ଏଲ୍‌ଭିଶଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ

ମାର୍ଚ୍ଚ ୧୭ ତାରିଖରେ ନଏଡା ପୁଲିସ ଏଲ୍‌ଭିଶ ଯାଦବଙ୍କୁ ସାପ ବିଷ ମାମଲାରେ ଗିରଫ କରିଥିଲା।

ଏଲ୍‌ଭିଶଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ

ବଢ଼ିଲା ବିଗ୍‌ବସ୍‌ ଓଟିଟି ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଅଡୁଆ। ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେବଳ ସେତିକି ନୁହେଁ ତାଙ୍କ ପାଖରେ ଥିବା ଦାମୀ କାର୍‌ର ମଧ୍ୟ ଯାଞ୍ଚ କରିବ ଇଡି। ଏଥିସହ ତାଙ୍କୁ ଇଡି ଜେରା ମଧ୍ୟ କରିପାରେ। ଏଲ୍‌ଭିଶ ଯାଦବଙ୍କ ସମେତ ବଡ ବଡ ହୋଟେଲ ରିସର୍ଟ ଓ ଫାର୍ମ ହାଉସ୍‌ ମାଲିକଙ୍କୁ ମଧ୍ୟ ଇଡି ଜେରା କରିବ।

ମାର୍ଚ୍ଚ ୧୭ ତାରିଖରେ ନିକଟରେ ନଏଡା ପୁଲିସ ଏଲ୍‌ଭିଶ ଯାଦବଙ୍କୁ ସାପ ବିଷ ମାମଲାରେ ଗିରଫ କରିଥିଲା। ଏବେ ଜାମିନ୍‌ରେ ଅଛନ୍ତି। ରେଭ୍‌ ପାର୍ଟିକୁ ସେ ସାପ ବିଷ ଯୋଗାଉଥିବା ନେଇ ଅଭିଯୋଗ ରହିଛି। ପୁଲିସକୁ ଉକ୍ତ ରେଭ୍‌ ପାର୍ଟିରୁ ୨୦ଏମ୍‌ଏଲ ବିଷୟ ମଧ୍ୟ ମିଳିଥିଲା। କେବଳ ସେତିକି ନୁହେଁ ସେ ନିଜ ଭିଡିଓରେ ସାପକୁ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ରହିଛି।

ଗତବର୍ଷ ନଭେମ୍ବରରେ ନଏଡାର ସେକ୍ଟର ୫୧ରେ ଥିବା ଏକ ବେଙ୍କ୍ୱେଟ୍‌ ହଲ୍‌ରେ ପୁଲ୍‌ ରେଡ୍‌ କରିଥିଲା। ଏଠାରେ ସାଫ ବିଷ ରାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଥିଲା। ସାପ ବିଷ ବିକ୍ରି ମାମଲାରେ ପୁଲିସ ସେତେବେଳେ ୪ ଜଣ ସାପୁଆଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ କୋବ୍ରା ସମେତ ନଟି ସାପ ଓ ବିଷ ଜବତ କରାଯାଇଥିଲା।

୨୦୨୩ ବର୍ଷ ଶେଷରେ, ପିପୁଲ୍ସ ଫର ଆନିମଲ୍ସ ସଂଗଠନର ଜଣେ ଅଧିକାରୀ ସେକ୍ଟର -୪୯ ପୁଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲେ ଯେଉଁଥିରେ ଏଲଭିଶ ଯାଦବ ଏବଂ ତାଙ୍କ ସହଯୋଗୀମାନେ ସାପ ବିଷ ବ୍ୟବହାର ଏବଂ କ୍ରୟ ତଥା ବିକ୍ରୟ କରୁଥିବା ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଉକ୍ତ ରେଭ୍‌ ପାର୍ଟିରେ ଚଢ଼ାଉ କରିଥିଲା।