ଏହି ୨ ବ୍ୟକ୍ତି ନେଇପାରନ୍ତି ମେଣ୍ଟ ନିଷ୍ପତ୍ତି
ଭୁବନେଶ୍ୱର,୨୦।୩: ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡ-ଭାଜପା ମେଣ୍ଟକୁ ନେଇ ସସ୍ପେନ୍ସ ଲାଗି ରହିଛି। ଉଭୟ ଦଳ ମେଣ୍ଟକୁ ନେଇ ସ୍ପଷ୍ଟତା ପ୍ରକାଶ କରୁ ନ ନାହାନ୍ତି। ଫଳରେ ମେଣ୍ଟକୁ ନେଇ ନାନା ପ୍ରକାର କଥା ଆଲୋଚନା ହେଉଛି। ମେଣ୍ଟ ଭବିଷ୍ୟତ ଏବେ ଦିଲ୍ଲୀରେ ଅଟକି ରହିଛି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ଅମିତ ଶାହା ଗଣମାଧ୍ୟମକୁ ଦେଇଥିବା ବିବୃତି ଯଦିଓ ମେଣ୍ଟ ଚର୍ଚ୍ଚାରେ […] The post ଏହି ୨ ବ୍ୟକ୍ତି ନେଇପାରନ୍ତି ମେଣ୍ଟ ନିଷ୍ପତ୍ତି appeared first on Dharitri Odia News.
ଭୁବନେଶ୍ୱର,୨୦।୩: ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡ-ଭାଜପା ମେଣ୍ଟକୁ ନେଇ ସସ୍ପେନ୍ସ ଲାଗି ରହିଛି। ଉଭୟ ଦଳ ମେଣ୍ଟକୁ ନେଇ ସ୍ପଷ୍ଟତା ପ୍ରକାଶ କରୁ ନ ନାହାନ୍ତି। ଫଳରେ ମେଣ୍ଟକୁ ନେଇ ନାନା ପ୍ରକାର କଥା ଆଲୋଚନା ହେଉଛି। ମେଣ୍ଟ ଭବିଷ୍ୟତ ଏବେ ଦିଲ୍ଲୀରେ ଅଟକି ରହିଛି।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ଅମିତ ଶାହା ଗଣମାଧ୍ୟମକୁ ଦେଇଥିବା ବିବୃତି ଯଦିଓ ମେଣ୍ଟ ଚର୍ଚ୍ଚାରେ କିଛିଟା ସ୍ପଷ୍ଟତା ଆଣିଛି। କିନ୍ତୁ ଏବେ କେବଳ ଆସନ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ଥିବା ଚର୍ଚ୍ଚା ହେଉଛି।
ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପାଣ୍ଡିଆନ କହିଛନ୍ତି, ବୃହତ୍ତର ସ୍ବାର୍ଥ ଉଦ୍ଦେଶ୍ୟରେ ଦେଶର ଦୁଇ ମହାନ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ହେବାକୁ ଚାହାନ୍ତି, ଯାହାକି ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହା ହିଁ ରାଷ୍ଟ୍ରନୀତି।
ସେପଟେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ନ ପକାଇ କହିଛନ୍ତି, ଓଡ଼ିଶାରେ କିଛି ବି ହୋଇପାରେ। ମେଣ୍ଟ ହେଲେ ଏକାଠି ଲଢିବୁ ଆଉ ମେଣ୍ଟ ନ ହେଲେ ଏକାକୀ ଲଢିବୁ। କିନ୍ତୁ ଭାଜପାର ସ୍ଥିତି ବଦଳିବ ଏବଂ ଶକ୍ତି ମଧ୍ୟ ବୃଦ୍ଧି ପାଇବ। ଉଭୟ ବିଧାନସଭା ଓ ଲୋକ ସଭାରେ ଭାଜପା ବହୁତ ଭଲ ପ୍ରଦର୍ଶନ କରିବ। ଏକାକୀ ଲଢିଲେ ବି ଆମେ ସରକାର ଗଠନ କରିବା ପାଇଁ ଲଢିବୁ।
ଉଭୟଙ୍କ ମନ୍ତବ୍ୟରୁ ଯାହା ଜଣାପଡୁଛି, ଏବେ ବି ରାଜ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। କିନ୍ତୁ ଆସନ ବୁଝାମଣା ଯୋଗୁ ବୋଧହୁଏ ଏହା ବିଳମ୍ବ ହେଉଛି। ତେବେ ଶେଷ ନିଷ୍ପତ୍ତି ଏବେ ଭାଜପା ଅଧ୍ୟକ୍ଷ ଜେପି ନଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରହିଛି ବୋଲି କୁହାଯାଉଛି। କାରଣ ପୂର୍ବରୁ ଶାହା ମଧ୍ୟ କହିସାରିଛନ୍ତି ଯେ, ଭାଜପା-ବିଜେଡି ମେଣ୍ଟ ନେଇ ଜେପି ନଡା ଏବଂ ପ୍ରଧାନମନ୍ତ୍ରୀ ହିଁ ନିଷ୍ପତ୍ତି ନେବେ।
The post ଏହି ୨ ବ୍ୟକ୍ତି ନେଇପାରନ୍ତି ମେଣ୍ଟ ନିଷ୍ପତ୍ତି appeared first on Dharitri Odia News.