ଏହା ‘କଳି ଯୁଗର ଅମୃତ କାଳ’, ବିନା ଯାଞ୍ଚରେ ଲୋକଙ୍କୁ ପଠାଯାଉଛି ଜେଲ: ମେହେବୁବା ମୁଫତି

ନୂଆଦିଲ୍ଲୀ,୩୧।୩: ଆଜି ଅର୍ଥାତ୍‌ ରବିବାର, ବିରୋଧୀ ଦଳ ଦିଲ୍ଲୀର ରାମଲିଲା ମଇଦାନରେ ଏକ ବଡ଼ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ମେଗା ରାଲିରେ କଂଗ୍ରେସ, ଏଏପି, ଏସପି, ଏନସିପି ସମେତ ୨୮ ଟି ଦଳର ନେତା ଅଂଶଗ୍ରହଣ କରିଥିଲେ। ଏଥିରେ ପିଡିପି ମୁଖ୍ୟ ମେହବୁବା ମୁଫତି ରାମଲିଲା ମଇଦାନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ମେଗା ରାଲିରେ ଯୋଗ ଦେଇ ମୁଫତି କହିଛନ୍ତି, ‘ଆଜି […] The post ଏହା ‘କଳି ଯୁଗର ଅମୃତ କାଳ’, ବିନା ଯାଞ୍ଚରେ ଲୋକଙ୍କୁ ପଠାଯାଉଛି ଜେଲ: ମେହେବୁବା ମୁଫତି appeared first on Dharitri Odia News.

ଏହା ‘କଳି ଯୁଗର ଅମୃତ କାଳ’, ବିନା ଯାଞ୍ଚରେ ଲୋକଙ୍କୁ ପଠାଯାଉଛି ଜେଲ: ମେହେବୁବା ମୁଫତି

ନୂଆଦିଲ୍ଲୀ,୩୧।୩: ଆଜି ଅର୍ଥାତ୍‌ ରବିବାର, ବିରୋଧୀ ଦଳ ଦିଲ୍ଲୀର ରାମଲିଲା ମଇଦାନରେ ଏକ ବଡ଼ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ମେଗା ରାଲିରେ କଂଗ୍ରେସ, ଏଏପି, ଏସପି, ଏନସିପି ସମେତ ୨୮ ଟି ଦଳର ନେତା ଅଂଶଗ୍ରହଣ କରିଥିଲେ। ଏଥିରେ ପିଡିପି ମୁଖ୍ୟ ମେହବୁବା ମୁଫତି ରାମଲିଲା ମଇଦାନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏହି ମେଗା ରାଲିରେ ଯୋଗ ଦେଇ ମୁଫତି କହିଛନ୍ତି, ‘ଆଜି ଦେଶ କଠିନ ସମୟ ଦେଇ ଗତି କରୁଛି। କୌଣସି ତଦନ୍ତ ବିନା ଲୋକଙ୍କୁ ଜେଲରେ ରଖାଯାଉଛି। ଏହା ହେଉଛି ‘କଳିଗୁଗର ଅମୃତ କାଳ’। ମୁଁ ଓମାର ଖାଲିଦ କିମ୍ବା ମହମ୍ମଦ ଜୁବୈରଙ୍କ ବିଷୟରେ କହୁ ନାହିଁ। ମୁଁ ଆପଣଙ୍କର ନିର୍ବାଚିତ ପ୍ରତିନିଧୀଙ୍କ ବିଷୟରେ କହୁଛି। ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ। ମୁଁ, ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା, ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ବନ୍ଦି ରଖାଯାଇଛି। ଯିଏ ଆଇନ ଉଲ୍ଲଂଘନ କରେ ସେ ଜଣେ ଦେଶଦ୍ରୋହୀ। ’
ସୂଚନାଯୋଗ୍ୟ, ରବିବାର ଦିଲ୍ଲୀର ଲିକର ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ସମସ୍ତ ବଡ ବିରୋଧୀଦଳର ନେତା ରାମଲିଲା ମଇଦାନରେ ଏକତ୍ରିତ ହୋଇଥିଲେ।
ଏଥି ସହ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀତଥା ଜାତୀୟ ସମ୍ମିଳନୀ ନେତା ଫାରୁକ ଅବଦୁଲ୍ଲା ଲୋକ ସଭା ନିର୍ବାଚନରେ ଇଣ୍ଡିଆ ଆଲାଇନ୍ସର ଦଳକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

The post ଏହା ‘କଳି ଯୁଗର ଅମୃତ କାଳ’, ବିନା ଯାଞ୍ଚରେ ଲୋକଙ୍କୁ ପଠାଯାଉଛି ଜେଲ: ମେହେବୁବା ମୁଫତି appeared first on Dharitri Odia News.