ଏହି ପରିବାର ବିଶ୍ୱର ସବୁଠାରୁ ଧନୀ: ତାଲିକାରେ ଅମ୍ବାନୀ ପରିବାର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ବ୍ଲୁମବର୍ଗର ୨୦୨୪ ଧନୀ ପରିବାର ତାଲିକା ପ୍ରକାଶ ପାଇଛି। ତାଲିକାରେ ଏଲନ ମସ୍କ ନୁହେଁ, ୱାଲମାର୍ଟର ୱାଲ୍‌ଟନ ପରିବାର ଶୀର୍ଷରେ ରହିଛନ୍ତି। ଏହି ପରିବାର ପାଖରେ ୪୩୨.୪ ବିଲିଅନ ଡଲାର ସମ୍ପତ୍ତି ରହିଛି। ଯାହା ଏଲନ ମସ୍କଙ୍କ ବ୍ୟକ୍ତିଗତ ସମ୍ପତ୍ତି ଠାରୁ ବି ଅଧିକ। ବିଶ୍ୱର ଶୀର୍ଷ ୧୦ ଧନୀ ପରିବାର ଭିତରେ ଭାରତୀୟ ଧନୀ ପରିବାର ମଧ୍ୟ ସାମିଲ ରହିଛନ୍ତି। ଏହି ତାଲିକାରେ ୮ ନମ୍ବର ସ୍ଥାନରେ ରହିଛି ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁଖେଶ ଅମ୍ବାନୀଙ୍କ ପରିବାର।     ଡିସେମ୍ବର ୧୦ ତାରିଖ ମଧ୍ୟରେ ତଥ୍ୟ ନେଇ ବ୍ଲୁମବର୍ଗ ଏହି ରିପୋର୍ଟ ପ୍ରକାଶ କରିଛି।   ଏହି ତାରିଖ ସୁଦ୍ଧା ବିଶ୍ୱର ନମ୍ବର ୱାନ ଧନୀ ପରିବାର ୱାଲଟନ ପରିବାରର ସମ୍ପତ୍ତି ୮୦ ପ୍ରତିଶତ ବଢ଼ି ଯାଇଛି। ପରିବାରର ମୋଟ ସମ୍ପତ୍ତିରେ ୧୭୨.୭ ବିଲିଅନ ଡଲାର ବୃଦ୍ଧି ହୋଇଛି। ଯାହା ଆରବ ଦେଶର ରାଜ ପରିବାର ଠାରୁ ବି ଅଧିକ ସମ୍ପତ୍ତି ରହିଛି। ସେହିପରି ଭାରତର ଅମ୍ବାନୀ ପରିବାର ବିଶ୍ୱ ଧନୀ ପରିବାର ତାଲିକାରେ ଅଷ୍ଟମ ସ୍ଥାନରେ ଥିବା ଏହି ଫ୍ୟାମିଲି ପାଖରେ ୯୯.୬ ଆରବ ଡଲାର ସମ୍ପତ୍ତି ରହିଛି। ଅନ୍ୟପଟେ ମିସ୍ତ୍ରୀ ପରିବାର ବି ଧନୀ ତାଲିକାରେ ସାମିଲ୍ ହୋଇଛନ୍ତି। ଏହି ପରିବାରର ପଞ୍ଚମ ପିଢ଼ି ଶାପୁରଜୀ ପାଲୋନଜୀ ପରିବାର ରହିଛି। ଯାହାଙ୍କ ପାଖରେ ୪୧.୪ ବିଲିଅନ ଡଲାର ସମ୍ପତ୍ତି ରହିଥିବା ବେଳେ  ତାଲିକାରେ ୨୩ ତମ ସ୍ଥାନରେ ରହିଛି। ବିଶ୍ୱ ଧନୀ ପରିବାର ୨୦୨୪୧.ୱା

ଏହି ପରିବାର ବିଶ୍ୱର ସବୁଠାରୁ ଧନୀ: ତାଲିକାରେ ଅମ୍ବାନୀ ପରିବାର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ବ୍ଲୁମବର୍ଗର ୨୦୨୪ ଧନୀ ପରିବାର ତାଲିକା ପ୍ରକାଶ ପାଇଛି। ତାଲିକାରେ ଏଲନ ମସ୍କ ନୁହେଁ, ୱାଲମାର୍ଟର ୱାଲ୍‌ଟନ ପରିବାର ଶୀର୍ଷରେ ରହିଛନ୍ତି। ଏହି ପରିବାର ପାଖରେ ୪୩୨.୪ ବିଲିଅନ ଡଲାର ସମ୍ପତ୍ତି ରହିଛି। ଯାହା ଏଲନ ମସ୍କଙ୍କ ବ୍ୟକ୍ତିଗତ ସମ୍ପତ୍ତି ଠାରୁ ବି ଅଧିକ। ବିଶ୍ୱର ଶୀର୍ଷ ୧୦ ଧନୀ ପରିବାର ଭିତରେ ଭାରତୀୟ ଧନୀ ପରିବାର ମଧ୍ୟ ସାମିଲ ରହିଛନ୍ତି। ଏହି ତାଲିକାରେ ୮ ନମ୍ବର ସ୍ଥାନରେ ରହିଛି ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁଖେଶ ଅମ୍ବାନୀଙ୍କ ପରିବାର।     ଡିସେମ୍ବର ୧୦ ତାରିଖ ମଧ୍ୟରେ ତଥ୍ୟ ନେଇ ବ୍ଲୁମବର୍ଗ ଏହି ରିପୋର୍ଟ ପ୍ରକାଶ କରିଛି।   ଏହି ତାରିଖ ସୁଦ୍ଧା ବିଶ୍ୱର ନମ୍ବର ୱାନ ଧନୀ ପରିବାର ୱାଲଟନ ପରିବାରର ସମ୍ପତ୍ତି ୮୦ ପ୍ରତିଶତ ବଢ଼ି ଯାଇଛି। ପରିବାରର ମୋଟ ସମ୍ପତ୍ତିରେ ୧୭୨.୭ ବିଲିଅନ ଡଲାର ବୃଦ୍ଧି ହୋଇଛି। ଯାହା ଆରବ ଦେଶର ରାଜ ପରିବାର ଠାରୁ ବି ଅଧିକ ସମ୍ପତ୍ତି ରହିଛି। 

ସେହିପରି ଭାରତର ଅମ୍ବାନୀ ପରିବାର ବିଶ୍ୱ ଧନୀ ପରିବାର ତାଲିକାରେ ଅଷ୍ଟମ ସ୍ଥାନରେ ଥିବା ଏହି ଫ୍ୟାମିଲି ପାଖରେ ୯୯.୬ ଆରବ ଡଲାର ସମ୍ପତ୍ତି ରହିଛି। ଅନ୍ୟପଟେ ମିସ୍ତ୍ରୀ ପରିବାର ବି ଧନୀ ତାଲିକାରେ ସାମିଲ୍ ହୋଇଛନ୍ତି। ଏହି ପରିବାରର ପଞ୍ଚମ ପିଢ଼ି ଶାପୁରଜୀ ପାଲୋନଜୀ ପରିବାର ରହିଛି। ଯାହାଙ୍କ ପାଖରେ ୪୧.୪ ବିଲିଅନ ଡଲାର ସମ୍ପତ୍ତି ରହିଥିବା ବେଳେ  ତାଲିକାରେ ୨୩ ତମ ସ୍ଥାନରେ ରହିଛି। 

ବିଶ୍ୱ ଧନୀ ପରିବାର ୨୦୨୪

୧.ୱାଲଟନ୍
୨. ଅଲ ନାହୟାନ
୩.ଅଲ ଥାନୀ
୪. ହର୍ମିସ
୫. କୋଚ୍
୬. ଅଲ ସାଉଦ (ସାଉଦି ଆରବର ରାଜ ପରିବାର ଯାହାଙ୍କ ସମ୍ପତ୍ତି ୧୪୦ ବିଲିୟନ ଡଲାର)
୭. ମାର୍ସ (୧୩୩.୮ ବିଲିୟନ ଡଲାରର ସମ୍ପତ୍ତି, ଆମେରିକାର କ୍ୟାଣ୍ଡି କମ୍ପାନୀର ମାଲିକ)
୮. ଅମ୍ବାନୀ ପରିବାର (୯୯.୬ ବିଲିୟନ ଡଲାର ସମ୍ପତ୍ତିର ମାଲିକ)

୯. ୱର୍ଥାଇମର (ଫ୍ରାନ୍ସ ପରିବାର, ମୋଟ ମୂଲ୍ୟ ୮୮ ବିଲିୟନ ଡଲାର)

୧୦. ଥମସନ(ଥମସନ ରୟଟର୍ସ ମାଲିକ, ସମ୍ପତ୍ତି ୮୭.୧ ବିଲିଅନ ଡଲାର)