ଏଲ୍‌ଓସିରେ ଅନୁପ୍ରବେଶ ବେଳେ ଭାରତୀୟ ସେନା ଦ୍ବାରା ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତ-ପାକିସ୍ତାନ ସୀମାନ୍ତ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଅନୁପ୍ରବେଶ ବେଳେ ଭାରତୀୟ ସେନା ଦ୍ବାରା ୩ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଫଳରେ ଏଲ୍‌ଓସି ଦେଇ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ବିଫଳ କରିଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନାରେ, ଅନୁପ୍ରବେଶକୁ ପ୍ରତିହତ କରିବା ନିମନ୍ତେ କୁପୱାରା ଜିଲ୍ଲାରେ ସେନାବାହିନୀ ପକ୍ଷରୁ ଅଭିଯାନ ଧନୁଷ-୨ ଆରମ୍ଭ କରାଯାଇଥିଲା। ଏହି କ୍ରମରେ ସକାଳେ ଏଲ୍‌ଓସିରେ ଭାରତୀୟ ସେନାର ଚିନାର୍‌ କର୍ପସ୍‌ର ଯବାନଙ୍କ ଏକ […]

ଏଲ୍‌ଓସିରେ ଅନୁପ୍ରବେଶ ବେଳେ ଭାରତୀୟ ସେନା ଦ୍ବାରା ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତ-ପାକିସ୍ତାନ ସୀମାନ୍ତ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଅନୁପ୍ରବେଶ ବେଳେ ଭାରତୀୟ ସେନା ଦ୍ବାରା ୩ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଫଳରେ ଏଲ୍‌ଓସି ଦେଇ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ବିଫଳ କରିଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନାରେ, ଅନୁପ୍ରବେଶକୁ ପ୍ରତିହତ କରିବା ନିମନ୍ତେ କୁପୱାରା ଜିଲ୍ଲାରେ ସେନାବାହିନୀ ପକ୍ଷରୁ ଅଭିଯାନ ଧନୁଷ-୨ ଆରମ୍ଭ କରାଯାଇଥିଲା। ଏହି କ୍ରମରେ ସକାଳେ ଏଲ୍‌ଓସିରେ ଭାରତୀୟ ସେନାର ଚିନାର୍‌ କର୍ପସ୍‌ର ଯବାନଙ୍କ ଏକ ଗୋଷ୍ଠୀ ପାଟ୍ରୋଲିଂ କରୁଥିଲେ। ଅନୁପ୍ରବେଶ ନିମନ୍ତେ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସହ ଭାରତୀୟ ଯବାନଙ୍କ ମୁହାଁମୁହିଁ ହୋଇଥିଲା। ପରେ ଉଭୟ ପଟରୁ ଗୁଳି ବିନିମୟ ହେବା ପରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।