ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ…

ଜଳେଶ୍ବର,୧୪।୫( ନବୀନ ସାହୁ): ବାଲେଶ୍ୱର ଏସ୍‌ପଙ୍କି ବିରୋଧର ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଜଳେଶ୍ୱର ଏସ୍‌ଡିପିଓ ବ୍ରଜ ମୋହନ ପ୍ରଧାନ। ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ କରିବାକୁ ଧମକ ଦିଆଯାଇଥିବା ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଏ ନେଇ ତୁରନ୍ତ ସମାଧାନ କରା ନ ଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଜଳେଶ୍ୱର ଏସ୍‌ଡିପିଓ ଅଭିଯୋଗ କରିଛନ୍ତି ଯେ, ବାଲେଶ୍ୱର ଏସ୍‌ପି ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ […] The post ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ… appeared first on Dharitri Odia News.

ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ…

ଜଳେଶ୍ବର,୧୪।୫( ନବୀନ ସାହୁ): ବାଲେଶ୍ୱର ଏସ୍‌ପଙ୍କି ବିରୋଧର ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଜଳେଶ୍ୱର ଏସ୍‌ଡିପିଓ ବ୍ରଜ ମୋହନ ପ୍ରଧାନ। ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ କରିବାକୁ ଧମକ ଦିଆଯାଇଥିବା ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଏ ନେଇ ତୁରନ୍ତ ସମାଧାନ କରା ନ ଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଜଳେଶ୍ୱର ଏସ୍‌ଡିପିଓ ଅଭିଯୋଗ କରିଛନ୍ତି ଯେ, ବାଲେଶ୍ୱର ଏସ୍‌ପି ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ ପାଇଁ ଧମକ ଦେଇଥିଲେ। ଏମ୍‌ପି, ବିଧାୟକ, କଲେକ୍ଟର, ଏଡିଏମ, ସବ-କଲେକ୍ଟର, ସମସ୍ତ ତହସିଲଦାର, ସମସ୍ତ SDPO ଏବଂ ବାଲେଶ୍ୱର ଜଲାର ସମସ୍ତ ଆଇଆଇସିଙ୍କ ସମ୍ମୁଖରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ ନେଇ ଦାବି କରିଥିଲେ। ଏସପିଙ୍କ ଦାବି ଅନୁଯାୟୀ ଖଣି ବିଭାଗ ମାଧ୍ୟମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ ସୁପାରିଶ ପାଇଁ ତାଙ୍କ ବରୋଧରେ ସମାଧାନ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲା ପ୍ରଶାସନିକ ଅଧିକାରୀ, ବାଲେଶ୍ୱରର ସବ-କଲେକ୍ଟର ଏବଂ ବାଲେଶ୍ୱର କେତେକ ତହସିଲଦାର ତାଙ୍କୁ ଜିଲା ଛାଡିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକଳାପ ଯୋଗୁ ସେ ଜଲାରେ ତୀବ୍ର ଏବଂ ଗମ୍ଭୀର ବୈଷମ୍ୟତାର ସମ୍ମୁଖୀନ ହେଉଛନ୍ତି। ସେ ବାରମ୍ବାର ମନା କରିବା ସତ୍ତ୍ୱେ, ତାଙ୍କୁ ବର୍ତ୍ତମାନ ଏସ୍‌ଡିପିଓ ଦାୟିତ୍ୱରେ ଦିଆଯାଇଛି। ୫୮ ବର୍ଷ ବୟସରେ ସେ ଜଳେଶ୍ୱରରୁ ବାଲେଶ୍ୱର ଯିବା ଏବଂ ମୁଖ୍ୟାଳୟ କାର୍ଯ୍ୟାଳୟ କାର୍ଯ୍ୟରେ ଯୋଗଦେବା ପାଇଁ ଅସୁବିଧା ହେଉଛି।
ଏନେଇ ସେ ଗତ ୭ ତାରିଖରେ ପରବର୍ତ୍ତୀ ଉଚ୍ଚ କର୍ତ୍ତୃପକ୍ଷ, IGP, (ER), ବାଲେଶ୍ୱରଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିଲେ।
ଗତ ମାସ ୪ ତାରିଖରେ ସେ ଜଳେଶ୍ୱର ଏସଡିପିଓଙ୍କୁ ଦାୟିତ୍ୱରେ ରହିବା ପାଇଁ ଅସମର୍ଥତା ପ୍ରକାଶ କରିଥିଲେ। କାରଣ ତାଙ୍କୁ ମୁଖ୍ୟାଳୟ କାର୍ଯ୍ୟ ପାଇଁ କୌଣସି କମ୍ପ୍ୟୁଟର ଟାଇପିଷ୍ଟ ନିୟୋଜିତ କରାଯାଇ ନ ଥିଲା। ପରେ ବାଲେଶ୍ୱର ଏସ୍‌ପି ତାଙ୍କୁ ଚାକିରି ଛାଡିବାକୁ ଧମକ ଦେଇଥିଲେ। ଏବଂ କମ୍ପ୍ୟୁଟର ଟାଇପିଷ୍ଟ ନିୟୋଜିତ କରି ନ ଥିଲେ। ଯାହାକି ପକ୍ଷପାତିତା ଥିଲା।
ଏସଡିପିଓ ଦାବି କରିଛନ୍ତି ଯେ, ଏହି ପରିସ୍ଥିତିରେ ତାଙ୍କୁ ବାଲେଶ୍ୱର ଜିଲା ପୋଲିସ ଏବଂ ଜଳେଶ୍ୱର ଦାୟିତ୍ୱରେ ଥିବା ଏସଡିପିଓ ପଦରୁ ପ୍ରତ୍ୟାହାର କରାଯାଉ। ଯଦି ତାଙ୍କର ଅଭିଯୋଗର ତୁରନ୍ତ ସମାଧାନ ନ ହୁଏ, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସକାଳ ସମୟରେ ସେ ଅସୁସ୍ଥତା ଅନୁଭବ କରି ଜଳେଶ୍ୱର ଜିକେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ତାଙ୍କର ଅଭିଯୋଗ ଆଧାରରେ ଆଇଜି ସତ୍ୟଜିତ ନାୟକ ଦିନ ଗୋଟାଏରେ ତଦନ୍ତ ପାଇଁ ମଧ୍ୟ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ପହଞ୍ଚି ବ୍ରଜମୋହନ ପ୍ରଧାନଙ୍କୁ ଦେଖା କରିଥିଲେ ଏବଂ ପ୍ରତିକ୍ରିୟାରେ କହିଥିଲେ କି ଅଭିଯୋଗ ଆଧାରରେ ତଦନ୍ତ ହେବ। ମେଡିକାଲରେ ଜଳେଶ୍ୱର ଆଇଆଇସି ଜୟନ୍ତ ବେହେରା ଏବଂ ଏଏସଆଇ ମଧୁମିତା ସିଂ ଏବଂ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

The post ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ… appeared first on Dharitri Odia News.