ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଇରାନ ଇସ୍ରାଏଲ ଉପରେ ୧୮୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ନିବେଶକମାନଙ୍କ ମଧ୍ୟରେ ଅଶୋଧିତ ତୈଳ ଦର ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ଯୁଦ୍ଧର ପ୍ରଭାବକୁ ନେଇ ଚିନ୍ତିତ ଅଛନ୍ତି। ଭାରତୀୟ ଷ୍ଟକ ମାର୍କେଟ ସେନସେକ୍ସ ୧୭୦୦ ପଏଣ୍ଟ ହ୍ରାସ ପାଇଛି […] The post ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ appeared first on Dharitri Odia News.

ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଇରାନ ଇସ୍ରାଏଲ ଉପରେ ୧୮୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ନିବେଶକମାନଙ୍କ ମଧ୍ୟରେ ଅଶୋଧିତ ତୈଳ ଦର ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ଯୁଦ୍ଧର ପ୍ରଭାବକୁ ନେଇ ଚିନ୍ତିତ ଅଛନ୍ତି। ଭାରତୀୟ ଷ୍ଟକ ମାର୍କେଟ ସେନସେକ୍ସ ୧୭୦୦ ପଏଣ୍ଟ ହ୍ରାସ ପାଇଛି । ନିଫ୍ଟିରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ମହାଯୁଦ୍ଧର ପ୍ରଭାବ ଭାରତର ୧୪ଟି ବଡ କମ୍ପାନୀ ଉପରେ ଅଧିକ ଦେଖାଯାଇଛି, ଯେଉଁଥିରେ ଆଦାନୀ ଗ୍ରୁପ ଠାରୁ ଟାଟା ଗ୍ରୁପ କମ୍ପାନୀ ରହିଛି।

ଇସ୍ରାଏଲ ସହ ସମ୍ପର୍କରେ ଥିବା ୧୪ଟି ଭାରତୀୟ କମ୍ପାନୀକୁ ତାଲିକାଭୁକ୍ତ କରାଯାଇଛି। ଯେଉଁମାନଙ୍କ ପାଇଁ ସଙ୍କଟ ସୀମିତ ପ୍ରଭାବ ପକାଇପାରେ। ଏହି କେତେକ ପ୍ରମୁଖ କମ୍ପାନୀର ସେୟାରରେ ହ୍ରାସ ରେକର୍ଡ କରାଯାଛି। ଇସ୍ରାଏଲର ହାଇଫା ବନ୍ଦରର ମାଲିକାନା ଥିବା ଆଦାନୀ ବନ୍ଦରର ସେୟାର ୨.୫% ହ୍ରାସ ପାଇଛି ଏବଂ BSE ରେ ୧,୪୨୯.୩୫ ଟଙ୍କାରେ କାରବାର ହୋଇଛି। ସେହିପରି ଅଳଙ୍କାର ନିର୍ମାତା କଲ୍ୟାଣ ଜୁଏଲର୍ସ ଏବଂ ଟାଇଟାନ ମଧ୍ୟ ଇସ୍ରାଏଲ ସହିତ ସମ୍ପର୍କ ଅଛି।

ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ, ନିବେଶକମାନେ ଇସ୍ରାଏଲର ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ), ୱିପ୍ରୋ, ଟେକ ମହିନ୍ଦ୍ରା ଏବଂ ଇନଫୋସିସ ଭଳି କମ୍ପାନୀର ଅଂଶଧନ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ। ଏହା ବ୍ୟତୀତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏବଂ ଲାରସେନ ଆଣ୍ଡ ଟୁବ୍ରୋ (L&T) ମଧ୍ୟ ଏହି କ୍ଷେତ୍ରରେ ଉପସ୍ଥିତ ଅଛନ୍ତି, ଯାହାର ଷ୍ଟକ ମାର୍କେଟ ମଧ୍ୟ ଏହି ସମୟରେ ପ୍ରଭାବିତ ହୋଇପାରେ।

ବୁଧବାର ଇରାନ କହିଛି ଯେ, ସବୁଠାରୁ ବଡ କ୍ଷେପଣାସ୍ତ୍ର ଆକ୍ରମଣ ଶେଷ ହୋଇଛି, କିନ୍ତୁ ଯଦି ଉତ୍ତେଜନା ଜାରି ରହେ ତେବେ ଆହୁରି ପଦକ୍ଷେପ ନେଇପାରେ। ଏଥି ସହିତ ଇସ୍ରାଏଲ ଏବଂ ଆମେରିକା ଚେତାବନୀ ଦେଇଛନ୍ତି।

The post ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ appeared first on Dharitri Odia News.