ଏସିଆ କପ୍ ଓ ୨୦୨୬ ଟି-୨୦ ବିଶ୍ଵକପ୍‌ରେ ପରସ୍ପର ବିରୋଧରେ ଖେଳିବେ ଭାରତ-ପାକିସ୍ତାନ ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ଉଚିତ୍ ଜବାବ ଦେଇଛି।ଭାରତର ପ୍ରହାରରେ ଅସ୍ତ୍ରବିରତିର ଗୁହାରି କରିଥିଲା ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ପ୍ରଭାବ କ୍ରୀଡ଼ା ଉପରେ ମଧ୍ୟ ପଡ଼ିଛି। ଏହା ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଜୁଲାଇରେ ସିଙ୍ଗାପୁରରେ ବାର୍ଷିକ ସମ୍ମିଳନୀ ହେବାକୁ ଯାଉଛି। ଏଥିରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ କ୍ରିକେଟ୍‌ର ଭବିଷ୍ୟତ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।Also read: ଇଂଲଣ୍ଡ ଗସ୍ତ ପାଇଁ U_19 ଭାରତୀୟ ଦଳ ଘୋଷଣା: ମାହାତ୍ରେ କ୍ୟାପଟେନ୍, ବୈଭବଙ୍କୁ ଚାନ୍ସଏହି ଚର୍ଚ୍ଚା ଜାରି ରହିଛି ଯେ, ଭାରତ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ରେ ଭାଗ ନେବ ନାହିଁ। ହେଲେ ବିସିସିଆଇ ଏମିତି ଚର୍ଚ୍ଚା ଓ କଳ୍ପନା ଜଳ୍ପନାକୁ ଖଣ୍ଡନ କରିଛି।  ଆସନ୍ତା ମାସରେ ଶ୍ରୀଲଙ୍କାରେ ହେବାକୁ ଥିବା ମହିଳା ଏସିଆ କପ୍‌ ଏହି କାଣରୁ ରଦ୍ଦ ହୋଇ ସାରିଛି। କାରଣ ଏଥିରେ ଭାରତ ଅଂଶଗ୍ରହଣ କରୁ ନ ଥିଲା। ଏମିତିର ସ୍ଥିତିରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଭାରତ-ପାକିସ୍ତାନ କ୍ରିକେଟ୍ର ଭବିଷ୍ୟତ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକ ଜୁଲାଇ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ଆୟୋଜନ ହେବ। ଦୁଇ ଦେଶ କେବଳ ଆଇସିସି ଓ ଏସିସି ଇଭେ

ଏସିଆ କପ୍ ଓ ୨୦୨୬ ଟି-୨୦ ବିଶ୍ଵକପ୍‌ରେ ପରସ୍ପର ବିରୋଧରେ ଖେଳିବେ ଭାରତ-ପାକିସ୍ତାନ ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ଉଚିତ୍ ଜବାବ ଦେଇଛି।ଭାରତର ପ୍ରହାରରେ ଅସ୍ତ୍ରବିରତିର ଗୁହାରି କରିଥିଲା ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ପ୍ରଭାବ କ୍ରୀଡ଼ା ଉପରେ ମଧ୍ୟ ପଡ଼ିଛି। ଏହା ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଜୁଲାଇରେ ସିଙ୍ଗାପୁରରେ ବାର୍ଷିକ ସମ୍ମିଳନୀ ହେବାକୁ ଯାଉଛି। ଏଥିରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ କ୍ରିକେଟ୍‌ର ଭବିଷ୍ୟତ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

Also read: ଇଂଲଣ୍ଡ ଗସ୍ତ ପାଇଁ U_19 ଭାରତୀୟ ଦଳ ଘୋଷଣା: ମାହାତ୍ରେ କ୍ୟାପଟେନ୍, ବୈଭବଙ୍କୁ ଚାନ୍ସ

ଏହି ଚର୍ଚ୍ଚା ଜାରି ରହିଛି ଯେ, ଭାରତ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ରେ ଭାଗ ନେବ ନାହିଁ। ହେଲେ ବିସିସିଆଇ ଏମିତି ଚର୍ଚ୍ଚା ଓ କଳ୍ପନା ଜଳ୍ପନାକୁ ଖଣ୍ଡନ କରିଛି।  ଆସନ୍ତା ମାସରେ ଶ୍ରୀଲଙ୍କାରେ ହେବାକୁ ଥିବା ମହିଳା ଏସିଆ କପ୍‌ ଏହି କାଣରୁ ରଦ୍ଦ ହୋଇ ସାରିଛି। କାରଣ ଏଥିରେ ଭାରତ ଅଂଶଗ୍ରହଣ କରୁ ନ ଥିଲା। ଏମିତିର ସ୍ଥିତିରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଭାରତ-ପାକିସ୍ତାନ କ୍ରିକେଟ୍ର ଭବିଷ୍ୟତ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକ ଜୁଲାଇ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ଆୟୋଜନ ହେବ। 

ଦୁଇ ଦେଶ କେବଳ ଆଇସିସି ଓ ଏସିସି ଇଭେଣ୍ଟରେ ପରସ୍ପର ବିପକ୍ଷରେ ମ୍ୟାଚ୍ ଖେଳିଥାନ୍ତି। ମାତ୍ର ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷ କାରଣରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ମୁକାବିଲା ବିପଦରେ ପଡ଼ି ଯାଇଛି। ଉଲ୍ଲେଖନୀୟ ୨୦୨୬ରେ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଟି-୨୦ ବିଶ୍ଵକପର ଆୟୋଜନ କରୁଛନ୍ତି। 

ବିସିସିଅଇର ସୂତ୍ର ଅନୁଯାୟୀ, ଏହି ପ୍ରସଙ୍ଗ ବାର୍ଷିକ ସମ୍ମିଳନୀରେ ଆଲୋଚନା ହେବା ପ୍ରାୟ ନିଶ୍ଚିତ ଲାଗୁଛି। କିନ୍ତୁ ଭାରତ ଓ ପାକିସ୍ତାନ ଆଇସିସିର ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବାର ସମ୍ଭାବନା କମ ରହିଛି। ଯଦି ଦୁଇ ଦେଶର ମୁକାବିଲା ହୁଏ ତାହା କେବଳ ନକଆଉଟ୍‌ରେ ସମ୍ଭବ ହୋଇପାରେ। ଉଲ୍ଲେଖନୀୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ସର୍ବଦା ଭାରତ ଓ ପାକିସ୍ତାନ ମଧ୍ୟରେ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ହୋଇଥାଏ।