ଏହି ସହର ଛାଡ଼ି ତୁରନ୍ତ ପଳାୟନ କରିବାକୁ ଭାରତୀୟଙ୍କୁ କହିଲା କଙ୍ଗୋସ୍ଥିତ ଦୂତାବାସ
କିନଶାସା, ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ ସ୍ଥିତ ଭାରତୀୟ ଦୂତାବାସ ତରଫରୁ କେନ୍ଦ୍ରୀୟ ଆଫ୍ରିକା ଦେଶର ସୁରକ୍ଷା ସ୍ଥିତି ଅନୁଧ୍ୟାନ... The post ଏହି ସହର ଛାଡ଼ି ତୁରନ୍ତ ପଳାୟନ କରିବାକୁ ଭାରତୀୟଙ୍କୁ କହିଲା କଙ୍ଗୋସ୍ଥିତ ଦୂତାବାସ appeared first on .
କିନଶାସା, ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ ସ୍ଥିତ ଭାରତୀୟ ଦୂତାବାସ ତରଫରୁ କେନ୍ଦ୍ରୀୟ ଆଫ୍ରିକା ଦେଶର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏହି ଅବସରରେ ବାକାଭୁରେ ଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ରବିବାର ଦିନ କୁହାଯାଇଛି । ଏନେଇ ଦୂତାବାସ ତରଫରୁ ୩ଟି ଆଡଭାଇଜରୀ ଜାରି କରାଯାଇଛି । ସମସ୍ତଙ୍କୁ ଜରୁରୀ ପ୍ଲାନ ପ୍ରସ୍ତୁତି ନେଇ କୁହାଯାଇଛି । କଙ୍ଗୋରେ ପାଖାପାଖି ୧ ହଜାର ଭାରତୀୟ ନାଗରିକ ରହୁଛନ୍ତି ।
ବୁକାଭା ଠାରୁ ପାଖାପାଖି ୨୦-୨୫ କିମି ଦୂରରେ M23 ରହିଥିବା ରିପୋର୍ଟରେ କୁହାଯାଇଛି । ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ବୁକାଭୁରେ ଅବସ୍ଥାନ କରୁଥିବା ସମସ୍ତ ଭାରତୀୟଙ୍କୁ ସହର ଛାଡ଼ି ସଙ୍ଗେସଙ୍ଗେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପୁଣି ଥରେ କୁହାଯାଇଛି । ବିମାନବନ୍ଦର, ସୀମା ଓ ବାଣିଜ୍ୟିକ ରୁଟ ଏବେ ବି ଖୋଲା ରହିଛି । ବୁକାଭୁକୁ ଜମାରୁ ନ ଯିବାକୁ ଆଡଭାଇଜରିରେ କୁହାଯାଇଛି । ଏକ ଏମର୍ଜେନ୍ସି ପ୍ଲାନ ପ୍ରସ୍ତୁତ କରିବାକୁ ସଦ୍ୟ ଜାରି ହୋଇଥିବା ଆଡଭାଇଜରିରେ କୁହାଯାଇଛି । ପାଖରେ ଔଷଧ, ପୋଷାକ, ଟ୍ରାଭେଲ ଡକୁମେଣ୍ଟ, ଖାଦ୍ୟ, ଜଳ ଆଦି ବ୍ୟାଗରେ ରଖିବାକୁ କୁହାଯାଇଛି । ଲୋକାଲ ମେଡ଼ିଆ ଚାନେଲର ଅପଡେଟ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।
The post ଏହି ସହର ଛାଡ଼ି ତୁରନ୍ତ ପଳାୟନ କରିବାକୁ ଭାରତୀୟଙ୍କୁ କହିଲା କଙ୍ଗୋସ୍ଥିତ ଦୂତାବାସ appeared first on .