ଏଲନ୍ ମସ୍କଙ୍କ ପରେ ଇଭିଏମ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଜୁନ୍ ୪ରେ ଘୋଷିତ ହୋଇଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୩ ଟି ଆସନ ଜିତିଥିବାବେଳେ ଇଣ୍ଡିଆ ମେଣ୍ଟ ୨୩୨ ଆସନ ଜିତିଥିଲା। ଗତ କିଛି ବର୍ଷ ମଧ୍ୟରେ, ପ୍ରତ୍ୟେକ ନିର୍ବାଚନ ପରେ ଇଭିଏମ୍ ହ୍ୟାକିଂ ପ୍ରସଙ୍ଗ ନିଶ୍ଚିତ ଭାବେ ଉଠିଥାଏ, କିନ୍ତୁ ଏଥର ନିର୍ବାଚନ ଫଳାଫଳ ଘୋଷଣା ପରେ କେହି ଇଭିଏମ୍ ପ୍ରସଙ୍ଗ ଉଠାଇ ନାହାଁନ୍ତି। ତେବେ ବର୍ତ୍ତମାନ ଏହି ପ୍ରସଙ୍ଗ ପୁଣିଥରେ ଆଲୋଚନାକୁ ଆସିଛି ଏବଂ କଂଗ୍ରେସ ନେତା […]

ଏଲନ୍ ମସ୍କଙ୍କ ପରେ ଇଭିଏମ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ
'EVM is a black box in India, no permission to investigate

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଜୁନ୍ ୪ରେ ଘୋଷିତ ହୋଇଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୩ ଟି ଆସନ ଜିତିଥିବାବେଳେ ଇଣ୍ଡିଆ ମେଣ୍ଟ ୨୩୨ ଆସନ ଜିତିଥିଲା। ଗତ କିଛି ବର୍ଷ ମଧ୍ୟରେ, ପ୍ରତ୍ୟେକ ନିର୍ବାଚନ ପରେ ଇଭିଏମ୍ ହ୍ୟାକିଂ ପ୍ରସଙ୍ଗ ନିଶ୍ଚିତ ଭାବେ ଉଠିଥାଏ, କିନ୍ତୁ ଏଥର ନିର୍ବାଚନ ଫଳାଫଳ ଘୋଷଣା ପରେ କେହି ଇଭିଏମ୍ ପ୍ରସଙ୍ଗ ଉଠାଇ ନାହାଁନ୍ତି। ତେବେ ବର୍ତ୍ତମାନ ଏହି ପ୍ରସଙ୍ଗ ପୁଣିଥରେ ଆଲୋଚନାକୁ ଆସିଛି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଭିଏମ୍ ମାନଙ୍କୁ ବ୍ଲାକ୍‌ବାକ୍ସ ବୋଲି କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ଏଲନ୍ ମସ୍କଙ୍କ ବିବୃତ୍ତି ପରେ ସାମ୍ନାକୁ ଆସିଛି ଯେଉଁଥିରେ ସେ ହ୍ୟାକ୍ ବିପଦକୁ ଦର୍ଶାଇ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଯଥା ଇଭିଏମ୍ ମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ନକରିବାକୁ ପରାମର୍ଶ ଦେଇଛନ୍ତି।


ଶନିବାର ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସର ସିଇଓ ଏଲ୍‌ନ ମସ୍କ ଇଭିଏମ୍‌କୁ ନେଇ ଏକ ଚକିତ କଲା ଭଳି କରିଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଇଭିଏମ୍‌ ମେସିନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍‌କୁ ହ୍ୟାକ୍‌ କରାଯାଇପାରେ। ତେଣୁ ଏହାକୁ ହଟାଇବା ଜରୁରୀ। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଇଭିଏମ୍‌କୁ ହ୍ୟାକ୍‌ କରାଯାଇପାରେ ବୋଲି ସେ କହିଛନ୍ତି। ଏଥିସହ ଆମେରିକା ନିର୍ବାଚନରେ ଇଭିଏମ୍‌କୁ ହଟାଇବାକୁ ଦାବି କରିଛନ୍ତି।


ତେବେ ଏଲ୍‌ନ ମସ୍କଙ୍କ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ଗାନ୍ଧୀ ଇଭିଏମ୍‌କୁ ଏକ ବ୍ଲାକ ବକ୍ସ ବୋଲି କହିଛନ୍ତି। ସେ କହିଛନ୍ତି- ଭାରତ ଭଳି ଦେଶରେ ଏହାର ଅନୁସନ୍ଧାନ କରିବାକୁ କାହାକୁ ଅନୁମତି ନାହିଁ। ଏପରିକି ସେ କହିଛନ୍ତି- ମୁମ୍ବାଇ ଉତ୍ତର-ପଶ୍ଚିମ ଲୋକସଭା ଆସନରେ ଜିତିଥିବା ଶିବସେନା ସାଂସଦଙ୍କ ଜଣେ ସମ୍ପର୍କୀୟଙ୍କ ପାଖରେ ଏକ ଫୋନ୍ ଅଛି ଯେଉଁଥିରେ ଇଭିଏମ୍ ସହଜରେ ଖୋଲାଯାଇପାରିବ। ଇଭିଏମକୁ ନେଇ ଭାରତର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢୁଛି।

ସେପଟେ ଇଭିଏମ୍ ଉପରେ ମସ୍କ ପ୍ରଶ୍ନ ଉଠାଇବା ପରେ ପୂର୍ବତନ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସବୁ ଇଭିଏମକୁ ସମାନ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଭାରତର ଇଭିଏମ୍ ସହିତ ଅନ୍ୟ କୌଣସି କନେକଟିଭିଟି ନାହିଁ। ବ୍ଲୁ ଟୁଥ୍ ନାହିଁ କି ଇଣ୍ଟରନେଟ ନାହିଁ, ୱାଇ ଫାଇ ନାହିଁ । ପ୍ରଥମରୁ ଯାହା ପ୍ରୋଗ୍ରାମ କରି ରଖାଯାଇଛି, ତାକୁ ବଦଳାଇ ହେବ ନାହିଁ। ଜାଲିଆତି କରି ନ ହେବା ଭଳି ଇଭିଏମ୍ ଭାରତ ତିଆରି କରୁଛି। ଏହା ଥାର୍ଡ ଜେନେରେସନ ଇଭିଏମ୍ । କଟାକ୍ଷ କରି ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଏପରି ଇଭିଏମ୍ ତିଆରି ଆମେରିକାକୁ ଶିଖାଇବାକୁ ଭାରତ ରାଜି ଅଛି।