ଏଲ୍‌ଟିଆର୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର,୨୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ(OSSC) ପକ୍ଷରୁ ଶିକ୍ଷକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି। ସିଲ୍‌ ନ ଥିବା ପ୍ରଶ୍ନପତ୍ରକୁ ନେଇ କେନ୍ଦ୍ରରେ ଅସନ୍ତୋଷ ଜାହିର କରିଛନ୍ତି ପରୀକ୍ଷାର୍ଥୀ। ଲିଭ ଟ୍ରେନିଂ ରିସର୍ଚ୍ଚ ଟିଚର (ଏଲ୍‌ଟିଆର) ପରୀକ୍ଷା ରବିବାର ସହରର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଜିଲାର ବିଭିନ୍ନ ବ୍ଲକରୁ ଶହଶହ ପରୀକ୍ଷାର୍ଥୀ ବ୍ରହ୍ମପୁରକୁ ଆସିଥିଲେ। ତେବେ ବ୍ରହ୍ମପୁରସ୍ଥିତ ସିଟି ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ସମୟରେ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା। କେନ୍ଦ୍ରରେ ପରୀକ୍ଷା ପ୍ରଶ୍ନପତ୍ର […] The post ଏଲ୍‌ଟିଆର୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗ appeared first on Dharitri Odia News.

ଏଲ୍‌ଟିଆର୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର,୨୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ(OSSC) ପକ୍ଷରୁ ଶିକ୍ଷକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି। ସିଲ୍‌ ନ ଥିବା ପ୍ରଶ୍ନପତ୍ରକୁ ନେଇ କେନ୍ଦ୍ରରେ ଅସନ୍ତୋଷ ଜାହିର କରିଛନ୍ତି ପରୀକ୍ଷାର୍ଥୀ। ଲିଭ ଟ୍ରେନିଂ ରିସର୍ଚ୍ଚ ଟିଚର (ଏଲ୍‌ଟିଆର) ପରୀକ୍ଷା ରବିବାର ସହରର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଜିଲାର ବିଭିନ୍ନ ବ୍ଲକରୁ ଶହଶହ ପରୀକ୍ଷାର୍ଥୀ ବ୍ରହ୍ମପୁରକୁ ଆସିଥିଲେ।

ତେବେ ବ୍ରହ୍ମପୁରସ୍ଥିତ ସିଟି ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ସମୟରେ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା। କେନ୍ଦ୍ରରେ ପରୀକ୍ଷା ପ୍ରଶ୍ନପତ୍ର ବଣ୍ଟନ ବେଳେ ନିୟମ ଅନୁଯାୟୀ ରହୁଥିବା ସିଲ୍‌ ନ ଥିଲା। ଏ ନେଇ ପରୀକ୍ଷାର୍ଥୀ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ପ୍ରଶ୍ନପତ୍ର ବଦଳି କରାଯାଇଥିଲା। ପ୍ରଶ୍ନପତ୍ରରୁ ସିଲ୍‌ ନ ଥିବାକୁ ନେଇ ପରୀକ୍ଷାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ କରିଛନ୍ତି ପରୀକ୍ଷାର୍ଥୀ। ଅନ୍ୟପକ୍ଷେ କେନ୍ଦ୍ର ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟ ଗୋପାଳ ମିଶ୍ରଙ୍କ କହିବାନୁସାରେ, କେନ୍ଦ୍ର ପକ୍ଷରୁ ସରକାରୀ ନିୟମ ଅନୁସାରେ ସମସ୍ତ କାମ କରାଯାଇଛି।

ପ୍ରଶ୍ନପତ୍ର ତ୍ରିସ୍ତରୀୟ ସୁରକ୍ଷାରେ ରହୁଛି। ପ୍ରଥମଟି ହେଲା ସଂସ୍ଥା ପକ୍ଷରୁ ଆସିବା ସମୟରେ ସିଲ୍‌ ରହୁଛି। ଦ୍ୱିତୀୟ କେନ୍ଦ୍ରରେ ପହଞ୍ଚିବା ପରେ ଶ୍ରେଣୀଗୃହରେ ପରୀକ୍ଷାର୍ଥୀଙ୍କ ସମ୍ମୁଖରେ ପ୍ୟାକେଟରେ ଥିବା ପ୍ରଶ୍ନପତ୍ରକୁ ସିଲ୍‌ ଖୋଲି ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଶେଷରେ ପରୀକ୍ଷା ଖାତାରେ ରହିଥିବା ସିଲ୍‌ ଦୁଇଟି ଖାତାରେ ପୂର୍ବରୁ ନାହିଁ ବୋଲି କେନ୍ଦ୍ରରେ ପିଲାମାନେ ଅଭିଯୋଗ କରିଥିଲେ ଯାହା ପରେ ଆମେ ଉପନିରୀକ୍ଷକଙ୍କ ଉପସ୍ଥିତିରେ ପରିବର୍ତ୍ତନ କରିଥିଲୁ ବୋଲି କହିଛନ୍ତି। ପ୍ରଶ୍ନପତ୍ରରେ ଟ୍ୟାମ୍ପରିଂ ହୋଇନାହିଁ। ଘଟଣା ବିଷୟରେ ଅଭିଯୋଗକାରୀ ଜିଲ୍ଲାପ୍ରଶାସନଙ୍କୁ ଅଗବତ କରାଇବା ପରେ କେନ୍ଦ୍ରରେ ବରିଷ୍ଠ ଅଧିକାରୀ ଓ ପୋଲିସ ପହଂଚି ତନାଘନା କରିଥିଲେ।

The post ଏଲ୍‌ଟିଆର୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗ appeared first on Dharitri Odia News.