ଐତିହାସିକ ବିଜୟ ପରେ ଏମିତି କହିଦେଲେ ଶ୍ରୀଜେଶ
ପ୍ୟାରିସ, ୫।୮ (ପି.ଟି.):ଭାରତ ଓ ଗ୍ରେଟ୍ ବ୍ରିଟେନ ମଧ୍ୟରେ ରବିବାର ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଅବସର ସୂଚନା ଦେଇସାରି ଥିବାରୁ ଗୋଲକିପର ପି.ଆର୍. ଶ୍ରୀଜେଶଙ୍କର ଏହା ଶେଷ ମ୍ୟାଚ ହେବ ନା ସେ ଆଗକୁ ଆହୁରି ୨ଟି ମ୍ୟାଚ ଖେଳିବେ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ ଶ୍ରୀଜେଶ। ନିର୍ଦ୍ଧାରିତ ସମୟ ଖେଳ ୧-୧ରେ ରହିବା ପରେ ଶୁଟ୍ଆଉଟରେ ଚମତ୍କାରିତା ଦେଖାଇ […] The post ଐତିହାସିକ ବିଜୟ ପରେ ଏମିତି କହିଦେଲେ ଶ୍ରୀଜେଶ appeared first on Dharitri Odia News.
ପ୍ୟାରିସ, ୫।୮ (ପି.ଟି.):ଭାରତ ଓ ଗ୍ରେଟ୍ ବ୍ରିଟେନ ମଧ୍ୟରେ ରବିବାର ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଅବସର ସୂଚନା ଦେଇସାରି ଥିବାରୁ ଗୋଲକିପର ପି.ଆର୍. ଶ୍ରୀଜେଶଙ୍କର ଏହା ଶେଷ ମ୍ୟାଚ ହେବ ନା ସେ ଆଗକୁ ଆହୁରି ୨ଟି ମ୍ୟାଚ ଖେଳିବେ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ ଶ୍ରୀଜେଶ। ନିର୍ଦ୍ଧାରିତ ସମୟ ଖେଳ ୧-୧ରେ ରହିବା ପରେ ଶୁଟ୍ଆଉଟରେ ଚମତ୍କାରିତା ଦେଖାଇ ଭାରତକୁ ୪-୨ରେ ବିଜୟ ଦେଲେ। କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳୁଥିବା ଶ୍ରୀଜେଶ ମ୍ୟାଚ ପରେ କହିଛନ୍ତି ଯେ, ”ଜଣେ ଗୋଲକିପର ପାଇଁ ଏହା ଦୈନନ୍ଦିନ କାମ। ସବୁ ଦିନ ଭିନ୍ନ ଭିନ୍ନ ଥାଏ। ଆଜି ଆମ ଦିନ ଥିଲା। ଏପରି କି ଶୁଟ୍ଆଉଟ ପର୍ଯ୍ୟାୟରେ ମଧ୍ୟ ଆମ ଖେଳାଳିମାନେ ନିରାଶ କରି ନ ଥିଲେ“ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ମ୍ୟାଚର ରିୟଲ ହିରୋ ଶ୍ରୀଜେଶ। ଆମ ଖେଳାଳିମାନେ ସ୍କୋର କରୁଥିବାରୁ ମୋର ଆତ୍ମବିଶ୍ୱାସ ବଢ଼ି ଯାଇଥିଲା। ମୋ ପାଇଁ ଏହା ‘କର ଅବା ମର’ ସ୍ଥିତି ଥିଲା। ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ଥିଲି। ଆଜି ପଡ଼ିଆରେ ପ୍ରବେଶ ବେଳେ ମୋର ୨ଟି ବିକଳ୍ପ ଥିଲା। ଏହା ମୋର ଶେଷ ମ୍ୟାଚ ହୋଇପାରେ କିମ୍ବା ଆଗକୁ ୨ଟି ମ୍ୟାଚ ଖେଳିବାର ସୁଯୋଗ ସୃଷ୍ଟି ହୋଇପାରେ। ଏବେ ମୁଁ ଆଉ ୨ଟି ମ୍ୟାଚ ଖେଳିପାରିବି ବୋଲି ଶ୍ରୀଜେଶ କହିଛନ୍ତି।
The post ଐତିହାସିକ ବିଜୟ ପରେ ଏମିତି କହିଦେଲେ ଶ୍ରୀଜେଶ appeared first on Dharitri Odia News.