ଏସ୍‌ସିବିରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଜୀବନ ଗଲା

କଟକ,୧୯ା୧: ଏସ୍‌ସିବି ମେଡିକାଲରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କର ଶୁକ୍ରବାର ଭୋର୍‌ରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୯ ତାରିଖରେ ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଜଣେ ରୋଗୀଙ୍କର ଏସ୍‌ସିବିରେ ପ୍ରଥମ ହାପଲୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଶୁଭ୍ରାଂଶୁଙ୍କ ସାନ ଭାଇଙ୍କ ଷ୍ଟେମ୍‌ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଏବଂ ତାଙ୍କ ସାନ ଭାଇଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ସାନଭାଇଙ୍କୁ […] The post ଏସ୍‌ସିବିରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଜୀବନ ଗଲା appeared first on Dharitri Odia News.

ଏସ୍‌ସିବିରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଜୀବନ ଗଲା

କଟକ,୧୯ା୧: ଏସ୍‌ସିବି ମେଡିକାଲରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କର ଶୁକ୍ରବାର ଭୋର୍‌ରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଜଣେ ରୋଗୀଙ୍କର ଏସ୍‌ସିବିରେ ପ୍ରଥମ ହାପଲୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଶୁଭ୍ରାଂଶୁଙ୍କ ସାନ ଭାଇଙ୍କ ଷ୍ଟେମ୍‌ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଏବଂ ତାଙ୍କ ସାନ ଭାଇଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ଶୁଭ୍ରାଂଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଥିଲା। ଏହା ଦେଖି ଡାକ୍ତରଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା। ମାତ୍ର ଆଜି ଭୋର୍‌ରୁ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

The post ଏସ୍‌ସିବିରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଜୀବନ ଗଲା appeared first on Dharitri Odia News.