ଏସ୍ସିବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ଦାବି ପୂରଣ ନ ହେଲେ…
କଟକ,୨୫ା୯(ଶିଳ୍ପା ପ୍ରିୟଦର୍ଶିନୀ): ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ଦଫା ଦାବିରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ସଂଘର ଏସ୍ସିବି ଶାଖା ପକ୍ଷରୁ ଏସ୍ସିବି ମେଡିକାଲର ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବୁଧବାର ନର୍ସିଂ ଅଫିସରମାନେ ଧାରଣା ଦେଇଛନ୍ତି। ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ଜାରି ରଖିଥିବା ବେଳେ ସରକାର ସଂଘର ଦାବି ପୂରଣ ନ କଲେ ଆସନ୍ତା ୨୬ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଏନେଇ ଓଡ଼ିଶା ନର୍ସିଂ କର୍ମଚାରୀ […] The post ଏସ୍ସିବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ଦାବି ପୂରଣ ନ ହେଲେ… appeared first on Dharitri Odia News.
କଟକ,୨୫ା୯(ଶିଳ୍ପା ପ୍ରିୟଦର୍ଶିନୀ): ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ଦଫା ଦାବିରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ସଂଘର ଏସ୍ସିବି ଶାଖା ପକ୍ଷରୁ ଏସ୍ସିବି ମେଡିକାଲର ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବୁଧବାର ନର୍ସିଂ ଅଫିସରମାନେ ଧାରଣା ଦେଇଛନ୍ତି। ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ଜାରି ରଖିଥିବା ବେଳେ ସରକାର ସଂଘର ଦାବି ପୂରଣ ନ କଲେ ଆସନ୍ତା ୨୬ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଏନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଏସ୍ସିବି ଶାଖାର ସଭାପତି ଝରଣା ଜେନା କହିଛନ୍ତି, ପୂର୍ବରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲୁ ଏବଂ ସେ ସମୟରେ ଆଲୋଚନା କରାଯାଇ ଏକମାସ ମଧ୍ୟରେ ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଏକମାସ ବିତିଯାଇଥିବା ବେଳେ କୌଣସି ଦାବି ପୂରଣ କରାଯାଇ ନାହିଁ। ଯେପରି ରୋଗୀଙ୍କ ସେବାରେ ଅସୁବିଧା ନ ହେବ ସେନେଇ ଏବେ ଜରୁରୀ ସେବା ଜାରି ରଖିଛୁ କିନ୍ତୁ ସରକାର ଦାବି ପୂରଣ ନ କଲେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ କରିବୁ।
ଅନ୍ୟପଟେ ମେଡିକାଲର ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଜରୁରୀକାଳିନ ସେବା ନର୍ସିଂ ଅଫିସରମାନେ ଯୋଗାଇ ଦେବାରେ ସହଯୋଗ କରିଛନ୍ତି। ଆନ୍ଦୋଳନକୁ ନଜରରେ ରଖି ମେଡିକାଲ ପକ୍ଷରୁ ବିଏସ୍ସି ତୃତୀୟ ଓ ଚତୁର୍ଥ ଶ୍ରେଣୀର ନର୍ସିଂ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ାଯାଇଛି। ଡାକ୍ତରଙ୍କୁ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି ଏବଂ ଏସ୍ସିବିରେ ରୋଗୀ ସେବାରେ ବାଧା ଉପୁଜି ନାହିଁ। ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍ ଓ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରତ୍ୟେକ ଓ୍ବାର୍ଡକୁ ଯାଇ ଯାଞ୍ଚ କରିଛନ୍ତି ବୋଲି ରାଉତ କହିଛନ୍ତି।
The post ଏସ୍ସିବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ଦାବି ପୂରଣ ନ ହେଲେ… appeared first on Dharitri Odia News.