ଏୟାର ଇଣ୍ଡିଆ ଦୁର୍ଘଟଣା ପରେ ବୀମା କଂପାନୀ ଦେବ ମୋଟା ଅଙ୍କର ଅର୍ଥ, ହୋଇପାରେ ନୂଆ ରେକର୍ଡ
ଗୁଜରାଟ ୧୩/୬: ଏଥର ଅହମ୍ମଦାବାଦ ବିମାନ ଦୁର୍ଘଟଣାର ବହୁତ ବଡ କ୍ଷତି ହୋଇଛି । ବିମାନ ଦୁର୍ଘଟଣାର ବୀମା ରାଶି ପ୍ରାୟ ୨୪ଶହ ୯୦ କୋଟି ଅଥବା ତା ଠାରୁ ଅଧିକ ହୋଇପାରେ । ଯାହା ଭାରତର ବୀମା ଇତିହାସରେ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି । ଏହି ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିମାନଟି ପୁରା ଜଳିଯାଇଛି । ରିପୋର୍ଟ ମୁତାବକ ନ୍ୟୁ ଇଣ୍ଡିଆ ଏରୋସ୍ପେଶ ଓ ଟାଟା ଏଆଜି, ଏୟାର ଇଣ୍ଡିଆର ଏହି ବିମାନର ପ୍ରମୁଖ ବୀମାକର୍ତ୍ତା କଂପାନୀ ଥିଲେ । ତେବେ ଏହି ପ୍ରକାର ବଡ ଧରଣର କ୍ଷତିର ଅଧିକାଂଶ ଭାଗ ଅନ୍ତରାଷ୍ଟ୍ରୀୟ ରି-ଇନ୍ସୁରାନ୍ସ ମାର୍କେଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଯାହାର ନେତୃତ୍ବ AIG ଲଣ୍ଡନ ନେଉଛି । ଏୟାର ଇଣ୍ଡିଆ ବିସ୍ତାରା ସହ ମର୍ଜ କରି ନିଜର ୩ଶହରୁ ଅଧିକ ବିମାନ ପାଇଁ ପ୍ରାୟ ୨୦ ବିଲିୟନ ଡଲାର ଅର୍ଥାତ ପ୍ରାୟ ୧.୬୬ ଲକ୍ଷ କୋଟି ଟଙ୍କାର ବୀମା କରିଛି୨୦୨୦ରେ କୋଝିକୋଡରେ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ବୀମା କଂପାନୀ ପାସେଞ୍ଜର ଲାୟବିଲିଟି ଅନୁସାରେ ପ୍ରାୟ ୩୮ ମିଲିଅନ ଡଲାର ଅର୍ଥାତ ପ୍ରାୟ ୩୧୫ କୋଟି ଦେଇଥିଲା ତେବେ ଏଥର ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବହୁତ ବଡ କ୍ଷତି ହୋଇଛି । ସେଥିପାଇଁ ଦୁର୍ଘଟଣାର ବୀମା ରାଶି ୨୪୯୦ କୋଟି ବା ଏହାଠାରୁ ଅଧିକ ହେବାର ସମ୍ଭାବନା ରହିଛି । ଯାହା ଏବେ ସୁଦ୍ଧା ଭାରତର ବୀମା ଇତିହାସରେ ସବୁଠା
ଗୁଜରାଟ ୧୩/୬: ଏଥର ଅହମ୍ମଦାବାଦ ବିମାନ ଦୁର୍ଘଟଣାର ବହୁତ ବଡ କ୍ଷତି ହୋଇଛି । ବିମାନ ଦୁର୍ଘଟଣାର ବୀମା ରାଶି ପ୍ରାୟ ୨୪ଶହ ୯୦ କୋଟି ଅଥବା ତା ଠାରୁ ଅଧିକ ହୋଇପାରେ । ଯାହା ଭାରତର ବୀମା ଇତିହାସରେ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି । ଏହି ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିମାନଟି ପୁରା ଜଳିଯାଇଛି । ରିପୋର୍ଟ ମୁତାବକ ନ୍ୟୁ ଇଣ୍ଡିଆ ଏରୋସ୍ପେଶ ଓ ଟାଟା ଏଆଜି, ଏୟାର ଇଣ୍ଡିଆର ଏହି ବିମାନର ପ୍ରମୁଖ ବୀମାକର୍ତ୍ତା କଂପାନୀ ଥିଲେ । ତେବେ ଏହି ପ୍ରକାର ବଡ ଧରଣର କ୍ଷତିର ଅଧିକାଂଶ ଭାଗ ଅନ୍ତରାଷ୍ଟ୍ରୀୟ ରି-ଇନ୍ସୁରାନ୍ସ ମାର୍କେଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଯାହାର ନେତୃତ୍ବ AIG ଲଣ୍ଡନ ନେଉଛି । ଏୟାର ଇଣ୍ଡିଆ ବିସ୍ତାରା ସହ ମର୍ଜ କରି ନିଜର ୩ଶହରୁ ଅଧିକ ବିମାନ ପାଇଁ ପ୍ରାୟ ୨୦ ବିଲିୟନ ଡଲାର ଅର୍ଥାତ ପ୍ରାୟ ୧.୬୬ ଲକ୍ଷ କୋଟି ଟଙ୍କାର ବୀମା କରିଛି

୨୦୨୦ରେ କୋଝିକୋଡରେ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ବୀମା କଂପାନୀ ପାସେଞ୍ଜର ଲାୟବିଲିଟି ଅନୁସାରେ ପ୍ରାୟ ୩୮ ମିଲିଅନ ଡଲାର ଅର୍ଥାତ ପ୍ରାୟ ୩୧୫ କୋଟି ଦେଇଥିଲା ତେବେ ଏଥର ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବହୁତ ବଡ କ୍ଷତି ହୋଇଛି । ସେଥିପାଇଁ ଦୁର୍ଘଟଣାର ବୀମା ରାଶି ୨୪୯୦ କୋଟି ବା ଏହାଠାରୁ ଅଧିକ ହେବାର ସମ୍ଭାବନା ରହିଛି । ଯାହା ଏବେ ସୁଦ୍ଧା ଭାରତର ବୀମା ଇତିହାସରେ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି ।
ବିମାନ ଦୁର୍ଘଟଣା ବୀମା ସାଧାରଣତଃ ଆଗାତ କିମ୍ବା ମୃତ୍ୟୁ କ୍ଷେତ୍ରରେ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରେ । ଏହା ୩ଟି ପରିସ୍ଥିତିରେ ଦାବି କରାଯାଇପାରିବ । ଯଦି ଜଣେ ବିମାନ ସମ୍ବନ୍ଧୀୟ ଘଟଣା ଯୋଗୁ ମୃତ୍ୟୁବରଣ କରନ୍ତି ତେବେ ତାଙ୍କୁ କ୍ଷତିପୂରଣ ରାଶି ମିଳିଥାଏ । ଯଦି ଜଣେ ଯାତ୍ରୀ ଆହତ ହୁଅନ୍ତି ଏବଂ ଅସ୍ତ୍ରୋପଚାର,ଚିକିତ୍ସା ଓ ଚିକିତ୍ସା ପରବର୍ତ୍ତୀ ଯତ୍ନ ଚାହାନ୍ତି ତେବେ ବୀମା ଜରୁରୀକାଳୀନ ଚିକିତ୍ସା ଖର୍ଚ୍ଚ ପାଇଁ ପ୍ରଯୁଜ୍ୟ । ଯଦି ଜଣେ ବିମାନ ଦୁର୍ଘଟଣା ଯୋଗୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଅକ୍ଷମତା ଭୋଗନ୍ତି ତେବେ ସେ ମଧ୍ୟ ଦାବି କରିପାରିବେ ।

ଭାରତୀୟ ସାଧାରଣ ବୀମା ନିଗମର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ରାମାସ୍ବାମୀ ନାରାୟଣନ କହିଛନ୍ତି ବୀମା କଂପାନୀଗୁଡିକର ଫ୍ଲିଟ ବୀମା ପଲିସି ଅଛି ଯାହା ବିମାନର ହ୍ବିଲ,ସ୍ପେୟାର ପାର୍ଟସ ଏବଂ ଯାତ୍ରୀ ଓ ତୃତୀୟ ପକ୍ଷଙ୍କ ପ୍ରତି ଦାୟିତ୍ବ ଭଳି ବିପଦକୁ କଭର କରେ। ସେହିପରି ବିଦେଶକୁ ଯାଉଥିବା ଲୋକମାନେ ମଧ୍ୟ ସାଧାରଣତଃ ବ୍ୟକ୍ତିଗତ ଯାତ୍ରା ବୀମା ବାଛନ୍ତି । ଏହା ସାଧାରଣତଃ ମୋଟ୍ ଯାତ୍ରା ଖର୍ଚ୍ଚର ୪ ପ୍ରତିଶତରୁ ୧୦ ପ୍ରତିଶତ ମଧ୍ୟରେ ଖର୍ଚ୍ଚ ହୁଏ । ବୟସ୍କ ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । ଯାତ୍ରା ଅବଧି, ଗନ୍ତବ୍ୟସ୍ଥଳ ଓ ଚିକିତ୍ସା ସମସ୍ୟା ଆଦି ମଧ୍ୟ ପ୍ରିମିୟମକୁ ପ୍ରଭାବିତ କରେ । ଅନ୍ତର୍ଜାତୀୟ ଯାତ୍ରା ବୀମା ପ୍ରତିଦିନ ୧୫୦ରୁ ହଜାରେ ଟଙ୍କା ମଧ୍ୟରେ ଖର୍ଚ୍ଚ ହୋଇପାରେ ।