ଏହା ମୋ କ୍ୟାରିୟରର...ନ୍ୟୁଜିଲାଣ୍ଡଠୁ ଶୋଚନୀୟ ସିରିଜ୍ ପରାଜୟ ପରେ ରୋହିତଙ୍କ ବଡ଼ ବୟାନ

ମୁମ୍ବାଇ: ଭାରତୀୟ ଦଳର ଏହି ଶୋଚନୀୟ ପ୍ରଦର୍ଶନ ପାଇଁ ମୁଁ ନିଜକୁ ଦାୟୀ କରୁଛି। ଆମର ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ରହିଛି। ଏହା ମୋ କ୍ୟାରିୟରର ସବୁଠୁ ଖରାପ ପ୍ରଦର୍ଶନ। ଏହି ଲଜ୍ଜାଜନକ ପରାଜୟ ପାଇଁ ମୁଁ ନିଜକୁ ପୂରା ଦାୟୀ କରୁଛି। ମୁମ୍ବାଇ ଟେଷ୍ଟ ହାରିବା ପରେ ଏହା କହିଛନ୍ତି ରୋହିତ ଶର୍ମା। ନ୍ୟୁଜିଲାଣ୍ଡ ଭାରତୀୟ ମାଟିରେ ୩-୦ରେ ସିରିଜ୍ ଜିତି ଇତିହାସ ରଚିଛି। ଏହି ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳକୁ ଚାରି ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ମୁମ୍ବାଇ ଟେଷ୍ଟ ପରେ ରୋହିତ କହିଛନ୍ତି, ଏହି ପରାଜୟକୁ ଭୁଲିବା ସେତେ ସହଜ ନୁହେଁ। ଏହି ଧରଣର ପରାଜୟରୁ ମୁକୁଳିବା ପାଇଁ ସମୟ ଲାଗିଥାଏ। ଆମେ ପୂରା ସିରିଜରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛୁ। ମାତ୍ର ନ୍ୟୁଜିଲାଣ୍ଡ ଦମଦାର କ୍ରିକେଟ୍ ଖେଳିଛି। ଆମେ ପୂରା ସିରିଜରେ ତ୍ରୁଟି ପରେ ତ୍ରୁଟି କରିଛୁ।  Also read: ରୋହିତ ଶର୍ମାଙ୍କ ନାଁରେ ଲଜ୍ଜାଜନକ ରେକର୍ଡ, ଘରୋଇ ମାଟିରେ ଅଧିକ ଟେଷ୍ଟ ହାରିବାରେ ହେଲେ ଦ୍ଵିତୀୟ ଅଧିନାୟକରୋହିତ ଏହା ମଧ୍ୟ କହିଛନ୍ତି, ପ୍ରଥମ ଦୁଇଟି ଟେଷ୍ଟର ପ୍ରଥମ ଇନିଂସରେ ଅଧିକ ରନ କରିବାରେ ଆମେ ବିଫଳ ହେଲୁ, ଯାହାର ପରିଣାମ ଭୋଗିବାକୁ ପଡ଼ିଛି। ଯଦି  ପ୍ରଥମ ଇନିଂସରେ ବଡ଼ ସ୍କୋର କରିଥାନ୍ତୁ ତେବେ ଫଳାଫଳ ବୋଧହୁଏ ଭିନ୍ନ ହୋଇଥାନ୍ତା।କିନ୍ତୁ ତୃତୀୟ ଟେଷ୍ଟରେ ଦଳ ଲିଡ୍ କରିଥିଲା। କିନ୍ତୁ ୧୪୩ ରନ ଟାର୍ଗେଟ୍

ଏହା ମୋ କ୍ୟାରିୟରର...ନ୍ୟୁଜିଲାଣ୍ଡଠୁ ଶୋଚନୀୟ ସିରିଜ୍ ପରାଜୟ ପରେ ରୋହିତଙ୍କ ବଡ଼ ବୟାନ

ମୁମ୍ବାଇ: ଭାରତୀୟ ଦଳର ଏହି ଶୋଚନୀୟ ପ୍ରଦର୍ଶନ ପାଇଁ ମୁଁ ନିଜକୁ ଦାୟୀ କରୁଛି। ଆମର ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ରହିଛି। ଏହା ମୋ କ୍ୟାରିୟରର ସବୁଠୁ ଖରାପ ପ୍ରଦର୍ଶନ। ଏହି ଲଜ୍ଜାଜନକ ପରାଜୟ ପାଇଁ ମୁଁ ନିଜକୁ ପୂରା ଦାୟୀ କରୁଛି। ମୁମ୍ବାଇ ଟେଷ୍ଟ ହାରିବା ପରେ ଏହା କହିଛନ୍ତି ରୋହିତ ଶର୍ମା। 

ନ୍ୟୁଜିଲାଣ୍ଡ ଭାରତୀୟ ମାଟିରେ ୩-୦ରେ ସିରିଜ୍ ଜିତି ଇତିହାସ ରଚିଛି। ଏହି ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳକୁ ଚାରି ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ମୁମ୍ବାଇ ଟେଷ୍ଟ ପରେ ରୋହିତ କହିଛନ୍ତି, ଏହି ପରାଜୟକୁ ଭୁଲିବା ସେତେ ସହଜ ନୁହେଁ। ଏହି ଧରଣର ପରାଜୟରୁ ମୁକୁଳିବା ପାଇଁ ସମୟ ଲାଗିଥାଏ। ଆମେ ପୂରା ସିରିଜରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛୁ। ମାତ୍ର ନ୍ୟୁଜିଲାଣ୍ଡ ଦମଦାର କ୍ରିକେଟ୍ ଖେଳିଛି। ଆମେ ପୂରା ସିରିଜରେ ତ୍ରୁଟି ପରେ ତ୍ରୁଟି କରିଛୁ।  

Also read: ରୋହିତ ଶର୍ମାଙ୍କ ନାଁରେ ଲଜ୍ଜାଜନକ ରେକର୍ଡ, ଘରୋଇ ମାଟିରେ ଅଧିକ ଟେଷ୍ଟ ହାରିବାରେ ହେଲେ ଦ୍ଵିତୀୟ ଅଧିନାୟକ

ରୋହିତ ଏହା ମଧ୍ୟ କହିଛନ୍ତି, ପ୍ରଥମ ଦୁଇଟି ଟେଷ୍ଟର ପ୍ରଥମ ଇନିଂସରେ ଅଧିକ ରନ କରିବାରେ ଆମେ ବିଫଳ ହେଲୁ, ଯାହାର ପରିଣାମ ଭୋଗିବାକୁ ପଡ଼ିଛି। ଯଦି  ପ୍ରଥମ ଇନିଂସରେ ବଡ଼ ସ୍କୋର କରିଥାନ୍ତୁ ତେବେ ଫଳାଫଳ ବୋଧହୁଏ ଭିନ୍ନ ହୋଇଥାନ୍ତା।କିନ୍ତୁ ତୃତୀୟ ଟେଷ୍ଟରେ ଦଳ ଲିଡ୍ କରିଥିଲା। କିନ୍ତୁ ୧୪୩ ରନ ଟାର୍ଗେଟ୍ ହାସଲ କରିବାରେ ଆମେ ବିଫଳ ହେଲୁ।ଆମେ ଦଳଗତ ଭାବେ ସଂପୂର୍ଣ୍ଣ ଫେଲ୍ ମାରିଲୁ। ଏହି ଧରଣର ଟାର୍ଗେଟ୍ ପିଛା କରିବା ସମୟରେ ଆପଣଙ୍କୁ ରନ କରିବାକୁ ପଡ଼ିବ ବୋଲି ରୋହିତ କହିଛନ୍ତି।