ଏହି ଗୁମ୍ଫା ଭିତରେ ଲୁଚି ରହିଛି ସମଗ୍ର ‘ପାତାଳ ଲୋକ’: ରହୁଛନ୍ତି ୧୦୦ ଲୋକ! ଜାଣନ୍ତୁ ରହସ୍ୟ

ଓଡ଼ିଶା ଭାସ୍କର: ପୃଥିବୀରେ ପାତାଳ ଲୋକ କେଉଁଠି ରହିଛଇ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ରହିଥିଲେ ମଧ୍ୟ ଏହାର ଉତ୍ତର କାହା ପାଖରେ ନାହିଁ । କିନ୍ତୁ ଆକାଶରେ ସ୍ୱର୍ଗ ଏବଂ ମାଟି ତଳେ ପାତାଳ ଲୋକ ରହିଥିବା ବିଶ୍ୱାସ ରହିଛି । କିନ୍ତୁ ପୃଥିବୀରେ ଏମିତି ଏକ ପାହାଡ଼ି ଗୁମ୍ପା ଅଛି, ଯାହା ଭିତରେ ‘ପାତାଳ ଲୋକ’ ରହିଥିବା ଦାବି କରାଯାଉଛି । ଏଠାରେ ୧୦୦ରୁ ଅଧିକ ଲୋକ ବସବାସ ମଧ୍ୟ କରୁଛନ୍ତି । […]

ଏହି ଗୁମ୍ଫା ଭିତରେ ଲୁଚି ରହିଛି ସମଗ୍ର ‘ପାତାଳ ଲୋକ’: ରହୁଛନ୍ତି ୧୦୦ ଲୋକ! ଜାଣନ୍ତୁ ରହସ୍ୟ

ଓଡ଼ିଶା ଭାସ୍କର: ପୃଥିବୀରେ ପାତାଳ ଲୋକ କେଉଁଠି ରହିଛଇ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ରହିଥିଲେ ମଧ୍ୟ ଏହାର ଉତ୍ତର କାହା ପାଖରେ ନାହିଁ । କିନ୍ତୁ ଆକାଶରେ ସ୍ୱର୍ଗ ଏବଂ ମାଟି ତଳେ ପାତାଳ ଲୋକ ରହିଥିବା ବିଶ୍ୱାସ ରହିଛି । କିନ୍ତୁ ପୃଥିବୀରେ ଏମିତି ଏକ ପାହାଡ଼ି ଗୁମ୍ପା ଅଛି, ଯାହା ଭିତରେ ‘ପାତାଳ ଲୋକ’ ରହିଥିବା ଦାବି କରାଯାଉଛି । ଏଠାରେ ୧୦୦ରୁ ଅଧିକ ଲୋକ ବସବାସ ମଧ୍ୟ କରୁଛନ୍ତି । କିନ୍ତୁ ବଞ୍ଚିବା ପାଇଁ ସେମାନଙ୍କୁ ଅନେକ କଷ୍ଟ-ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଥାଏ । ଏହି ‘ପାତାଳ ଲୋକ’ର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Inside home of the 'last cave people' where entire town is hidden in giant  750ft deep chasm and residents refuse to move | The US Sun

WorldTravelMagazine on X: "This giant cave in #Zhongdong village, #China  has 100 people living inside, a Basketball court and even a school  https://t.co/oiPztw0vZE" / X

ଏହି ଗାଁର ନାମ ଜୋଙ୍ଗଡୋଙ୍ଗ, ଯାହା ଚାଇନାର ଗୁଇଜୋ ପ୍ରଦେଶରେ ଅବସ୍ଥିତ । ଏହି ଗାଁର ଲୋକମାନେ ଶତାବ୍ଦୀ ଧରି ଏହି ଗୁମ୍ଫାରେ ରହିଆସୁଛନ୍ତି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୮୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଜୋଙ୍ଗଡୋଙ୍ଗ ଗୁମ୍ଫା । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ଏହି ଗାଁର ଲୋକମାନଙ୍କୁ ବଜାରକୁ ଯିବାକୁ ହେଲେ ପ୍ରାୟ ୧୫ କିଲୋମିଟର ଚାଲିବାକୁ ପଡିଥାଏ । କିନ୍ତୁ ପିଲାମାନଙ୍କ ପାଠ ପଢିବା ପାଇଁ ଜାଗା ଏବଂ ଖେଳିବା ପାଇଁ ବାସ୍କେଟବଲ କୋର୍ଟ (ଗୁମ୍ଫାରେ ବାସ୍କେଟବଲ କୋର୍ଟ) ଏହି ଗୁମ୍ଫା ଭିତରେ ରହିଥିଲା । ତେବେ ୨୦୦୮ ମସିହାରେ ଚୀନ ସରକାର ଏହି ସ୍କୁଲକୁ ବନ୍ଦ କରି ଦେଇଛନ୍ତି । ସରକାର କହିଛନ୍ତି ଯେ, ଗୁମ୍ଫାରେ ରହିବା ଚୀନର ସଭ୍ୟତା ନୁହେଁ, ତେଣୁ ସ୍କୁଲକୁ ବନ୍ଦ କରାଯାଇଛି । ତେଣୁ ବର୍ତ୍ତମାନ ପିଲାମାନେ ଗାଁଠାରୁ ଦୂରରେ ଥିବା ଅନ୍ୟ ଏକ ବିଦ୍ୟାଳୟକୁ ଯାଇ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଦୁଇ ଘଣ୍ଟା ପାଠ ପଢୁଛନ୍ତି ।

Inside China's last cave village, where people live in total darkness |  Goldthread | LINE TODAYInside China's last cave village, where people live in total darkness |  Goldthread | LINE TODAY

ପୂର୍ବରୁ ଏହି ଗାଁକୁ ସଠିକ୍ ରାସ୍ତା କିମ୍ବା ମନୋରଞ୍ଜନ କୌଣସି ସୁବିଧା ଉପଲବ୍ଧ ନଥିଲା । କିନ୍ତୁ ଏହି ଗାଁ ଗଣମାଧ୍ୟମରେ ଆଲୋଚନା ହେବା ମାତ୍ରେ ସରକାର ଏଠାକାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଏହି ସ୍ଥାନକୁ ପର୍ୟ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ଏହି ଗ୍ରାମକୁ ବାହ୍ୟ ଜଗତ ସହିତ ଯୋଡିବା ପାଇଁ ଏକ ରାସ୍ତା ନିର୍ମାଣ କରାଯାଇଛି। ଏହାବ୍ୟତୀତ ଅନେକ ଲୋକ ଏହି ଗାଁ ଛାଡି ଚାଲି ଯାଇଥିଲେ ମଧ୍ୟ ବର୍ତ୍ତମାନ ପ୍ରାୟ ୧୦୦ରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି ।

Guizhou, China on X: This Giant Cave In China Has 100 People Living Inside, A Basketball Court  And Even Had A School | Schools around the world, Natural cave, Around the  worlds