ଏୟାର ଇଣ୍ଡିଆ ବିମାନ ଖାଇବାରେ ମିଳିଲା ଅସରପା, ଓମଲେଟ୍‌ ଖାଇ ୨ବର୍ଷର ଶିଶୁ ଅସୁସ୍ଥ

ନୂଆଦିଲ୍ଲୀ ୩୦।୦୯: ପ୍ରତିଦିନ ହଜାର ହଜାର ଲୋକ ବିମାନରେ ଯାତ୍ରା କରୁଛନ୍ତି । କିନ୍ତୁ ବିଗତ କିଛି ଦିନରେ ବିମାନର ଖାଦ୍ୟମାନକୁ ନେଇ ଆସୁଛି ଅନେକ ଅଭିଯୋଗ ।  ଏନେଇ ଅନେକ ସମୟରେ ଯାତ୍ରୀମାନେ ଅଭିଯୋଗ କରୁଛନ୍ତି । ଏବେ ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଖାଦ୍ୟରୁ ମିଳିଛି ଅସରପା । ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍‌ରୁ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି । ଯାତ୍ରୀ ଜଣକ କହିଛନ୍ତି କି ଏହି ଓମଲେଟ୍‌କୁ ଅଧା ଖାଇବା ପରେ ଏହି ଅସରପା ବାହାରିଥିଲା । ସବୁଠାରୁ ବଡ କତଥା ହେଉଛି ଏହି ଓମଲେଟ୍‌କୁ ତାଙ୍କର ୨ ବର୍ଷର ପୁଅ ଖାଇଥିଲା । ଆଉ ତାଙ୍କ ପୁଅ ଫୁଡ ପଏଜନିଂର ଶିକାର ହୋଇଛନ୍ତି । ଖବର ଅନୁଯାୟୀ ଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏହି ଘଟଣା ଘଟିଛି । ସୁୟେଶ ସାୱନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି ଯେ ସେ ତାଙ୍କର ଦୁଇ ବର୍ଷର ପିଲାଙ୍କ ସହ ବିମାନରେ ଯାତ୍ରା କରୁଥିଲେ । ତାଙ୍କୁ ଖାଇବାକୁ ଏକ ଓମଲେଟ୍ ଦିଆଯାଇଥିଲା । Found a cockroach in the omelette served to me on the @airindia flight from Delhi to New York. My 2 year old finished more than half of it with me when we found this. Suffered from food poisoning as a result. @DGCAIndia @RamMNK pic.t

ଏୟାର ଇଣ୍ଡିଆ ବିମାନ ଖାଇବାରେ ମିଳିଲା ଅସରପା, ଓମଲେଟ୍‌ ଖାଇ ୨ବର୍ଷର ଶିଶୁ ଅସୁସ୍ଥ

ନୂଆଦିଲ୍ଲୀ ୩୦।୦୯: ପ୍ରତିଦିନ ହଜାର ହଜାର ଲୋକ ବିମାନରେ ଯାତ୍ରା କରୁଛନ୍ତି । କିନ୍ତୁ ବିଗତ କିଛି ଦିନରେ ବିମାନର ଖାଦ୍ୟମାନକୁ ନେଇ ଆସୁଛି ଅନେକ ଅଭିଯୋଗ ।  ଏନେଇ ଅନେକ ସମୟରେ ଯାତ୍ରୀମାନେ ଅଭିଯୋଗ କରୁଛନ୍ତି । ଏବେ ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଖାଦ୍ୟରୁ ମିଳିଛି ଅସରପା । ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍‌ରୁ ଅସରପା ବାହାରିଛି । 

ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି । ଯାତ୍ରୀ ଜଣକ କହିଛନ୍ତି କି ଏହି ଓମଲେଟ୍‌କୁ ଅଧା ଖାଇବା ପରେ ଏହି ଅସରପା ବାହାରିଥିଲା । ସବୁଠାରୁ ବଡ କତଥା ହେଉଛି ଏହି ଓମଲେଟ୍‌କୁ ତାଙ୍କର ୨ ବର୍ଷର ପୁଅ ଖାଇଥିଲା । ଆଉ ତାଙ୍କ ପୁଅ ଫୁଡ ପଏଜନିଂର ଶିକାର ହୋଇଛନ୍ତି । 

ଖବର ଅନୁଯାୟୀ ଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏହି ଘଟଣା ଘଟିଛି । ସୁୟେଶ ସାୱନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି ଯେ ସେ ତାଙ୍କର ଦୁଇ ବର୍ଷର ପିଲାଙ୍କ ସହ ବିମାନରେ ଯାତ୍ରା କରୁଥିଲେ । ତାଙ୍କୁ ଖାଇବାକୁ ଏକ ଓମଲେଟ୍ ଦିଆଯାଇଥିଲା । 

ତେବେ ଏହି ଓମଲେଟ୍‌ ଅଧାରୁ ଅଧିକ ଖାଇବା ପରେ ସେ ଦେଖିବାକୁ ପାଇଥିଲେ କି ସେଥିରେ ଏକ ଅସରପା ରହିଥିଲା । ଏହାର ଭିଡିଓ ସେ ସୋସିଆଲ ମିଡିଆ Xରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେଉଛି ।  

ଏହା ଉପରେ ସ୍ପଷ୍ଟୀକରଣ ଦେଇ ଏୟାର ଇଣ୍ଡିଆ କହିଛି ଯେ, ଯାତ୍ରୀଙ୍କ ଖାଦ୍ୟରେ ଅସରପା ମିଳିବା ନେଇ ଖବର ଆସିବା ପରେ ଆମେ କ୍ୟାଟରିଂ ସେବା ପ୍ରଦାନକାରୀ ସଂସ୍ଥାକୁ ଏହି ବିଷୟରେ ସୂଚନା ଦେଇଛୁ । ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରିଛୁ । ଏଭଳି ଘଟଣାକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ ବୋଲି କହିଛି ଏୟାର ଇଣ୍ଡିଆ ।