ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୯।୨: ହ୍ବିଲ ଚେୟାର ନ ମିଳିବା ଯୋଗୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ବିରୋଧରେ ବଡ଼ ପଦକ୍ଷେପ ନେଇଛି। ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏହାପୂର୍ବରୁ ଡିଜିସିଏ ମଧ୍ୟ ବିମାନ ଚଳାଚଳ ନିୟମ ପାଳନ ନ କରିବାରୁ ଏୟାରଲାଇନ୍ସକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ସାତ ଦିନ ମଧ୍ୟରେ କମ୍ପାନୀ ଏହାର ଜବାବ […] The post ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୨: ହ୍ବିଲ ଚେୟାର ନ ମିଳିବା ଯୋଗୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ବିରୋଧରେ ବଡ଼ ପଦକ୍ଷେପ ନେଇଛି। ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏହାପୂର୍ବରୁ ଡିଜିସିଏ ମଧ୍ୟ ବିମାନ ଚଳାଚଳ ନିୟମ ପାଳନ ନ କରିବାରୁ ଏୟାରଲାଇନ୍ସକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ସାତ ଦିନ ମଧ୍ୟରେ କମ୍ପାନୀ ଏହାର ଜବାବ ଦେବାକୁ କୁହାଯାଇଥିଲା। ବର୍ତ୍ତମାନ ଏହା ଉପରେ ପଦକ୍ଷେପ ନେଇ ଡିଜିସିଏ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି।
ସୂଚନାଯୋଗ୍ୟ, ୧୨ ଫେବୃଆରୀ ୨୦୨୪ରେ ଜଣେ ୮୦ ବର୍ଷ ବୟସ୍କା ମହିଳା ତାଙ୍କ ସ୍ବାମୀଙ୍କ ସହ ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଯାଉଥିଲେ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଉକ୍ତ ମହିଳାଙ୍କୁ ବିମାନବନ୍ଦରରେ ହ୍ବିଲ ଚେୟାର ଯୋଗାଇ ଦିଆଯାଇନଥିଲା। ଅଭିଯୋଗ ହୋଇଛି ଯେ, ଏହି କାରଣରୁ ସେ ତଳେ ପଡ଼ିଯାଇଥିଲେ ଆଉ ତାଙ୍କର ମୃତ୍ୟୁ ଘଟିଥିଲା।
The post ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ appeared first on Dharitri Odia News.