'ଏୟାର ଇଣ୍ଡିଆ' ଉପରେ ୯୦ ଲକ୍ଷ ଟଙ୍କାର ଫାଇନ୍

ବିମାନ ଚଳାଚଳ ନିୟନ୍ତ୍ରକ DGCA ଏୟାର ଇଣ୍ଡିଆ ଉପରେ ଜରିମାନା ପକାଇଛି।

'ଏୟାର ଇଣ୍ଡିଆ' ଉପରେ ୯୦ ଲକ୍ଷ ଟଙ୍କାର ଫାଇନ୍

ଏୟାର ଇଣ୍ଡିଆ ବିମାନ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା। ବିମାନ ଚଳାଚଳ ନିୟନ୍ତ୍ରକ DGCA ଏୟାର ଇଣ୍ଡିଆ ଉପରେ ଜରିମାନା ପକାଇଛି। ଯୋଗ୍ୟତା ହାସଲ କରିନଥିବା କ୍ୟୁ ସଦସ୍ୟଙ୍କୁ ନେଇ ବିମାନ ଉଡାଣ ଭରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହା ବ୍ୟତୀତ ଏୟାର ଇଣ୍ଡିଆର ଅପରେସନ୍ ଡାଇରେକ୍ଟର ଏବଂ ଟ୍ରେନିଂ ଡାଇରେକ୍ଟରଙ୍କ ଉପରେ ମଧ୍ୟ ଫାଇନ୍ ପକାଯାଇଛି। ଉଭୟଙ୍କ ଉପରେ ଯଥାକ୍ରମେ ୬ ଲକ୍ଷ ଏବଂ ୩ ଲକ୍ଷ ଟଙ୍କା ଜୋରିମାନା ପକାଯାଇଛି।

ଏନେଇ ସିଭିଲ୍ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ (DGCA) ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି। ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ ସଂପୃକ୍ତ ପାଇଲଟଙ୍କୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ DGCA ପକ୍ଷରୁ ଚେତାବନୀ ଦିଆଯାଇଛି।