ଏଲିଅନ ପୃଥିବୀ ଉପରେ ଆକ୍ରମଣ କଲେ ମଣିଷଙ୍କ ହେବ କିଭଳି ଅବସ୍ଥା?…

ଓ୍ବାଶିଂଟନ,୨୮।୧ : ହଲିଉଡ ଚଳଚ୍ଚିତ୍ରରେ ଏପରି ଅନେକ ଜିନିଷ ଦେଖିବାକୁ ମିଳେ ଯେଉଁଠାରେ ଏଲଅନମାନେ ପୃଥିବୀ ଉପରେ ଆକ୍ରମଣ କରନ୍ତି। ହିରୋ ଏବଂ ତାଙ୍କ ଦଳ କିମ୍ବା ଆମେରିକୀୟ ସୈନ୍ୟ ଜଗତକୁ ବଞ୍ଚାଇବାରେ ସଫଳ ହୁଅନ୍ତି। କିନ୍ତୁ ଯଦି ଏଲିଅନମାନେ ପ୍ରକୃତରେ ମଣିଷଙ୍କ ଉପରେ ଆକ୍ରମଣ କରନ୍ତି ତେବେ କଣ ହେବ? ଆମେରିକାର ସୈନ୍ୟବାହିନୀ ବିଶ୍ୱକୁ ରକ୍ଷା କରିପାରିବ କି? ନିକଟରେ ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି) ଏକ ବିବୃତ୍ତିରେ ଏହା ସ୍ପଷ୍ଟ କରିଛି ଆମେରିକା ଏଭଳି […] The post ଏଲିଅନ ପୃଥିବୀ ଉପରେ ଆକ୍ରମଣ କଲେ ମଣିଷଙ୍କ ହେବ କିଭଳି ଅବସ୍ଥା?… appeared first on Dharitri Odia News.

ଏଲିଅନ ପୃଥିବୀ ଉପରେ ଆକ୍ରମଣ କଲେ ମଣିଷଙ୍କ ହେବ କିଭଳି ଅବସ୍ଥା?…

ଓ୍ବାଶିଂଟନ,୨୮।୧ : ହଲିଉଡ ଚଳଚ୍ଚିତ୍ରରେ ଏପରି ଅନେକ ଜିନିଷ ଦେଖିବାକୁ ମିଳେ ଯେଉଁଠାରେ ଏଲଅନମାନେ ପୃଥିବୀ ଉପରେ ଆକ୍ରମଣ କରନ୍ତି। ହିରୋ ଏବଂ ତାଙ୍କ ଦଳ କିମ୍ବା ଆମେରିକୀୟ ସୈନ୍ୟ ଜଗତକୁ ବଞ୍ଚାଇବାରେ ସଫଳ ହୁଅନ୍ତି। କିନ୍ତୁ ଯଦି ଏଲିଅନମାନେ ପ୍ରକୃତରେ ମଣିଷଙ୍କ ଉପରେ ଆକ୍ରମଣ କରନ୍ତି ତେବେ କଣ ହେବ? ଆମେରିକାର ସୈନ୍ୟବାହିନୀ ବିଶ୍ୱକୁ ରକ୍ଷା କରିପାରିବ କି? ନିକଟରେ ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି) ଏକ ବିବୃତ୍ତିରେ ଏହା ସ୍ପଷ୍ଟ କରିଛି ଆମେରିକା ଏଭଳି ଆକ୍ରମଣରୁ ନିଜକୁ ରକ୍ଷା କରିପାରିବ କି ନାହିଁ ତାହା ଅଜଣା।

ପୂର୍ବରୁ ୟୁଏଫଓ ଭାବରେ ଜଣାଶୁଣା ଅଜ୍ଞାତ ଆନାମୋର୍ଫିକ ଫେନୋମେନା (ୟୁଏପି) ର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଆମେରିକାର କ୍ଷମତାକୁ ବିଶ୍ଳେଷଣ କରିବା ପରେ ଏହି ବିବୃତ୍ତି ଦିଆଯାଇଛି। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଜୁଲାଇ ୨୦୨୨ରେ ସମାନ ମାମଲା ପାଇଁ ଅଲ ଡୋମେନ ଅନୋମାଲି ରିଜୋଲ୍ୟୁଶନ ଅଫିସ (ଆର୍‌ଓ) ଗଠନ କରିଥିଲା।

ବର୍ତ୍ତମାନ ଇନ୍ସପେକ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଦେଇଛି ଏଲିଅନଙ୍କ ଆକ୍ରମଣର ମୁକାବିଲା ପାଇଁ ଆମେରିକାର ପାଖରେ ପର୍ଯ୍ୟାପ୍ତ କ୍ଷମତା ନାହିଁ।

ବିବୃତ୍ତି ଅନୁଯାୟୀ, ଏଲିଅନମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କୌଣସି ବିପଦର ମୁକାବିଲା କରିବାକୁ ଡିଓଡି ସକ୍ଷମ ନୁହେଁ। ଏହା ସ୍ପଷ୍ଟ ଭାବରେ ସ୍ବୀକାର କରାଯାଇଛି ସାମରିକ ତଥା ଜାତୀୟ ନିରାପତ୍ତା ପ୍ରତି ଏପରି ବିପଦର ମୁକାବିଲା ପାଇଁ ଡିଓଡିର ଏକ ବିସ୍ତୃତ ଏବଂ ସମନ୍ବିତ ଆଭିମୁଖ୍ୟ ନାହିଁ।

The post ଏଲିଅନ ପୃଥିବୀ ଉପରେ ଆକ୍ରମଣ କଲେ ମଣିଷଙ୍କ ହେବ କିଭଳି ଅବସ୍ଥା?… appeared first on Dharitri Odia News.