ଏହି ୧୦ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହେବା ନିଶ୍ଚିତ, ଭବିଷ୍ୟବାଣୀ କଲେ ଅଶ୍ୱିନ
ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ର ନିଲାମ ମଙ୍ଗଳବାର ଦୁବାଇରେ ହେବ । ନିଲାମରେ ମୋଟ ୩୩୩ ଖେଳାଳି ରହିବେ। ତେବେ ୧୦ଟି ଟିମ ପାଖରେ କେବଳ ୭୭ ଟି ସ୍ଲଟ ଖାଲି ଅଛି । ଏପରି ପରିସ୍ଥିତିରେ, ଦଳଗୁଡିକ କେବଳ ଅଭିଜ୍ଞ ଏବଂ ତାରକା ଖେଳାଳିଙ୍କ ଉପରେ ବିଡ୍ କରିବାକୁ ଚାହାଁନ୍ତି । ଏହି ସମୟରେ ଭାରତୀୟ ଦଳର ତାରକା ତଥା ମ୍ୟାଜିକାଲ ସ୍ପିନର ଆର ଅଶ୍ୱିନ ୧୦ ତାରକା ଖେଳାଳିଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। […] The post ଏହି ୧୦ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହେବା ନିଶ୍ଚିତ, ଭବିଷ୍ୟବାଣୀ କଲେ ଅଶ୍ୱିନ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ର ନିଲାମ ମଙ୍ଗଳବାର ଦୁବାଇରେ ହେବ । ନିଲାମରେ ମୋଟ ୩୩୩ ଖେଳାଳି ରହିବେ। ତେବେ ୧୦ଟି ଟିମ ପାଖରେ କେବଳ ୭୭ ଟି ସ୍ଲଟ ଖାଲି ଅଛି । ଏପରି ପରିସ୍ଥିତିରେ, ଦଳଗୁଡିକ କେବଳ ଅଭିଜ୍ଞ ଏବଂ ତାରକା ଖେଳାଳିଙ୍କ ଉପରେ ବିଡ୍ କରିବାକୁ ଚାହାଁନ୍ତି । ଏହି ସମୟରେ ଭାରତୀୟ ଦଳର ତାରକା ତଥା ମ୍ୟାଜିକାଲ ସ୍ପିନର ଆର ଅଶ୍ୱିନ ୧୦ ତାରକା ଖେଳାଳିଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଅଶ୍ୱିନ ତାଙ୍କ ଭବିଷ୍ୟବାଣୀରେ ମିଚେଲ ଷ୍ଟାର୍କ ଏବଂ ଟ୍ରାଭିସ ହେଡ୍ ପରି ତାରକା ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି।
ତାଙ୍କ ଭବିଷ୍ୟବାଣୀରେ ଅଶ୍ୱିନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସଙ୍କୁ ସବୁଠାରୁ ମହଙ୍ଗା ଖେଳାଳି ବୋଲି ବର୍ଣ୍ଣନା କରିଛନ୍ତି। ଅଶ୍ୱିନ କହିଛନ୍ତି , ଉଭୟ ଖେଳାଳିଙ୍କ ପାଇଁ ସମ୍ଭାବ୍ୟ ବିଡ ୧୪ କୋଟିରୁ ଅଧିକ ହେବ। ଏହା ବ୍ୟତୀତ ଅଶ୍ୱିନ ଭାରତୀୟ ବଂଶୋଭବ ଶାହରୁଖ ଖାନଙ୍କୁ ୧୦ ଖେଳାଳି ତାଲିକାରେ ରଖିଛନ୍ତି। ସେ ଶାହରୁଖଙ୍କୁ କହିଛନ୍ତି ଯେ ତାଙ୍କ ପାଇଁ ୧୦ରୁ ୧୪କୋଟି ଟଙ୍କାର ବିଡ କରାଯାଇପାରେ। ଶାହରୁଖ ଜଣେ ଅଭିଜ୍ଞ ଖେଳାଳି।
ଏହା ବ୍ୟତୀତ ଭାରତୀୟ ସ୍ପିନର ତାଙ୍କ ତାଲିକାରେ ୨୦୨୩ ବିଶ୍ୱକପ୍ରେ ଧମାଲ କରିଥିବା ରାଚିନ ରବିନ୍ଦ୍ର ଏବଂ ଟ୍ରାଭିସ ହେଡ୍ଙ୍କୁ ମଧ୍ୟ ସାମିଲ କରିଛନ୍ତତି। ରାଚିନଙ୍କୁ ନେଇ ଅଶ୍ୱିନ ୪ ରୁ ୭କୋଟି ଟଙ୍କା ଆଶା କରିଛନ୍ତି। ସେହିପରି ଟ୍ରାଭିସଙ୍କୁ ନେଇ ସେ ୨ ରୁ ୪ କୋଟି ଟଙ୍କା ସମ୍ଭାବନା ଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ନିଲାମରେ ଅଶ୍ୱିନଙ୍କ ଭବିଷ୍ୟବାଣୀ କେତେ ସଠିକ ତାହା ଦେଖିବା ମଜାଦାର ହେବ।
The post ଏହି ୧୦ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହେବା ନିଶ୍ଚିତ, ଭବିଷ୍ୟବାଣୀ କଲେ ଅଶ୍ୱିନ appeared first on Dharitri Odia News.