ଏହି ଦିନ ଦେଶର ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦,୦୦୦ କୋଟି ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ସମ୍ଭାଳିବା ପରେ ପ୍ରଥମ ଥର ଜୁନ୍ 18ରେ ନିଜ ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରିବେ । ଏହି ଅବସରରେ ସେ ସାରା ଦେଶର 9.26 କୋଟି ଲାଭାର୍ଥୀ ଚାଷୀଙ୍କୁ 20,000 କୋଟିରୁ ଅଧିକ ଟଙ୍କାର ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଜାରି କରିବେ । ଏହାସହ ପିଏମ୍ ମୋଦୀ ଏସଏଚଜିର 30 ହଜାରରୁ ଅଧିକ ସଦସ୍ୟଙ୍କୁ ବି ପ୍ରମାଣ ପତ୍ର ପ୍ରଦାନ କରିବେ ।କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ଦୁଇଟି କାର୍ଯ୍ୟକାଳରେ କୃଷି ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତାରେ ରହିଛି । ସେ ଚାଷୀଙ୍କ ହିତରେ ଅନେକ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ମୋଦୀ ଜୀ ସର୍ବପ୍ରଥମେ ପିଏମ୍-କିଷାନ ଯୋଜନାର 17ତମ କିସ୍ତି ଜାରି କରିବା ପାଇଲ୍ ଉପରେ ହସ୍ତାକ୍ଷର କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ 2019 ମସିହା ଆରମ୍ଭରେ ପିଏମ୍ କିଷାନ ଯୋଜନା ଆରମ୍ଭ କରାଯାଇଥିଲା । ଏହା ଅଧିନରେ ଲାଭାର୍ଥୀ ଚାଷୀଙ୍କୁ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ବର୍ଷକୁ ତିନି ସମାନ କିସ୍ତିରେ 6 ହଜାର ଟଙ୍କା ପ୍ରଦାନ କରାଯାଉଛି । କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ଯୋଜନାରେ ସାରା ଦେଶର 11 କୋଟି ଚାଷୀଙ୍କୁ 3.04 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ବଣ୍ଟନ କରିଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ସମ୍ଭାଳିବା ପରେ ପ୍ରଥମ ଥର ଜୁନ୍ 18ରେ ନିଜ ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରିବେ । ଏହି ଅବସରରେ ସେ ସାରା ଦେଶର 9.26 କୋଟି ଲାଭାର୍ଥୀ ଚାଷୀଙ୍କୁ 20,000 କୋଟିରୁ ଅଧିକ ଟଙ୍କାର ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଜାରି କରିବେ । ଏହାସହ ପିଏମ୍ ମୋଦୀ ଏସଏଚଜିର 30 ହଜାରରୁ ଅଧିକ ସଦସ୍ୟଙ୍କୁ ବି ପ୍ରମାଣ ପତ୍ର ପ୍ରଦାନ କରିବେ ।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ଦୁଇଟି କାର୍ଯ୍ୟକାଳରେ କୃଷି ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତାରେ ରହିଛି । ସେ ଚାଷୀଙ୍କ ହିତରେ ଅନେକ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ମୋଦୀ ଜୀ ସର୍ବପ୍ରଥମେ ପିଏମ୍-କିଷାନ ଯୋଜନାର 17ତମ କିସ୍ତି ଜାରି କରିବା ପାଇଲ୍ ଉପରେ ହସ୍ତାକ୍ଷର କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ 2019 ମସିହା ଆରମ୍ଭରେ ପିଏମ୍ କିଷାନ ଯୋଜନା ଆରମ୍ଭ କରାଯାଇଥିଲା । ଏହା ଅଧିନରେ ଲାଭାର୍ଥୀ ଚାଷୀଙ୍କୁ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ବର୍ଷକୁ ତିନି ସମାନ କିସ୍ତିରେ 6 ହଜାର ଟଙ୍କା ପ୍ରଦାନ କରାଯାଉଛି । କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ଯୋଜନାରେ ସାରା ଦେଶର 11 କୋଟି ଚାଷୀଙ୍କୁ 3.04 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ବଣ୍ଟନ କରିଛନ୍ତି ।