ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି…

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ୍‌ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ପୀଡ଼ିତା ଜଣକ ସୋମବାର ଖଣ୍ଡଗିରି ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରବିବାର ବିଳମ୍ବିତ ରାତି ପ୍ରାୟ ୧.୩୦ ବେଳେ ନର୍ସିଂ ଅଫିସର ନାନୁରାମ ଚୌଧୁରୀ ୱାର୍ଡରେ ଥିବା ଡାକ୍ତର ଚାମ୍ବରକୁ ଡାକି ଏଭଳି କାଣ୍ଡ ଘଟାଇଥିବା ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ଏକ […] The post ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି… appeared first on Dharitri Odia News.

ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି…

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ୍‌ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ପୀଡ଼ିତା ଜଣକ ସୋମବାର ଖଣ୍ଡଗିରି ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରବିବାର ବିଳମ୍ବିତ ରାତି ପ୍ରାୟ ୧.୩୦ ବେଳେ ନର୍ସିଂ ଅଫିସର ନାନୁରାମ ଚୌଧୁରୀ ୱାର୍ଡରେ ଥିବା ଡାକ୍ତର ଚାମ୍ବରକୁ ଡାକି ଏଭଳି କାଣ୍ଡ ଘଟାଇଥିବା ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା (ନଂ.୫୧୪/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ଏମ୍ସ ମୁଖ୍ୟ ଫାଟକ ନିକଟରେ ସୋମବାର ସାରେ ପୀଡ଼ିତା ଆଟେଣ୍ଡାଣ୍ଟ୍‌ ଓ ତାଙ୍କ ସହକର୍ମୀମାନେ ଧାରଣା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ସହ ପୀଡିତାଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅସ୍ଥିଶଲ୍ୟ ବିଭାଗର ଡି-୫ ୱାର୍ଡରେ ପୀଡ଼ିତା ଡ୍ୟୁଟି କରନ୍ତି। ଡ୍ୟୁଟିରେ ଥିବାବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା। ରବିବାର ରାତିରେ ନର୍ସିଂ ଅଫିସର ନାନୁରାମ ୱାର୍ଡରେ ଥିବା ଡାକ୍ତର ଚାମ୍ବରକୁ ପୀଡ଼ିତା ଆଟେଣ୍ଡାଣ୍ଟ୍‌କୁ ଡାକିଥିଲେ। ସେ ଚାମ୍ବରକୁ ଯିବା ପରେ ଅଭିଯୁକ୍ତ ତାଙ୍କୁ ଟଣାଓଟରା କରି ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କ ହାତ ଧରିବା ସହ ଅଶ୍ଳିଳ ଇଙ୍ଗିତ କରିଥିଲେ। ଏହି ସମୟରେ ପୀଡ଼ିତା ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ଅଭିଯୁକ୍ତଙ୍କୁ ଧକ୍କା ମାରିବା ସହ ଚାମ୍ବରର ଡୋର୍‌ ଲକ୍‌ କରି ପଳାଇ ଆସିଥିଲେ। ଏହି ଘଟଣା ସମ୍ପର୍କରେ ପୀଡ଼ିତା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ଗଣମାଧ୍ୟମରେ କହିଛନ୍ତି। ତେବେ ଏନେଇ ଏମ୍ସ ଜନସମ୍ପର୍କ ଅଧିକାରୀ ରାଜକିଶୋର ଦାଶ କହିଛନ୍ତି, ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଆମକୁ ଜଣାଇଛନ୍ତି। ଆମ ପକ୍ଷରୁ ମଧ୍ୟରୁ ପୋଲିସକୁ ଜଣାଯାଇଛି। ଏନେଇ ଅନୁସନ୍ଧାନ କରାଯାଇ ନର୍ସିଂ ଅଫିସରଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏହି ଘଟଣାରେ ମାମଲା ରୁଜୁ କରାଯାଇ ପ୍ରାଥ

The post ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି… appeared first on Dharitri Odia News.