ଏଲୋନ ମସ୍କଙ୍କୁ ବୁଦ୍ଧି ଶିଖାଇଲେ ବ୍ରାଜିଲ ଜଜ
ବ୍ରାସିଲିଆ,୩୧।୮: ବିଶ୍ୱର ସବୁଠୁ ବଡ ବିଲିୟନେୟାର ଏଲୋନ ମସ୍କ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ଘଟଣାହେଲା ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ବ୍ରାଜିଲରେ ଟେକ ବିଲିୟନେୟାରର ସୋସିଆଲ ମିଡିଆ ଜଏଣ୍ଟ ଏକ୍ସକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ନିଆଯାଇଥିବା ଏହି ପଦକ୍ଷେପ ଦୁଇ ଜଣଙ୍କ ମଧ୍ୟରେ ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ଭୁଲ ତଥ୍ୟକୁ ନେଇ ବିବାଦକୁ ବଢାଇ ଦେଇଛି। ଟେସଲା ଏବଂ ସ୍ପେସ ଏକ୍ସର ମାଲିକ ଥିବା ମସ୍କ ମଧ୍ୟ ଏଥିରେ କ୍ରୋଧିତ ହୋଇ ମୋରେସଙ୍କୁ ବିଚାରପତି […] The post ଏଲୋନ ମସ୍କଙ୍କୁ ବୁଦ୍ଧି ଶିଖାଇଲେ ବ୍ରାଜିଲ ଜଜ appeared first on Dharitri Odia News.
ବ୍ରାସିଲିଆ,୩୧।୮: ବିଶ୍ୱର ସବୁଠୁ ବଡ ବିଲିୟନେୟାର ଏଲୋନ ମସ୍କ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ଘଟଣାହେଲା ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ବ୍ରାଜିଲରେ ଟେକ ବିଲିୟନେୟାରର ସୋସିଆଲ ମିଡିଆ ଜଏଣ୍ଟ ଏକ୍ସକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ନିଆଯାଇଥିବା ଏହି ପଦକ୍ଷେପ ଦୁଇ ଜଣଙ୍କ ମଧ୍ୟରେ ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ଭୁଲ ତଥ୍ୟକୁ ନେଇ ବିବାଦକୁ ବଢାଇ ଦେଇଛି।
ଟେସଲା ଏବଂ ସ୍ପେସ ଏକ୍ସର ମାଲିକ ଥିବା ମସ୍କ ମଧ୍ୟ ଏଥିରେ କ୍ରୋଧିତ ହୋଇ ମୋରେସଙ୍କୁ ବିଚାରପତି ଭାବରେ କାର୍ଯ୍ୟ କରୁଥିବା ଜଣେ ମନ୍ଦ ଶାସକ ବୋଲି କହିଥିଲେ ଏବଂ ତାଙ୍କୁ ବ୍ରାଜିଲରେ ଗଣତନ୍ତ୍ର ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ମସ୍କ ଟୁଇଟରରେ ଲେଖିଛନ୍ତି ଯେ, ମୁକ୍ତ ବକ୍ତବ୍ୟ ଗଣତନ୍ତ୍ରର ମୂଳଦୁଆ ଏବଂ ବ୍ରାଜିଲର ଜଣେ ନିର୍ବାଚିତ ଛଦ୍ମ-ବିଚାରପତି ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ନଷ୍ଟ କରୁଛନ୍ତି।
ସୂଚନାଯୋଗ୍ୟ,ଏହି ମାମଲା ଏପ୍ରିଲରୁ ଆରମ୍ଭ ହୋଇଥିଲା। ଯେତେବେଳେ ମୋରିସ ‘ଏକ୍ସ’ ସମ୍ବନ୍ଧରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଭୁଲ ତଥ୍ୟ ବିସ୍ତାର କରୁଥିବା ଅନେକ ଆକାଉଣ୍ଟକୁ ପ୍ରୋତ୍ସାହିତ କରିଛି। ପ୍ରାରମ୍ଭରେ, ଏକ୍ସର ଗ୍ଲୋବାଲ ଟିମ ବ୍ରାଜିଲ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁସରଣ କରି ଅନେକ ଆକାଉଣ୍ଟକୁ ଅବରୋଧ କରିଥିଲେ। କିନ୍ତୁ ଯେଉଁ ଦଳ ଆକାଉଣ୍ଟକୁ ଅବରୋଧ କରିଥିଲେ ସେମାନେ କାହିଁକି ଅବରୋଧ କରିଛନ୍ତି ତାହା ଜଣାଇ ନାହାଁନ୍ତି। ସେମାନେ ସରକାରଙ୍କ କେଉଁ ନିୟମକୁ ଉଲ୍ଲଂଘନ କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା।
The post ଏଲୋନ ମସ୍କଙ୍କୁ ବୁଦ୍ଧି ଶିଖାଇଲେ ବ୍ରାଜିଲ ଜଜ appeared first on Dharitri Odia News.