ଏସବିଆଇ ଇଲେକ୍ଟୋରାଲ୍ ଡାଟା; ଫ୍ୟୁଚର ଗେମିଂ କମ୍ପାନୀ ଟିଏମସି ଓ ଡିଏମକେର ବଡ଼ ଚାନ୍ଦାଦାତା
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ଏସବିଆଇ ସୁପ୍ରିମକୋର୍ଟଙ୍କୁ ସମସ୍ତ ଡାଟା ପ୍ରଦାନ କରିଛନ୍ତି । ଏହାକୁ ନିର୍ବାଚନ କମିଶନ ନିର୍ବାଚନ ଆୟୋଗ ଓ୍ବେବସାଇଟରେ ଅପଲୋଡ୍ କରିଛନ୍ତି । ତେବେ ତାଲିକାରେ ନିର୍ବାଚନୀ ବଣ୍ଡ ଗୁମର ଖୋଲିଛି । ହାଇଦ୍ରାବାଦ ବେସ୍ କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଏଲଟିଡି ପ୍ରଥମ ସ୍ଥାନରେ ରହିଛି । ମେଲ୍ କମ୍ପାନୀ ଭାରତୀୟ ଜନତା ପାର୍ଟିକୁ ୫୮୪ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍ ପ୍ରଦାନ କରିଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ତାମିଲ୍ ନାଡ଼ୁର ଲଟେରୀ କିଙ୍ଗଙ୍କ ସାଣ୍ଟିଆଗୋ ମାର୍ଟିନଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସ୍ । ମାର୍ଟିନଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସ୍ ନିର୍ବାଚନୀ ଚାନ୍ଦା ଦାତାଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଲଟେରୀ କମ୍ପାନୀ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସକୁ ୫୪୨ କୋଟିର ବଣ୍ଡ୍ ପ୍ରଦାନ କରିଛନ୍ତି । ସେହିପରି ବିଜେପି, ଡିଏମକେ ଓ ଓ୍ବାଇଏସଆର୍ କଂଗ୍ରେସକୁ ମଧ୍ୟ ଚାନ୍ଦା ଦେଇଛି ଲଟେରୀ କିଙ୍ଗ୍ ସାଣ୍ଟିଆଗୋ ମାର୍ଟିନଙ୍କ କମ୍ପାନୀ । ଡିଏମକେକୁ ୫୦୦ କୋଟିର ଚାନ୍ଦା ଦେଇଛି କମ୍ପାନୀ । ଓ୍ବାଇଏସଆର୍ କଂଗ୍ରେସକୁ ୧୫୦ କୋଟିର ଚାନ୍ଦା, ବିଜେପିରୁ ପ୍ରାୟ ଶହେ କୋଟି, ଜାତୀୟ କଂଗ୍ରେସକୁ ୫୦ କୋଟି, ସିକ୍କିମ୍ ମୋର୍ଚ୍ଚ
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ଏସବିଆଇ ସୁପ୍ରିମକୋର୍ଟଙ୍କୁ ସମସ୍ତ ଡାଟା ପ୍ରଦାନ କରିଛନ୍ତି । ଏହାକୁ ନିର୍ବାଚନ କମିଶନ ନିର୍ବାଚନ ଆୟୋଗ ଓ୍ବେବସାଇଟରେ ଅପଲୋଡ୍ କରିଛନ୍ତି । ତେବେ ତାଲିକାରେ ନିର୍ବାଚନୀ ବଣ୍ଡ ଗୁମର ଖୋଲିଛି । ହାଇଦ୍ରାବାଦ ବେସ୍ କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଏଲଟିଡି ପ୍ରଥମ ସ୍ଥାନରେ ରହିଛି । ମେଲ୍ କମ୍ପାନୀ ଭାରତୀୟ ଜନତା ପାର୍ଟିକୁ ୫୮୪ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍ ପ୍ରଦାନ କରିଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ତାମିଲ୍ ନାଡ଼ୁର ଲଟେରୀ କିଙ୍ଗଙ୍କ ସାଣ୍ଟିଆଗୋ ମାର୍ଟିନଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସ୍ ।
ମାର୍ଟିନଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସ୍ ନିର୍ବାଚନୀ ଚାନ୍ଦା ଦାତାଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଲଟେରୀ କମ୍ପାନୀ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସକୁ ୫୪୨ କୋଟିର ବଣ୍ଡ୍ ପ୍ରଦାନ କରିଛନ୍ତି । ସେହିପରି ବିଜେପି, ଡିଏମକେ ଓ ଓ୍ବାଇଏସଆର୍ କଂଗ୍ରେସକୁ ମଧ୍ୟ ଚାନ୍ଦା ଦେଇଛି ଲଟେରୀ କିଙ୍ଗ୍ ସାଣ୍ଟିଆଗୋ ମାର୍ଟିନଙ୍କ କମ୍ପାନୀ । ଡିଏମକେକୁ ୫୦୦ କୋଟିର ଚାନ୍ଦା ଦେଇଛି କମ୍ପାନୀ । ଓ୍ବାଇଏସଆର୍ କଂଗ୍ରେସକୁ ୧୫୦ କୋଟିର ଚାନ୍ଦା, ବିଜେପିରୁ ପ୍ରାୟ ଶହେ କୋଟି, ଜାତୀୟ କଂଗ୍ରେସକୁ ୫୦ କୋଟି, ସିକ୍କିମ୍ ମୋର୍ଚ୍ଚାକୁ ୧୧ କୋଟି ଏବଂ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟକୁ ୫ କୋଟି ନିର୍ବାଚନୀ ଚାନ୍ଦା ଦେଇଥିବା ଇଲେକ୍ଟୋରାଲ୍ ବଣ୍ଡ୍ ତଥ୍ୟ ସାମ୍ନାକୁ ଆସିଛି ।
ଇଲେକ୍ଟୋରାଲ୍ ବଣ୍ଡ୍ ତଥ୍ୟ; ବିଜେପିର ବଡ଼ ଡୋନର୍ ହାଇଦ୍ରାବାଦ୍ ବେସ୍ କମ୍ପାନୀ
ମାର୍ଟିନଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସର ସବୁଠୁ ବଡ଼ ଚାନ୍ଦା ଗ୍ରହୀତା ହେଉଛନ୍ତି ଟିଏମସି ଏବଂ ଡିଏମକେ । ୨୦୨୧ରେ ଡିଏମକେ, ଓ୍ବାଇଏସଆର୍ କଂଗ୍ରେସ ଏବଂ କଂଗ୍ରେସକୁ ଇଲେକ୍ଟୋରାଲ୍ ବଣ୍ଡ ପ୍ରଦାନ କରିଛି । ସେହିପରି ୨୦୨୨ରେ ଡିଏମକେ, ଟିଏମସି, ବିଜେପି, ଓ୍ବାଇଏସଆର୍ କଂଗ୍ରେସକୁ ଚାନ୍ଦା ଦେଇଛି ଫ୍ୟୁଚର ଗେମିଂ କମ୍ପାନୀ । ସେହିପରି ୨୦୨୩ରେ ସିକ୍କିମ୍ କ୍ରାନ୍ତିଧାରୀ ମୋର୍ଚ୍ଚା, କଂଗ୍ରେସ, ଡିଏମକେ, ଟିଏମସି ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟକୁ ଇଲେକ୍ଟୋରାଲ୍ ବଣ୍ଡ୍ ଦାନ କରିଛି । ୨୦୧୯ରୁ ୨୦୨୩ ମଧ୍ୟରେ ମାର୍ଟିନଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସ୍ କମ୍ପାନୀ ମୋଟ୍ ୧,୩୬୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ଏସବିଆଇ ଠାରୁ କିଣିଛି ।