ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି
ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୨୬୨ ରନ ସ୍କୋର କରିପାରିଥିଲା। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୩୫ ବଲରେ ୮୩ ରନ୍ର ବିସ୍ଫୋରକ […] The post ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି appeared first on Dharitri Odia News.
ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୨୬୨ ରନ ସ୍କୋର କରିପାରିଥିଲା। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୩୫ ବଲରେ ୮୩ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ନିଜ ଇନିଂସରେ ୫ ଚୌକା ଓ ୭ ଛକା ମାରିଥିଲେ ମଧ୍ୟ ଦଳର ପରାଜୟକୁ ଏଡାଇ ପାରି ନ ଥିଲେ।
ଦୀନେଶ କାର୍ତ୍ତିକଙ୍କ ବ୍ୟତୀତ ଫାଫ ଡୁ ପ୍ଲେସିସ ୨୮ ବଲରେ ୬୨ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିସହ ବିରାଟ କୋହଲି ୨୦ ବଲରେ ୪୨ ରନ୍ର ଦ୍ରୁତ ଇନିଂସ ଖେଳିଥିଲେ। କିନ୍ତୁ ଏହା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାଜୟର ସାମ୍ନା କରିବାକୁ ପଡିଲା। କିନ୍ତୁ ଯଦି ବାକି ବ୍ୟାଟ୍ସମ୍ୟାନମାନେ ସହଯୋଗ କରିଥାନ୍ତେ, ତେବେ ପ୍ୟାଟ କମିନ୍ସଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ୨୮୭ ରନ ସ୍କୋର କରିବା ସତ୍ତ୍ୱେ ହାରିଥାନ୍ତା। ଯେତେବେଳେ ଦୀନେଶ କାର୍ତ୍ତିକ ଖେଳୁଥିଲେ, ଅନୁଜ ରାୱତ ୯ ବଲରେ ୮ ରନ ସଂଗ୍ରହ କରିଥିଲେ। ସେହିଭଳି ରଜତ ପାଟିଦାର ୫ ବଲରେ ୯ ରନ ସ୍କୋର କରିବା ପରେ ଚାଲି ଯାଇଥିଲେ। ୧୧ଟି ବଲରେ ମହିପାଲ ଲୋମୋର ୧୯ ରନ ଯୋଗଦାନ କରିଥିଲେ। ୪ଟି ବଲରେ ୭ ରନ ସ୍କୋର କରିବା ପରେ ଜ୍ୟାକ ପାଭିଲିୟନକୁ ଯାଇଥିଲେ।
The post ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି appeared first on Dharitri Odia News.