ଏସିଡିଟି ହେଉଛି କି ? ଏହି ୫ଟି ଘରୋଇ ଉପାୟକୁ ଦେବ ମାତ୍...

ନୂଆଦିଲ୍ଲୀ ୦୪।୧୦: ବର୍ତ୍ତମାନ ସମୟରେ ସମସ୍ତଙ୍କ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଏସିଡିଟି । ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଆପଣାଇଥାନ୍ତି ଅନେକ ଉପାୟ । ଆଜି ଆସନ୍ତୁ ଜାଣିବା ୫ଟି ଘରୋଇ ଉପାୟରେ ଯାହା ଏସିଡିଟିକୁ ଦେବ ମାତ୍ । ନଡିଆ ପାଣିରେ ଭରପୁର ମାତ୍ରାରେ ରହିଥାଏ ଫାଇବର । ଏହା ପେଟ ଏସିଡ୍ରୁ ମୁକ୍ତି ଦେବାରେ କରିଥାଏ ସାହାଯ୍ୟ । ଏହା ପେଟକୁ ଥଣ୍ଡା ରଖିବାରେ ଏବଂ ଏସିଡିଟିରୁ ହେଉଥିବା ଜ୍ବଳନକୁ କମ୍ କରିବାରେ ହୋଇଥାଏ ସହାୟକ । ଆଲୋଭେରା ଜୁସରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏହା ହଜମ ପ୍ରକ୍ରିୟାକୁ ଆରାମ ଦେଇଥାଏ ଏବଂ ପେଟ ଏସିଡ୍ ଲକ୍ଷଣକୁ ହ୍ରାସ କରିଥାଏ । ଅଦାରେ ପ୍ରାକୃତିକ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏହା ହଜମ ପ୍ରକ୍ରିୟାରେ ଅମ୍ଳତାକୁ ହ୍ରାସ କରିବାରେ ସାହଯ୍ୟ କରିବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ । ଘୋଳଦହିରେ ଲାକ୍ଟିକ୍ ଏସିଡ୍ ରହିଥାଏ । ଏହା ପେଟର ଏସିଡ୍କୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ଏକ ପ୍ରୋ-ବାୟୋଟିକ୍ ଅଟେ । ଯାହା ପାଚନ ଶକ୍ତିକୁ ସୁଧାରିଥାଏ । ଲେମ୍ବୁ ଅମ୍ଲଯୁକ୍ତ, କିନ୍ତୁ ଏହା ମେଟାବୋଲିଜିମ୍ରେ ମିଳିଲେ କ୍ଷାରୀୟ ହୋଇଯାଏ । ଏହା ଶରୀରର ph ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ମହୁ ହଜମ ପ୍ରକ୍ରିୟାକୁ ଶାନ୍ତ କରିଥାଏ ଏବଂ ଅତ୍ୟଧିକ ଏସିଡ୍ରୁ ହେଉଥିବା ଜ୍ବଳନକୁ ଠିକ୍ କରିବାରେ କରିଥାଏ ସାହାଯ୍ୟ  ।

ଏସିଡିଟି ହେଉଛି କି ? ଏହି ୫ଟି ଘରୋଇ ଉପାୟକୁ ଦେବ ମାତ୍...

ନୂଆଦିଲ୍ଲୀ ୦୪।୧୦: ବର୍ତ୍ତମାନ ସମୟରେ ସମସ୍ତଙ୍କ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଏସିଡିଟି । ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଆପଣାଇଥାନ୍ତି ଅନେକ ଉପାୟ । ଆଜି ଆସନ୍ତୁ ଜାଣିବା ୫ଟି ଘରୋଇ ଉପାୟରେ ଯାହା ଏସିଡିଟିକୁ ଦେବ ମାତ୍ । 

ନଡିଆ ପାଣିରେ ଭରପୁର ମାତ୍ରାରେ ରହିଥାଏ ଫାଇବର । ଏହା ପେଟ ଏସିଡ୍ରୁ ମୁକ୍ତି ଦେବାରେ କରିଥାଏ ସାହାଯ୍ୟ । ଏହା ପେଟକୁ ଥଣ୍ଡା ରଖିବାରେ ଏବଂ ଏସିଡିଟିରୁ ହେଉଥିବା ଜ୍ବଳନକୁ କମ୍ କରିବାରେ ହୋଇଥାଏ ସହାୟକ । 

ଆଲୋଭେରା ଜୁସରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏହା ହଜମ ପ୍ରକ୍ରିୟାକୁ ଆରାମ ଦେଇଥାଏ ଏବଂ ପେଟ ଏସିଡ୍ ଲକ୍ଷଣକୁ ହ୍ରାସ କରିଥାଏ । 

ଅଦାରେ ପ୍ରାକୃତିକ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏହା ହଜମ ପ୍ରକ୍ରିୟାରେ ଅମ୍ଳତାକୁ ହ୍ରାସ କରିବାରେ ସାହଯ୍ୟ କରିବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ । 

ଘୋଳଦହିରେ ଲାକ୍ଟିକ୍ ଏସିଡ୍ ରହିଥାଏ । ଏହା ପେଟର ଏସିଡ୍କୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ଏକ ପ୍ରୋ-ବାୟୋଟିକ୍ ଅଟେ । ଯାହା ପାଚନ ଶକ୍ତିକୁ ସୁଧାରିଥାଏ । 

ଲେମ୍ବୁ ଅମ୍ଲଯୁକ୍ତ, କିନ୍ତୁ ଏହା ମେଟାବୋଲିଜିମ୍ରେ ମିଳିଲେ କ୍ଷାରୀୟ ହୋଇଯାଏ । ଏହା ଶରୀରର ph ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ମହୁ ହଜମ ପ୍ରକ୍ରିୟାକୁ ଶାନ୍ତ କରିଥାଏ ଏବଂ ଅତ୍ୟଧିକ ଏସିଡ୍ରୁ ହେଉଥିବା ଜ୍ବଳନକୁ ଠିକ୍ କରିବାରେ କରିଥାଏ ସାହାଯ୍ୟ  ।