ଏହି ରୋଗୀମାନେ ଖାଆନ୍ତୁ ନାହିଁ ଅମୃତଭଣ୍ଡା, ନଚେତ୍ ହୋଇପାରେ ବଡ଼ କ୍ଷତି

ସୁସ୍ଥ ରହିବା ପାଇଁ ମଣିଷ ବହୁତ୍ କିଛି ଖାଦ୍ୟ ଖାଇଥାଏ । ଏଥି ସହ ବର୍ତ୍ତମାନର ଲୋକମାନେ ସୁସ୍ଥ ଖାଦ୍ୟ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଲୋକମାନେ କିପରି ସୁସ୍ଥ ରହିବେ ତାହାକୁ ନେଇ ମଧ୍ୟ ବହୁ ଚିନ୍ତାରେ ରହୁଛନ୍ତି । ଏହା ସହ କିଛି ଲୋକ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଖାଇଥାନ୍ତି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖାଦ୍ୟ ଭିତରୁ ଶ୍ରେଷ୍ଠ ହେଉଛି ଫଳ । ଅଧିକାଂଶ ଲୋକ […] The post ଏହି ରୋଗୀମାନେ ଖାଆନ୍ତୁ ନାହିଁ ଅମୃତଭଣ୍ଡା, ନଚେତ୍ ହୋଇପାରେ ବଡ଼ କ୍ଷତି appeared first on KNews Odisha.

ଏହି ରୋଗୀମାନେ ଖାଆନ୍ତୁ ନାହିଁ ଅମୃତଭଣ୍ଡା, ନଚେତ୍ ହୋଇପାରେ ବଡ଼ କ୍ଷତି
papaya

ସୁସ୍ଥ ରହିବା ପାଇଁ ମଣିଷ ବହୁତ୍ କିଛି ଖାଦ୍ୟ ଖାଇଥାଏ । ଏଥି ସହ ବର୍ତ୍ତମାନର ଲୋକମାନେ ସୁସ୍ଥ ଖାଦ୍ୟ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଲୋକମାନେ କିପରି ସୁସ୍ଥ ରହିବେ ତାହାକୁ ନେଇ ମଧ୍ୟ ବହୁ ଚିନ୍ତାରେ ରହୁଛନ୍ତି । ଏହା ସହ କିଛି ଲୋକ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଖାଇଥାନ୍ତି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖାଦ୍ୟ ଭିତରୁ ଶ୍ରେଷ୍ଠ ହେଉଛି ଫଳ । ଅଧିକାଂଶ ଲୋକ ନିଜର ଡାଏଟ୍ ପ୍ଲାନରେ ଫଳ ହିଁ ସାମିଲ କରିଥାନ୍ତି । ଏହା ଆମେ କହୁନୁ, ଡାକ୍ତରମାନେ ମଧ୍ୟ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏଥି ସହ ଆପଣଙ୍କୁ ନିଶ୍ଚିତ ଭାବରେ ମନେ ରଖିବାକୁ ହେବ ଯେ ସବୁ ଫଳରେ ଭିନ୍ନ ଭିନ୍ନ ଭିଟାମିନ୍ ରହିଛି ଏବଂ କିଛି ଫଳରେ ସାଇଡ୍ ଇଫେକ୍ଟ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଫଳରେ ସାଇଡ୍ ଇଫେକ୍ଟ ଅଛି ।

ଆପଣମାନେ ନିଶ୍ଚିତ ଭାବରେ ଅମୃତଭଣ୍ଡା ଖାଇଥିବେ । ଏହି ଅମୃତଭଣ୍ଡା ଖାଇବା ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଅମୃତଭଣ୍ଡା ଖାଇବା କିଛି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ? ଅତ୍ୟଧିକ ଅମୃତଭଣ୍ଡା ଖାଇବା ଦ୍ବାରା କିଛି ଅମୃତଭଣ୍ଡା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଆପଣଙ୍କୁ କହି ରଖଛୁ ଯେ ଏହି ଫଳ କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ’ତିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଲୋକ ଏହାକୁ ଖାଇବା ଅନୁଚିତ୍ ।

ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ଲୋକମାନେ :

ଯଦି ଆପଣ ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ, ତେବେ ଆପଣ ଅମୃତଭଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ । ଏଥି ସହ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ଅମୃତଭଣ୍ଡାରେ ମିଳୁଥିବା କିଛି ଉପାଦାନ ଶ୍ସାସକ୍ରିୟା ଜନିତ ରୋଗ ସ୍ରୁଷ୍ଟି କରିପାରେ । ଏହା ବ୍ୟତୀତ ଏହି ଫଳ ଖାଇବା ଯୋଗୁଁ କିଛି ଲୋକଙ୍କୁ ଆଲର୍ଜି ମଧ୍ୟ ହୋଇଥାଏ ।

ପେଟ ସମସ୍ୟା :

ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅମୃତଭଣ୍ଡାରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ବ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଡାଇରିଆରେ ପୀଡିତ, ତେବେ ଆପଣ ଏହି ଫଳ ଖାଇବାରୁ ଦୂରେଇ ରୁହିବା ଉଚିତ୍ । ଏହା ସହିତ ଅଧିକ ଅମୃତଭଣ୍ଡା ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ହୋଇଥାଏ ଏବଂ ଡାଇରିଆ ହେବାର ସମ୍ଭାବନା ମଧ୍ୟ ରହିଛି ।

ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ :

ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା କ୍ଷତିକାରକ ହୋଇପାରେ । ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ବିନା ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ, ନଚେତ୍ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ଯଦି ଆପଣ ଏପରି ସମସ୍ୟାର ଶିକାର ହେବାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ଦୈନନ୍ଦିନ ଖାଦ୍ୟ ଯୋଜନାରେ ଅମୃତଭଣ୍ଡା ସାମିଲ କରିବା ଉଚିତ୍ ନୁହେଁ ।

The post ଏହି ରୋଗୀମାନେ ଖାଆନ୍ତୁ ନାହିଁ ଅମୃତଭଣ୍ଡା, ନଚେତ୍ ହୋଇପାରେ ବଡ଼ କ୍ଷତି appeared first on KNews Odisha.