ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି,୨୦ା୬ (ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମା ଅଞ୍ଚଳର ୩ ମାଓବାଦୀ ଗୁରୁବାର ମାଲକାନଗିରି ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ମାଓବାଦୀ ସଙ୍ଗଠନକୁ ସୂଚନା ଦେଉଥିଲେ। ତେବେ ସିଆରପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନଠାରୁ ଦୂରେଇ ଯାଇଥିଲେ। ସୂଚନା ଅନୁଯାୟୀ, ଏମାନେ ଛତିଶଗଡ଼ର ମାଓବାଦୀ ସଂଗଠନର ଦକ୍ଷିଣବସ୍ତର ଡିଭିଜନରେ କାର୍ଯ୍ୟରତ ଥିଲେ। ଏମାନଙ୍କ ମଧ୍ୟରୁ ଦେବା ନାମକ ମାଓବାଦୀ ୨୦୨୦ରେ ମାଓବାଦୀ ସଂଗଠନର ଗ୍ରାମରକ୍ଷା ଦଳରେ ସାମିଲ ହୋଇଥିବା ବେଳେ ଆଡ଼ମା […] The post ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ appeared first on Dharitri Odia News.

ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି,୨୦ା୬ (ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମା ଅଞ୍ଚଳର ୩ ମାଓବାଦୀ ଗୁରୁବାର ମାଲକାନଗିରି ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ମାଓବାଦୀ ସଙ୍ଗଠନକୁ ସୂଚନା ଦେଉଥିଲେ। ତେବେ ସିଆରପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନଠାରୁ ଦୂରେଇ ଯାଇଥିଲେ।

ସୂଚନା ଅନୁଯାୟୀ, ଏମାନେ ଛତିଶଗଡ଼ର ମାଓବାଦୀ ସଂଗଠନର ଦକ୍ଷିଣବସ୍ତର ଡିଭିଜନରେ କାର୍ଯ୍ୟରତ ଥିଲେ। ଏମାନଙ୍କ ମଧ୍ୟରୁ ଦେବା ନାମକ ମାଓବାଦୀ ୨୦୨୦ରେ ମାଓବାଦୀ ସଂଗଠନର ଗ୍ରାମରକ୍ଷା ଦଳରେ ସାମିଲ ହୋଇଥିବା ବେଳେ ଆଡ଼ମା ମିଲିସିଆ ଭାବେ ୨୦୧୯ରେ ସାମିଲ ହୋଇଥିଲେ। ସେହିଭଳି ମୁକା ମିଲିସିଆ ଭାବେ ୨୦୧୮ରେ ସାମିଲ ହୋଇଥିଲେ।

ବର୍ତ୍ତମାନ ଉଭୟ ରାଜ୍ୟର ପୋଲିସ ଦ୍ୱାରା ବ୍ୟାପକ କୋମ୍ବିଂ, ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ସହ କ୍ୟାଡର ମାଓବାଦୀଙ୍କ ନିର୍ଯାତନା ଯୋଗୁ ଆତ୍ମସମର୍ପଣ କରିଥିବା ଆତ୍ମସମର୍ପଣକାରୀ ମାଓବାଦୀମାନେ ପୋଲିସ ନିକଟରେ କହିଛନ୍ତି ।

The post ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ appeared first on Dharitri Odia News.