ଏହି ଗଛ ଘରେ ଥିଲେ ; ହୋଇ ଯିବେ କାଙ୍ଗାଳ, ଲାଗି ରହିବ କଳହ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କେତେକ ଗଛ ରହିଛି, ଯାହାକୁ ଘରେ ରଖିଲେ କିମ୍ବା ବଗିଚାରେ ଲଗାଇଲେ ଘର ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦେଇଥାଏ। ବାସ୍ତୁ ଅନୁଯାୟୀ, ଏହି ଗଛ ଘରେ ରଖିବା ଦ୍ୱାରା କାଙ୍ଗାଳ କରି ଦେଇଥାଏ। ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଥାଏ। କଦାପି ମଧ୍ୟ ଘରେ କିମ୍ବା ବଗିଚାରେ କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ। ସାଜସଜ୍ଜା ପାଇଁ ମଧ୍ୟ ଏହାକୁ ରଖିବା ଉଚିତ ନୁହେଁ। ଏହି ଗଛ ରଖିବା ଦ୍ୱାରା ଘରେ […]

ଏହି ଗଛ ଘରେ ଥିଲେ ; ହୋଇ ଯିବେ କାଙ୍ଗାଳ, ଲାଗି ରହିବ କଳହ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କେତେକ ଗଛ ରହିଛି, ଯାହାକୁ ଘରେ ରଖିଲେ କିମ୍ବା ବଗିଚାରେ ଲଗାଇଲେ ଘର ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦେଇଥାଏ।
ବାସ୍ତୁ ଅନୁଯାୟୀ, ଏହି ଗଛ ଘରେ ରଖିବା ଦ୍ୱାରା କାଙ୍ଗାଳ କରି ଦେଇଥାଏ। ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଥାଏ।
କଦାପି ମଧ୍ୟ ଘରେ କିମ୍ବା ବଗିଚାରେ କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ। ସାଜସଜ୍ଜା ପାଇଁ ମଧ୍ୟ ଏହାକୁ ରଖିବା ଉଚିତ ନୁହେଁ।
ଏହି ଗଛ ରଖିବା ଦ୍ୱାରା ଘରେ ସର୍ବଦା ଅଶାନ୍ତି ଲାଗି ରହିବା ସହ ଦୁଃଶ୍ଚିନ୍ତା ଓ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।
ଘରର ବଗିଚାରେ କଦାପି ତେନ୍ତୁଳି ଗଛ ରଖନ୍ତୁ ନାହିଁ। କିମ୍ବା ଘର ନିକଟରେ ମଧ୍ୟ ଏହାକୁ ରଖନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ହୋଇଥାଏ। ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ତେନ୍ତୁଳି ଗଛ ଘରେ ଅଜଣା ଡର ଓ ଭୟର ବାତାବରଣ ସର୍ବଦା ସୃଷ୍ଟି କରିଥାଏ।
ଘରର ଐଶାନ୍ୟ କୋଣରେ କଦାପି ଶୁଖିଲା ଗଛ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।
ବିଶେଷ କରି ଘରର ଅଗଣାରେ ଥିବା ତୁଳସୀ ବୃକ୍ଷ ଓ ମନି ପ୍ଲାଣ୍ଟକୁ କଦାପି ଶୁଖିବାକୁ ଦିଅନ୍ତୁ ନାହିଁ। ନଚେତ୍‌‌ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ।