ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍‌; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି…

ବିଶ୍ୱରେ ଅନେକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳେ। ଯେମିତିକି ହାଟରେ ସାଧାରଣତଃ ଫଳ, ପରିବା, ଶସ୍ୟ, ମସଲା ଆଦି ମିଳିଥାଏ। ହେଲେ ଭାରତର ପଡ଼ୋଶୀ ବାଲାଂଦେଶରେ ଟଙ୍କାର ହାଟ ଲାଗିଥାଏ। ଏଠାରେ ଖୋଲାଖୋଲି ଭାବେ ନୋଟ୍‌ ବିକ୍ରି ହୋଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ନୋଟ୍‌ ବିକୁଥିବା ଲୋକ ଖଡଖଡ଼ ନୋଟ୍‌ର ମୋଟା ମୋଟା ବଣ୍ଡଲକୁ ବିକ୍ରି କରିଥାନ୍ତି। ଏହା ବଦଳରେ ଫଟା ଏବଂ ପୁରୁଣା ନୋଟ୍‌ ନେଇଥାନ୍ତି। ହେଲେ ଏଥିପାଇଁ ମୋଟା […] The post ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍‌; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି… appeared first on Dharitri Odia News.

ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍‌; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି…

ବିଶ୍ୱରେ ଅନେକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳେ। ଯେମିତିକି ହାଟରେ ସାଧାରଣତଃ ଫଳ, ପରିବା, ଶସ୍ୟ, ମସଲା ଆଦି ମିଳିଥାଏ। ହେଲେ ଭାରତର ପଡ଼ୋଶୀ ବାଲାଂଦେଶରେ ଟଙ୍କାର ହାଟ ଲାଗିଥାଏ। ଏଠାରେ ଖୋଲାଖୋଲି ଭାବେ ନୋଟ୍‌ ବିକ୍ରି ହୋଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।

ନୋଟ୍‌ ବିକୁଥିବା ଲୋକ ଖଡଖଡ଼ ନୋଟ୍‌ର ମୋଟା ମୋଟା ବଣ୍ଡଲକୁ ବିକ୍ରି କରିଥାନ୍ତି। ଏହା ବଦଳରେ ଫଟା ଏବଂ ପୁରୁଣା ନୋଟ୍‌ ନେଇଥାନ୍ତି। ହେଲେ ଏଥିପାଇଁ ମୋଟା ଅଙ୍କର କମିଶନ ଦେବାକୁ ପଡ଼ିଥାଏ।

ତେବେ ଭାରତରେ ମଧ୍ୟ ଅନେକ ସ୍ଥାନରେ ପୁରୁଣା ଏବଂ ଫଟା ନୋଟ୍‌ ବଦଳାଯାଇପାରିବ। ହେଲେ ବାଲାଂଦେଶରେ ସ୍ବତନ୍ତ୍ର ଭାବେ ଏକ ମାର୍କେଟରେ ନୋଟ୍‌ର ବଣ୍ଡଲ ଗଦା ଦେଖିବାକୁ ମିଳିଥାଏ। ସେଠାରେ ଜଗିବା ଲାଗି ସୁରକ୍ଷାକର୍ମୀ ନ ଥାନ୍ତି। ହେଲେ ଟଙ୍କା ସୁରକ୍ଷିତ ରହିଥାଏ।

The post ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍‌; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି… appeared first on Dharitri Odia News.