ଏୟାରଷ୍ଟ୍ରାଇକ୍ରେ କମାଣ୍ଡରଙ୍କ ସମେତ ୯ ମୃତ
ରାମାଲ୍ଲା/କାଇରୋ,୪ା୮: ଓ୍ବେଷ୍ଟ ବ୍ୟାଙ୍କରେ ଶନିବାର ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ରେ ହମାସ୍ କମାଣ୍ଡରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇସ୍ଲାମିକ ଜିହାଦ ଯୋଦ୍ଧା ରହିଛନ୍ତି। ସେହିପରି ଅନ୍ୟ ଏକ ଆକ୍ରମଣରେ ୪ ଜଣ ବନ୍ଧୁକଧାରୀ ନିହତ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଟୁଲ୍କାର୍ମ ସହର ନିକଟ ଜେଇଟା ସହରରେ ଏକ କାର୍ ଉପରେ ପ୍ରଥମ ଏୟାରଷ୍ଟ୍ରାଇକ୍ ହୋଇଥିତ୍ଲା। ଉକ୍ତ କାର୍ରେ ହମାସ୍ କମାଣ୍ଡରଙ୍କ ସହ ଇସ୍ଲାମିକ ଯୋଦ୍ଧାମାନେ ଥିଲେ। ଏହାର […] The post ଏୟାରଷ୍ଟ୍ରାଇକ୍ରେ କମାଣ୍ଡରଙ୍କ ସମେତ ୯ ମୃତ appeared first on Dharitri Odia News.
ରାମାଲ୍ଲା/କାଇରୋ,୪ା୮: ଓ୍ବେଷ୍ଟ ବ୍ୟାଙ୍କରେ ଶନିବାର ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ରେ ହମାସ୍ କମାଣ୍ଡରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇସ୍ଲାମିକ ଜିହାଦ ଯୋଦ୍ଧା ରହିଛନ୍ତି। ସେହିପରି ଅନ୍ୟ ଏକ ଆକ୍ରମଣରେ ୪ ଜଣ ବନ୍ଧୁକଧାରୀ ନିହତ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଟୁଲ୍କାର୍ମ ସହର ନିକଟ ଜେଇଟା ସହରରେ ଏକ କାର୍ ଉପରେ ପ୍ରଥମ ଏୟାରଷ୍ଟ୍ରାଇକ୍ ହୋଇଥିତ୍ଲା। ଉକ୍ତ କାର୍ରେ ହମାସ୍ କମାଣ୍ଡରଙ୍କ ସହ ଇସ୍ଲାମିକ ଯୋଦ୍ଧାମାନେ ଥିଲେ। ଏହାର କିଛି ଘଣ୍ଟା ପରେ ଆଉ ଏକ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ କରି ଦ୍ୱିତୀୟ ଏୟାରଷ୍ଟ୍ରାଇକ୍ ହୋଇଥିଲା। ଏଥିରେ ୪ ଜଣ ନିହତ ହୋଇଥିବା ପାଲେଷ୍ଟାଇନ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ୍-ହମାସ୍ ଯୁଦ୍ଧ ଆରମ୍ଭ ହେବାଠାରୁ ଓ୍ବେଷ୍ଟ ବ୍ୟାଙ୍କରେ ହିଂସା ବଢ଼ିଚାଲିଛି। ଇସ୍ରାଏଲ୍ ବାରମ୍ବାର ଏହି ଅଞ୍ଚଳ ଉପରେ ଆକାଶ ମାର୍ଗରୁ ବୋମାମାଡ଼ କରୁଛି। ପୁଣି ଏୟାରଷ୍ଟ୍ରାଇକ୍
The post ଏୟାରଷ୍ଟ୍ରାଇକ୍ରେ କମାଣ୍ଡରଙ୍କ ସମେତ ୯ ମୃତ appeared first on Dharitri Odia News.