ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି କ୍ରିତି ସାନନ୍‌, ପୋଷ୍ଟ ଶେୟାର କରି କଲେ କନଫର୍ମ!

ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ରିତି ସାନନ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ଅଛନ୍ତି। ତାଙ୍କ ନାଁ ଦୀର୍ଘ ଦିନ ଧରି ବଡ଼ ବ୍ୟବସାୟୀ କବୀର ବାହିଆ ସହିତ ଯୋଡା ଯାଉଛି। ତାଙ୍କ ଡେଟିଂ ଗୁଜବକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର କାରଣରୁ କ୍ରିତି ସାନନ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ସିକ୍ରେଟ ହଲିଡେର ଫଟୋ ମଧ୍ୟ ଲିକ ହୋଇଛି । ବେଳେବେଳେ ଉଭୟଙ୍କ ପରିବାରରେ ଏକାଠି ଦିୱାଲି […] The post ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି କ୍ରିତି ସାନନ୍‌, ପୋଷ୍ଟ ଶେୟାର କରି କଲେ କନଫର୍ମ! appeared first on Dharitri Odia News.

ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି କ୍ରିତି ସାନନ୍‌, ପୋଷ୍ଟ ଶେୟାର କରି କଲେ କନଫର୍ମ!

ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ରିତି ସାନନ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ଅଛନ୍ତି। ତାଙ୍କ ନାଁ ଦୀର୍ଘ ଦିନ ଧରି ବଡ଼ ବ୍ୟବସାୟୀ କବୀର ବାହିଆ ସହିତ ଯୋଡା ଯାଉଛି। ତାଙ୍କ ଡେଟିଂ ଗୁଜବକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର କାରଣରୁ କ୍ରିତି ସାନନ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ସିକ୍ରେଟ ହଲିଡେର ଫଟୋ ମଧ୍ୟ ଲିକ ହୋଇଛି । ବେଳେବେଳେ ଉଭୟଙ୍କ ପରିବାରରେ ଏକାଠି ଦିୱାଲି ପାର୍ଟି ସେଲିବ୍ରେସନ କରୁଥିବାର ଦେଖିବା ପରେ ପ୍ରଶଂସକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

ବର୍ତ୍ତମାନ କ୍ରିତି ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏପରି ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ସେମାନଙ୍କ ସମ୍ପର୍କ କନଫର୍ମ କହିବାକୁ ବାଧ୍ୟ ହୋଇଛନ୍ତି। କିଛି ସମୟ ପୂର୍ବରୁ କ୍ରିତି ପ୍ରେମିକ କବୀର ବାହିଆଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। କେବଳ ଏତିକି ନୁହେଁ କ୍ରିତି ସାନନ ମଧ୍ୟ କବୀରଙ୍କ ପାଇଁ ଏକ ସ୍ପେଶିଆଲ ମେସେଜ ଲେଖିଛନ୍ତି।

ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ସେୟାର କରିଛନ୍ତି । ଏହି ଫଟୋରେ, ଦୁହେଁ ଏକାଠି ଅତି ନିକଟତର ହୋଇଥିବାର ଦେଖାଯିବା ସହ ବହୁତ ଖୁସି ଦେଖାଯାଉଛନ୍ତି । ଏଥିସହ ସ୍ବତନ୍ତ୍ର କ୍ୟାପସନ ମଧ୍ୟ ଲେଖିଛନ୍ତି ଯେ, ‘ଜନ୍ମଦିନର ଶୁଭେଚ୍ଛା କେ! ତୁମର ନିରୀହ ହସ ସର୍ବଦା ଏମିତି ରହୁ! ’ ଏବେ ସମସ୍ତେ ତାଙ୍କ ସମ୍ପର୍କ ବିଷୟରେ ବିଭିନ୍ନ କଳ୍ପନା ଜଳ୍ପନା କରୁଛନ୍ତି । କ୍ରିତି ବର୍ତ୍ତମାନ କବୀର ବାହିଆଙ୍କ ସହ ଖୋଲାଖୋଲି ଭାବରେ ଫଟୋ ଶେୟାର କରୁଛନ୍ତି। ବୋଧହୁଏ ଖୁବ ଶୀଘ୍ର ଦୁହେଁ ସମସ୍ତଙ୍କ ଆଗରେ ନିଜ ପ୍ରେମକୁ କନଫର୍ମ କରିବେ । ବର୍ତ୍ତମାନ ପ୍ରଶଂସକମାନେ ମଧ୍ୟ ସେହି ଦିନକୁ ଅପେକ୍ଷା କରିଛନ୍ତି।

The post ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି କ୍ରିତି ସାନନ୍‌, ପୋଷ୍ଟ ଶେୟାର କରି କଲେ କନଫର୍ମ! appeared first on Dharitri Odia News.