ଏସ୍ବିଆଇ, ଓଏନ୍ଜିସିରୁ ଅଂଶଧନ ବିକିବେ ସରକାର!
ନୂଆଦିଲ୍ଲୀ : ସରକାର ୨ଟି ସରକାରୀ କମ୍ପାନୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଏବଂ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ (ଓଏନ୍ଜିସି)ର ଥିବା ନିଜ ଅଂଶଧନକୁ ବିକ୍ରି କରିପାରନ୍ତି। ଏବେ ସରକାରଙ୍କ ପାଖରେ ଏସ୍ବିଆଇର ୫୭.୪୯ ପ୍ରତିଶତ ଏବଂ ଓଏନ୍ଜିସିର ୫୮.୮୯ ପ୍ରତିଶତ ଅଂଶଧନ ରହିଛି। ରିପୋର୍ଟ ଅନୁଯାୟୀ ସରକାରୀ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରି କରିବା ପାଇଁ ସରକାରଙ୍କ କୌଣସି ଦ୍ବିଧା ନାହିଁ। ଏହା ସହିତ କମ୍ ଅଂଶଧନ (ମାଇନୋରିଟି ଷ୍ଟେକ) […]

ନୂଆଦିଲ୍ଲୀ : ସରକାର ୨ଟି ସରକାରୀ କମ୍ପାନୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଏବଂ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ (ଓଏନ୍ଜିସି)ର ଥିବା ନିଜ ଅଂଶଧନକୁ ବିକ୍ରି କରିପାରନ୍ତି। ଏବେ ସରକାରଙ୍କ ପାଖରେ ଏସ୍ବିଆଇର ୫୭.୪୯ ପ୍ରତିଶତ ଏବଂ ଓଏନ୍ଜିସିର ୫୮.୮୯ ପ୍ରତିଶତ ଅଂଶଧନ ରହିଛି। ରିପୋର୍ଟ ଅନୁଯାୟୀ ସରକାରୀ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରି କରିବା ପାଇଁ ସରକାରଙ୍କ କୌଣସି ଦ୍ବିଧା ନାହିଁ। ଏହା ସହିତ କମ୍ ଅଂଶଧନ (ମାଇନୋରିଟି ଷ୍ଟେକ) ରଖିବା ବିରୋଧରେ ମଧ୍ୟ ସରକାର ନାହାନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସୂଚନାଯୋଗ୍ୟ ଯେ କୌଣସି ଫାର୍ମରେ ୫୦ ପ୍ରତିଶତରୁ କମ୍ ଅଂଶଧନକୁ ମାଇନୋରିଟି ଷ୍ଟେକ କୁହାଯାଇଥାଏ। ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଡିପାର୍ଟମେଣ୍ଟ ଅଫ୍ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ (ଦିପମ) ଧିରେ ଧିରେ ବିପୁଳ ସରକାରୀ ସେୟାରକୁ ବଜାରରେ ଜାରି କରୁଛି। ଏପରି କରି ପ୍ରାଇଭେଟ ଓନରସିପ୍ ବଢ଼ାଇବାକୁ ପ୍ରୟାସ କରାଯାଉଛି। ସରକାର କମ୍ପାନୀ ଗୁଡିକର ମୂଲ୍ୟ ବୃଦ୍ଧିକୁ ସୁନିଶ୍ଚିତ କରିବାକୁ ଚାହାନ୍ତି।