲା। ଯାହା ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଯୋଗ୍ୟତା ନୁହେଁ ବରଂ ଟଙ୍କା ଦେଇ ଚାକିରି କିଣୁଥିଲେ ଠିକା କର୍ମଚାରୀ। ଏମ୍ସ ଭୁବନେଶ୍ୱରରେ ନିଯୁକ୍ତି ନାଁରେ କୋଟି କୋଟି ଟଙ୍କା ଖାଇ ଦେଇଥିବା ସରକାରୀ କର୍ମଚାରୀଙ୍କୁ ଝାଳବୁହା ଜେରା କରି ବହୁ ଦସ୍ତାବିଜ ହାତେଇଛି ସିବିଆଇର ଏହି ସ୍ୱତନ୍ତ୍ର ଟିମ। ତଦନ୍ତରୁ ଜଣା ପଡିଛି କିଛି ଠିକା କର୍ମଚାରୀ ରାତାରାତି ଏମ୍ସର ସ୍ଥାୟୀ କର୍ମଚାରୀ ଭାବରେ ନିଯୁକ୍ତ ହୋଇଛନ୍ତି। ଯେଉଁ ମାନଙ୍କ ଘର ଓଡିଶା ହୋଇଥିବା ବେଳେ, ଠିକଣା ରହିଛି ଗାଜିଆବାଦ୍ ଓ ଗୋରଖପୁରର। ତେବେ ଜାଲ କାଗଜପତ୍ର ଏବଂ ମିଛ ଅଭିଜ୍ଞତା ସାର୍ଟିଫିକେଟ୍ ମାଧ୍ୟମରେ ଏହି ଚାକିରି ପାଇଛନ୍ତି। ଏକ ଘରୋଇ

କନକ ବ୍ୟୁରୋ: ଭୁବନେଶ୍ବର ଏମ୍ସରେ ପଶିଛି ସିବିଆଇ । ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଏହି ରେଡ ହୋଇଛି । ୨୦୨୩ରେ ୭୦୦ ପୋଷ୍ଟକୁ ନେଇ ଖୋଳତାଡ଼ ଚାଲିଛି । ଗୋଟିଏ ପରିବାରର ୫ଜଣ ଏମ୍ସରେ ସ୍ଥାୟୀ ନିଯୁକ୍ତି କେମିତି ପାଇଲେ ସେ ନେଇ ପ୍ରଶ୍ନ ଉଠିଛି । ଚଞ୍ଚକତା କରି ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ନିଯୁକ୍ତି ପ୍ରକ୍ରିୟା ନିୟମର ଉଲ୍ଲଂଘନ କରିଛି ଭୁବନେଶ୍ବର ଏମ୍ସ ।
ସିବିଆଇ ସ୍କାନରରେ ଏମ୍ସ ଭୁବନେଶ୍ୱର। ଯାହାକୁ ନେଇ ଦଲାଲଙ୍କ ଭିତରେ କୋକୁଆ ଭୟ। ଏକାଡେମିକ୍ ବ୍ଲକରେ ୫ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ। କାହିଁକି ନା ଏମ୍ସ ଭୁବନେଶ୍ୱରରେ ହୋଇଛି ବଡ ଘୋଟାଲା। ଯାହା ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଯୋଗ୍ୟତା ନୁହେଁ ବରଂ ଟଙ୍କା ଦେଇ ଚାକିରି କିଣୁଥିଲେ ଠିକା କର୍ମଚାରୀ। ଏମ୍ସ ଭୁବନେଶ୍ୱରରେ ନିଯୁକ୍ତି ନାଁରେ କୋଟି କୋଟି ଟଙ୍କା ଖାଇ ଦେଇଥିବା ସରକାରୀ କର୍ମଚାରୀଙ୍କୁ ଝାଳବୁହା ଜେରା କରି ବହୁ ଦସ୍ତାବିଜ ହାତେଇଛି ସିବିଆଇର ଏହି ସ୍ୱତନ୍ତ୍ର ଟିମ। ତଦନ୍ତରୁ ଜଣା ପଡିଛି କିଛି ଠିକା କର୍ମଚାରୀ ରାତାରାତି ଏମ୍ସର ସ୍ଥାୟୀ କର୍ମଚାରୀ ଭାବରେ ନିଯୁକ୍ତ ହୋଇଛନ୍ତି। ଯେଉଁ ମାନଙ୍କ ଘର ଓଡିଶା ହୋଇଥିବା ବେଳେ, ଠିକଣା ରହିଛି ଗାଜିଆବାଦ୍ ଓ ଗୋରଖପୁରର। ତେବେ ଜାଲ କାଗଜପତ୍ର ଏବଂ ମିଛ ଅଭିଜ୍ଞତା ସାର୍ଟିଫିକେଟ୍ ମାଧ୍ୟମରେ ଏହି ଚାକିରି ପାଇଛନ୍ତି।
ଏକ ଘରୋଇ କମ୍ପାନୀର ଆଉଟ ସୋର୍ସିଂ ମ୍ୟାନେଜର ସୃତି ସଂଗ୍ରାମ କର ଏମ୍ସ ପାଇଁ କର୍ମଚାରୀ ଯୋଗାଇଥାନ୍ତି। ତାଙ୍କ ପତ୍ନୀ ରାଜଶ୍ରୀ ପଣ୍ଡା, ଭାଇ ସାଇ ସଂଗ୍ରାମ କର, ସମ୍ପର୍କୀୟ ଭାଇ ସମ୍ବିତ ମିଶ୍ର ଓ ତାଙ୍କ ଭାଇ ସଂଗ୍ରାମ ମିଶ୍ରଙ୍କୁ ଏମ୍ସରେ ଠିକା କର୍ମଚାରୀ ଭାବେ ଚାକିରି କରାଇ ଥିଲେ। ପରବର୍ତି ସମୟରେ ଜାଲିଆତି କରି ସ୍ଥାୟୀ ଭାବେ ନିଯୁକ୍ତ କରାଇଥିଲେ। ଗୋଟିଏ ପରିବାରର ୫ ଜଣଙ୍କୁ ଏମ୍ସ ଭୁବନେଶ୍ୱରରେ ଚାକିରି କରାଇବା ନେଇ ସିବିଆଇରେ ମାଳମାଳ ପିଟିସନ ପଡିବା ପରେ, ତନାଘନା ଆରମ୍ଭ ହୋଇଛି। ସବୁଠାରୁ ବଡକଥା ହେଉଛି ୧ ଜୁଲାଇ ୨୦୨୩ରେ ୭୦୦ ପଦବି ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ସେଥି ମଧ୍ୟରୁ କେତେ ସିଟ୍ ପାଇଁ କେତେ କୋଟିର କାରବାର ହୋଇଛି। ଆଉ କାହା ଭାଗରେ କେତେ ପଡିଛି ତାର ଟିକନିକ୍ ତଥ୍ୟ ଲାଗିଛି ସିବିଆଇ ହାତରେ।
ଏଠାରେ ସବୁଠୁ ବଡ ପ୍ରଶ୍ନ
- ନିଯୁକ୍ତି ବେଳେ କ’ଣ କରୁଥିଲା ଏମ୍ସର ରିକ୍ୟୁଟମେଣ୍ଟ କମିଟି?
- ଠିକାସଂସ୍ଥା ସହ ମିଲିଭଗତରେ ସ୍ଥାୟୀ ଚାକିରି ପାଇଁ ଚାଲିଥିଲା କି ଡିଲ୍?
- ଟଙ୍କା ଦେଇ ଚାକିରି ପାଇଁ କିଏ ଦେଉଥିଲା ଅଫର୍?
- କିଏ ସାଜିଥିଲା ଦଲାଲ ଆଉ କେତେ ହୋଇଛନ୍ତି ମାଲାମାଲ?