ଏହି ତେଲ୍‌ଗୁ ଯୁବତୀଙ୍କୁ ପ୍ରଥମ ଲଭ୍‌ ଲେଟର ଦେଇଥିଲେ ସୋନୁ ସୁଦ୍‌, ଏଥିରେ ଲେଖାଥିଲା…

ମୁମ୍ବାଇ: ସୋନୁ ସୁଦ୍‌ କେବଳ ବଲିଉଡ୍‌ର ଜଣେ ପ୍ରତିଭାଶାଳୀ ଅଭିନେତା ନୁହନ୍ତି ବରଂ ତାଙ୍କୁ ଦୁଃଖୀ ଲୋକଙ୍କର ଭଗବାନ ମଧ୍ୟ କୁହାଯାଏ। ସେ କରୋନା ସମୟରେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥିଲେ। ଆଜି ମଧ୍ୟ ସେମିତି ସାହାଯ୍ୟ ଜାରି ରଖିଛନ୍ତି। ଆଜି ଅର୍ଥାତ୍‌ ୩୦ ଜୁଲାଇରେ ସୋନୁ ସୁଦ୍‌ ତାଙ୍କର ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ ସୋନୁଙ୍କ ସହ ଜଡ଼ିତ ଏକ ପ୍ରେମକାହାଣୀ ବିଷୟରେ ଜାଣନ୍ତୁ… ସୋନୁ ସୁଦ୍‌ ଥରେ […] The post ଏହି ତେଲ୍‌ଗୁ ଯୁବତୀଙ୍କୁ ପ୍ରଥମ ଲଭ୍‌ ଲେଟର ଦେଇଥିଲେ ସୋନୁ ସୁଦ୍‌, ଏଥିରେ ଲେଖାଥିଲା… appeared first on Dharitri Odia News.

ଏହି ତେଲ୍‌ଗୁ ଯୁବତୀଙ୍କୁ ପ୍ରଥମ ଲଭ୍‌ ଲେଟର ଦେଇଥିଲେ ସୋନୁ ସୁଦ୍‌, ଏଥିରେ ଲେଖାଥିଲା…

ମୁମ୍ବାଇ: ସୋନୁ ସୁଦ୍‌ କେବଳ ବଲିଉଡ୍‌ର ଜଣେ ପ୍ରତିଭାଶାଳୀ ଅଭିନେତା ନୁହନ୍ତି ବରଂ ତାଙ୍କୁ ଦୁଃଖୀ ଲୋକଙ୍କର ଭଗବାନ ମଧ୍ୟ କୁହାଯାଏ। ସେ କରୋନା ସମୟରେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥିଲେ। ଆଜି ମଧ୍ୟ ସେମିତି ସାହାଯ୍ୟ ଜାରି ରଖିଛନ୍ତି। ଆଜି ଅର୍ଥାତ୍‌ ୩୦ ଜୁଲାଇରେ ସୋନୁ ସୁଦ୍‌ ତାଙ୍କର ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ ସୋନୁଙ୍କ ସହ ଜଡ଼ିତ ଏକ ପ୍ରେମକାହାଣୀ ବିଷୟରେ ଜାଣନ୍ତୁ…

Sonu Sood remembers parents on his birthday, says 'they are guiding me always' | Bollywood - Hindustan Times

ସୋନୁ ସୁଦ୍‌ ଥରେ ପ୍ରେମରେ ପଡ଼ିଥିଲେ। ନାଗପୁରରେ ତାଙ୍କ ଇଞ୍ଜିନିୟରିଂ କଲେଜ ସମୟରେ। ସେ ଜଣେ ତେଲ୍‌ଗୁ ଯୁବତୀଙ୍କୁ ଏକ ଲଭ୍‌ ଲେଟର ବା ପ୍ରେମପତ୍ର ଲେଖିଥିଲେ। ତାଙ୍କର ଏହି ଲଭ୍‌ଲେଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୋନୁ ସୁଦ୍‌ ଯେଉଁ ଯୁବତୀଙ୍କ ପାଇଁ ଏହି ଲଭ୍‌ ଲେଟର ଲଖିଥିଲେ ସେ ଆଉ କେହି ନୁହନ୍ତି, ତାଙ୍କ ସ୍ତ୍ରୀ ସୋନାଲି। ସୋନୁ ଥରେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ତାଙ୍କର ଲଭ୍‌ଲେଟର ଶେୟାର କରିଥିଲେ। ଯେଉଁଥିରେ ସେ ପ୍ରତ୍ୟେକ ଶବ୍ଦକୁ କଲମରେ ବହୁତ ସୁନ୍ଦର ଭାବରେ ଲେଖିଥିଲେ, ଯାହା ଦ୍ୱାରା ସେ ତାଙ୍କ ଲେଡି ଲଭ୍‌କୁ ପ୍ରଭାବିତ କରିପାରିବେ। ତାଙ୍କର ଏହି ଚିଠରେ ସେ ତାଙ୍କର ଭାବନା ପ୍ରକାଶ କରି ଲେଖିଛନ୍ତି, ପ୍ରିୟ ସୋନାଲି, ବର୍ଷ ପରେ ବର୍ଷ ଆସିବ ଏବଂ ଚାଲିଯିବ, କିନ୍ତୁ ମୁଁ ତୁମକୁ କେବେ ଭୁଲିପାରିବି ନାହିଁ। କାରଣ ‘ୟେ ଦିଲ କି ମାନତା ନାହିଁ’ ଅର୍ଥାତ୍‌ ଏ ହୃଦୟ ଜମା ମାନୁନାହିଁ। ଟନ୍‌ସ ଅଫ୍‌ ଲଭ୍‌। ତୁମେ ମୋ’ ଦୁନିଆ, ସୋନୁ ସୁଦ୍‌। ଏହି ଚିଠିକୁ ଶେୟାର କରି ସୋନୁ କ୍ୟାପଶନରେ ଲେଖିଛନ୍ତି, ସମୟ ବହୁତ ଶୀଘ୍ର ଚାଲିଯାଏ!!!! ମୁଁ ବର୍ଷ ବର୍ଷ ପୂର୍ବରୁ ମୋ କଲେଜ ସମୟରେ ଏହି ନୋଟ୍‌ ଲେଖିଥିଲି!! ସେହି ଦୁନିଆ ଯେତେବେଳେ ଆମେ ସୋସିଆଲ ମିଡିଆର ଦାସ ନଥିଲୁ।

Sonu Sood urges people to help Indians in Bangladesh as tension rises | Entertainment News - Business Standard

ଅଭିନେତାଙ୍କ ସ୍ତ୍ରୀ ସୋନାଲି ଯେତେବେଳେ ସୋନୁଙ୍କୁ ଭେଟିଥିଲେ ସେତେବେଳେ ସେ ଏମ୍‌ବିଏ କରୁଥିଲେ। ପ୍ରତ୍ୟେକ ଭଲ ଏବଂ ଖରାପ ସମୟରେ ସୋନାଲି ଅଭିନେତାଙ୍କ ସମର୍ଥନ କରିଆସିଛନ୍ତି। ଯେତେବେଳେ ସେ ମୁମ୍ବାଇ ଆସିଥିଲେ ଏବଂ ଅନ୍ୟ ତିନି ଜଣ ସଂଘର୍ଷ କରୁଥିବା ଲୋକଙ୍କ ସହିତ ଏକ ସଂକୀର୍ଣ୍ଣ 1BHK ଆପାର୍ଟମେଣ୍ଟରେ ରହୁଥିଲେ, ସୋନାଲି ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଯେତେବେଳେ ସୋନୁ ତାଙ୍କର ସ୍ବପ୍ନ ପୂରଣ ହେବ କି ନାହିଁ ସନ୍ଦେହ କରିବାକୁ ଲାଗିଲେ, ସେତେବେଳେ ମଧ୍ୟ ସୋନାଲି ତାଙ୍କ ଉପରେ ବିଶ୍ୱାସ କରୁଥିଲେ, ସେ ସବୁବେଳେ ତାଙ୍କ ସହିତ ଥିଲେ। ସୋନୁ ଏକ ସାକ୍ଷାତକାରରେ କହିଥିଲେ, ପ୍ରାରମ୍ଭରେ, ଯେତେବେଳେ ମୁଁ ଜଣେ ଅଭିନେତା ହେବାକୁ ଚାହୁଁଥିଲି, ସେ ଖୁସି ନ ଥିଲେ, କିନ୍ତୁ ଆଜି, ସେ ମୋ ପାଇଁ ଗର୍ବିତ। ସେ ୧୯୯୬ରେ ସୋନାଲିଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ ଅଛି।

She is doing fine now": Sonu Sood gives health update on his wife Sonali who met with car accident

କହି ରଖୁଛୁ, ସୋନୁ ସୁଦ୍‌ ନାଗପୁର କଲେଜରୁ ସ୍ନାତକ ପାସ୍‌ କରିବା ପରେ ୧୯୯୦ ଦଶକର ଶେଷ ଭାଗରେ ମୁମ୍ବାଇ ଆସିଥିଲେ। ସେ ପ୍ରଥମେ ଜଣେ ମଡେଲ ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଏହା ଏକ ଭଲ ନିଷ୍ପତ୍ତି ପ୍ରମାଣିତ ହୋଇଥିଲା କାରଣ ପରେ ଜଣେ ତାମିଲ ଫିଲ୍ମ କାଷ୍ଟିଂ ନିର୍ଦ୍ଦେଶକ ତାଙ୍କୁ ଦେଖିଥିଲେ ଏବଂ ସେ ୧୯୯୯ରେ ତାମିଲ ଫିଲ୍ମ ‘କଲ୍ଲାଜାଗର’ ସହିତ ଡେବ୍ୟୁ କରିଥିଲେ। ତା’ପରେ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ। ସେ ବଲିଉଡ୍‌ରୁ ସାଉଥ୍‌ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି। ସୋନୁ ସୁଦଙ୍କୁ ଶେଷ ଥର ପାଇଁ ଆକ୍ସନ ଥ୍ରୀଲର ‘ଫତେହ’ରେ ଦେଖିବାକୁ ମିଳିଥିଲା।

The post ଏହି ତେଲ୍‌ଗୁ ଯୁବତୀଙ୍କୁ ପ୍ରଥମ ଲଭ୍‌ ଲେଟର ଦେଇଥିଲେ ସୋନୁ ସୁଦ୍‌, ଏଥିରେ ଲେଖାଥିଲା… appeared first on Dharitri Odia News.