ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ ରାଜନୀତିରେ ଦଳବଦଳ ପ୍ରଥା ନୂଆ ନୁହେଁ, କାହିଁ କେବେଠାରୁ ଏହି ପ୍ରଥା ଲାଗି ରହିଛି। ଯେପରି ଗୋଟିଏ ପାର୍ଟିକୁ ଛାଡିବା ପରେ ଆଉ ଗୋଟିଏ ପାର୍ଟିରେ ଯୋଗ ଦେବା। କିମ୍ବା ଟିକେଟ୍‌ ନ ମିଳିବାରୁ ଏଦଳ ଛାଡି ଅନ୍ୟ ଏକ ଦଳରେ ଭଲ ଟିକେଟ୍‌ ପାଇବା ଏବେ ସାଧାରଣ କଥାରେ […] The post ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌! appeared first on Dharitri Odia News.

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ ରାଜନୀତିରେ ଦଳବଦଳ ପ୍ରଥା ନୂଆ ନୁହେଁ, କାହିଁ କେବେଠାରୁ ଏହି ପ୍ରଥା ଲାଗି ରହିଛି। ଯେପରି ଗୋଟିଏ ପାର୍ଟିକୁ ଛାଡିବା ପରେ ଆଉ ଗୋଟିଏ ପାର୍ଟିରେ ଯୋଗ ଦେବା। କିମ୍ବା ଟିକେଟ୍‌ ନ ମିଳିବାରୁ ଏଦଳ ଛାଡି ଅନ୍ୟ ଏକ ଦଳରେ ଭଲ ଟିକେଟ୍‌ ପାଇବା ଏବେ ସାଧାରଣ କଥାରେ ପରିଣତ ହେଲାଣି।

ହରିୟାଣା ପରି ଛୋଟ ରାଜ୍ୟରେ ଭାଜପା ୧୦ଟି ଲୋକ ସଭା ସିଟ୍‌ ମଧ୍ୟରୁ ୬ଟି କଂଗ୍ରେସର ପୂର୍ବତନ ନେତାଙ୍କୁ ଦେଇଛି। ଯେଉଁମରାନେ କଂଗ୍ରେସର ଟିକେଟ୍‌ ନ ପାଇବାରୁ ଭାଜପାରେ ଯୋଗ ଦେଇଛନ୍ତି। ଏହି ଲିଷ୍ଟରେ ନବୀନ ଜିନ୍ଦଲ ଓ ରଣଜୀତ ସିଂହ ଚୌଟାଲା ମଧ୍ୟ ସାମିଲ୍‌ ଅଛନ୍ତି। ଯେଉଁମାନେ କଂଗ୍ରେସରେ ଟିକେଟ୍‌ ନ ପାଇବାରୁ ନିକଟରେ ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି।

ଭାଜପା, କଂଗ୍ରେସରୁ ଆସିଥିବା ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆନସରୁ ମଇଦାନକୁ ଓହ୍ଲାଇଛି। ଏହି ସିଟ୍‌ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି(ଏଏପି)ଙ୍କ ମଧ୍ୟରେ ବୁଝାମଣା ହୋଇ ଏଏପିକୁ ମିଳିଛି। ଅର୍ଥାତ୍‌ ଚଳିତ ନିର୍ବାଚନରେ ଏଏପିରୁ ସୁଶୀଲ ଗୁପ୍ତାଙ୍କୁ ଏହି ଠୁ ଟିକେଟ୍‌ ମିଳିଛି।

ଜିନ୍ଦଲଙ୍କ ପରି ରଣଜୀତ ସିଂହ ପାଟିଲ୍‌ ମଧ୍ୟ ଟିକେଟ୍‌ ନ ମିଳିବାରୁ କଂଗ୍ରେସ ଛାଡିଛନ୍ତି। ଚଳିତ ନିର୍ବାଚନରେ ସେ ଭାଜପା ପକ୍ଷରୁ ହିସାର ଆସନରୁ ନିର୍ବାଚନ ଲଢିବେ। ସେହିପରି ଏଏପିର ହରିୟାଣା ନିର୍ବାଚନ ଅଭିଯାନ ସମିତିର ଅଧ୍ୟକ୍ଷ ଅଶୋକ ତମ୍ବର ଚଳିତ ବର୍ଷ ନିଜ ସମର୍ଥକଙ୍କ ସହ ଭାଜପାରେ ସାମିଲ୍‌ ହୋଇଛନ୍ତି। ସେ ହିସାରରୁ ଲୋକ ସଭା ଏମପି ଓ କଂଗ୍ରେସର ରାଜ୍ୟ ସଭାପତି ଥିଲେ।

The post ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌! appeared first on Dharitri Odia News.