ଏହି ରେଳ ବଗିରେ ଶେଷଥର ପାଇଁ ଯାତ୍ରା କରିଥିଲେ ମହାତ୍ମାଗାନ୍ଧୀ, ଏବେ ପୁନରୁଦ୍ଧାର କଲା ରେଳବାଇ
ନୂଆଦିଲ୍ଲୀ ୧୩।୦୯: ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ । ଦେଶକୁ ସ୍ବାଧନତା ଦେବାରେ ନିର୍ବାହ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । କିନ୍ତୁ ଜାଣନ୍ତି କି ମହତ୍ମାଗାନ୍ଧୀ ଶେଷଥର ପାଇଁ ଟ୍ରେନରେ ଯାତ୍ରା କରିଥିବା ବଗି ଏବେ ବି କେହିବି ଦେଖିପାରିବେ । ବାସ୍ତବରେ ଏହି ବଗିକୁ ପ୍ରତୀକ ସ୍ୱରୂପ ରେଳବାଇ ପୁନରୁଦ୍ଧାର କରିଛି । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ରାଜଘାଟର ଗାନ୍ଧି ଦର୍ଶନଠାରେ ମହାତ୍ମା ଗାନ୍ଧିଙ୍କୁ ସମର୍ପିତ ଏହି ସ୍ୱତନ୍ତ୍ର ରେଳ କୋଚ୍ର ଉନ୍ମୋଚନ କରିଛନ୍ତି । ଧୂସର ରଙ୍ଗରେ କୋଚ୍କୁ ରଙ୍ଗ କରାଯାଇଛି । ଏଥିରେ ଇଂରାଜୀରେ ୩ୟ ଶ୍ରେଣୀ ଚିହ୍ନ ରହିଛି । ଯାହା ମହାତ୍ମା ଗାନ୍ଧି ସର୍ବଦା ଭ୍ରମଣ କରୁଥିବା ୩ୟ ଶ୍ରେଣୀ ବଗିକୁ ଦର୍ଶାଇଛି । ରେଳ କୋଚ୍ରୁ ଓହ୍ଲାଉଥିବା ମୁଦ୍ରାରେ ଗାନ୍ଧିଜୀଙ୍କର ଏକ ମୂର୍ତ୍ତି ଏଥିରେ ପ୍ରଦର୍ଶିତ ହୋଇଛି । ଏହି ରେଳ କୋଚ୍ରେ ଗାନ୍ଧିଜୀଙ୍କ ଭ୍ରମଣ ଓ ସାଥୀ ଭ୍ରମଣକାରୀଙ୍କ ସହିତ ତାଙ୍କ ବାର୍ତ୍ତାଳାପକୁ ବର୍ଣ୍ଣନା କରୁଥିବା ମୂର୍ତ୍ତି ମଧ୍ୟ ପ୍ରଦର୍ଶିତ ହୋଇଛି । ଗାନ୍ଧିଜୀଙ୍କ ରେଳ ଯାତ୍ରାକୁ ଏହା ପୁଣି ଥରେ ଜୀବନ୍ତ କରିବା ସହିତ ପରିଦର୍ଶକଙ୍କୁ ତା’ର ପୂର୍ଣ୍ଣ ଅନୁଭବ ପ୍ରଦାନ କରୁଛି ଏହି ବଗି । ତେବେ ଏହି ସ୍ୱତନ୍ତ୍ର ରେଳ କୋଚ୍ର ଉନ୍ମୋଚନ ଅବସରରେ ଶେଖାୱତ କହିଥିଲେ, ଗାନ୍ଧିଜୀଙ୍କ ଦେହାନ୍ତର ୭୫ ବର୍ଷ ପରେ ବି ତାଙ୍କ ଦର୍ଶନ ଓ ସିଦ୍ଧାନ୍ତ କେବଳ ଭାରତ ପାଇଁ ନୁହେଁ ସ
ନୂଆଦିଲ୍ଲୀ ୧୩।୦୯: ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ । ଦେଶକୁ ସ୍ବାଧନତା ଦେବାରେ ନିର୍ବାହ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । କିନ୍ତୁ ଜାଣନ୍ତି କି ମହତ୍ମାଗାନ୍ଧୀ ଶେଷଥର ପାଇଁ ଟ୍ରେନରେ ଯାତ୍ରା କରିଥିବା ବଗି ଏବେ ବି କେହିବି ଦେଖିପାରିବେ । ବାସ୍ତବରେ ଏହି ବଗିକୁ ପ୍ରତୀକ ସ୍ୱରୂପ ରେଳବାଇ ପୁନରୁଦ୍ଧାର କରିଛି ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ରାଜଘାଟର ଗାନ୍ଧି ଦର୍ଶନଠାରେ ମହାତ୍ମା ଗାନ୍ଧିଙ୍କୁ ସମର୍ପିତ ଏହି ସ୍ୱତନ୍ତ୍ର ରେଳ କୋଚ୍ର ଉନ୍ମୋଚନ କରିଛନ୍ତି । ଧୂସର ରଙ୍ଗରେ କୋଚ୍କୁ ରଙ୍ଗ କରାଯାଇଛି । ଏଥିରେ ଇଂରାଜୀରେ ୩ୟ ଶ୍ରେଣୀ ଚିହ୍ନ ରହିଛି । ଯାହା ମହାତ୍ମା ଗାନ୍ଧି ସର୍ବଦା ଭ୍ରମଣ କରୁଥିବା ୩ୟ ଶ୍ରେଣୀ ବଗିକୁ ଦର୍ଶାଇଛି । ରେଳ କୋଚ୍ରୁ ଓହ୍ଲାଉଥିବା ମୁଦ୍ରାରେ ଗାନ୍ଧିଜୀଙ୍କର ଏକ ମୂର୍ତ୍ତି ଏଥିରେ ପ୍ରଦର୍ଶିତ ହୋଇଛି ।

ଏହି ରେଳ କୋଚ୍ରେ ଗାନ୍ଧିଜୀଙ୍କ ଭ୍ରମଣ ଓ ସାଥୀ ଭ୍ରମଣକାରୀଙ୍କ ସହିତ ତାଙ୍କ ବାର୍ତ୍ତାଳାପକୁ ବର୍ଣ୍ଣନା କରୁଥିବା ମୂର୍ତ୍ତି ମଧ୍ୟ ପ୍ରଦର୍ଶିତ ହୋଇଛି । ଗାନ୍ଧିଜୀଙ୍କ ରେଳ ଯାତ୍ରାକୁ ଏହା ପୁଣି ଥରେ ଜୀବନ୍ତ କରିବା ସହିତ ପରିଦର୍ଶକଙ୍କୁ ତା’ର ପୂର୍ଣ୍ଣ ଅନୁଭବ ପ୍ରଦାନ କରୁଛି ଏହି ବଗି ।

ତେବେ ଏହି ସ୍ୱତନ୍ତ୍ର ରେଳ କୋଚ୍ର ଉନ୍ମୋଚନ ଅବସରରେ ଶେଖାୱତ କହିଥିଲେ, ଗାନ୍ଧିଜୀଙ୍କ ଦେହାନ୍ତର ୭୫ ବର୍ଷ ପରେ ବି ତାଙ୍କ ଦର୍ଶନ ଓ ସିଦ୍ଧାନ୍ତ କେବଳ ଭାରତ ପାଇଁ ନୁହେଁ ସମଗ୍ର ବଶ୍ୱ ପାଇଁ ପ୍ରାସଙ୍ଗିକ ହୋଇଛି । ଏହି ଅନନ୍ୟ ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଯୁଗର ରେଳ କୋଚ୍ର ପୁନରୁଦ୍ଧାର ପ୍ରଦର୍ଶିତ ହୋଇଛି ।