ଐଶ୍ୱର୍ଯ୍ୟାଙ୍କ ନାଁ ନେଇ ଦୁଃଖ ବଖାଣିଲେ ଅଭିଷେକ ବଚ୍ଚନ: କହିଲେ, ସେ ମୋଠାରୁ ଅଧିକ…
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ଅଭିଷେକ ବଚ୍ଚନ ଅନେକ ହିଟ ଫିଲ୍ମ ଦେଇଛନ୍ତି। ୧୯୭୬ ମସିହା ଫେବ୍ରୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିଷେକ ତାଙ୍କ ଫିଲ୍ମ କ୍ୟାରିୟର ଯାତ୍ରାରେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ କିଛି ଫିଲ୍ମ ମଧ୍ୟ କରିଛନ୍ତି। ଏକ ସାକ୍ଷାତକାରରେ ଅଭିଷେକ ଥରେ କହିଥିଲେ ଯେ, ସେ ତାଙ୍କ ପତ୍ନୀଙ୍କ ସହ କରିଥିବା ସମସ୍ତ ଫିଲ୍ମ ରେ ତାଙ୍କୁ ସବୁବେଳେ କମ ଟଙ୍କା […] The post ଐଶ୍ୱର୍ଯ୍ୟାଙ୍କ ନାଁ ନେଇ ଦୁଃଖ ବଖାଣିଲେ ଅଭିଷେକ ବଚ୍ଚନ: କହିଲେ, ସେ ମୋଠାରୁ ଅଧିକ… appeared first on Dharitri Odia News.
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ଅଭିଷେକ ବଚ୍ଚନ ଅନେକ ହିଟ ଫିଲ୍ମ ଦେଇଛନ୍ତି। ୧୯୭୬ ମସିହା ଫେବ୍ରୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିଷେକ ତାଙ୍କ ଫିଲ୍ମ କ୍ୟାରିୟର ଯାତ୍ରାରେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ କିଛି ଫିଲ୍ମ ମଧ୍ୟ କରିଛନ୍ତି। ଏକ ସାକ୍ଷାତକାରରେ ଅଭିଷେକ ଥରେ କହିଥିଲେ ଯେ, ସେ ତାଙ୍କ ପତ୍ନୀଙ୍କ ସହ କରିଥିବା ସମସ୍ତ ଫିଲ୍ମ ରେ ତାଙ୍କୁ ସବୁବେଳେ କମ ଟଙ୍କା ମିଳିଥାଏ। ଅନ୍ୟ ଏକ ଫିଲ୍ମରେ ତାଙ୍କୁ ନାୟିକାଙ୍କ ଠାରୁ କମ ଦରମା ମିଳିଥିଲା।
ପ୍ରାୟ ୬ ବର୍ଷ ପୂର୍ବେ ଅଭିଷେକ ବଚ୍ଚନ ଏକ ସାକ୍ଷାତକାର ଦେଇଥିଲେ। ଐଶ୍ୱର୍ଯ୍ୟା ରାୟଙ୍କ ସହ କାମ କରିଥିଲେ କିନ୍ତୁ ତାଙ୍କୁ କମ ଫି’ ମିଳିଥିଲା। ସେ ଐଶ୍ୱର୍ଯ୍ୟାଙ୍କ ସହ ପ୍ରାୟ ୯ଟି ଫିଲ୍ମ କରିଥିଲେ, ସେଥିମଧ୍ୟରୁ ୮ଟି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ଅଭିଷେକଙ୍କ ଠାରୁ ଅଧିକ ଫି’ ମିଳିଥିଲା। ଏନେଇ ନିଜେ ଅଭିଷେକ ଉଲ୍ଲେଖ କରିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଭିଷେକଙ୍କଠାରୁ ଐଶ୍ୱର୍ଯ୍ୟା ଅଧିକ ଧନୀ। ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ୨୫୯ କୋଟି ଥିବା ବେଳେ ଅଭିଷେକଙ୍କ ସମ୍ପତ୍ତି ମାତ୍ର ୨୨୨ କୋଟି ରହିଛି।
ଅଭିଷେକ ଏବଂ ଐଶ୍ୱର୍ଯ୍ୟା ପ୍ରଥମେ ୨୦୦୦ରେ ଫିଲ୍ମ ‘ଢାଇ ଅକ୍ଷର ପ୍ରେମ କେ’ରେ ଏକାଠି କାମ କରିଥିଲେ । ଏହାପରେ ସେମାନେ କୁଛ ନା କହୋ, ଗୁରୁ, ଧୁମ-୨, ରାବଣ, ଉମରାଓ ଜାନ, ବଣ୍ଟି ଓର ବବଲି ଓ ସରକାର ରାଜ ଭଳି ଫିଲ୍ମରେ ଏକାଠି କାମ କରିଥିଲେ। ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଏକାଠି ଏକ ଫିଲ୍ମରେ ନଜର ଆସିବାର ଅନେକ ଦିନ ହୋଇଗଲାଣି । ଗତ ମାସରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ରକୁ ନେଇ ଜୋରଦାର ଗୁଜବ ଉଠିଥିଲା, କିନ୍ତୁ ଅଭିଷେକ କିମ୍ବା ଐଶ୍ୱର୍ଯ୍ୟା ଏ ନେଇ କୌଣସି ବୟାନ ଦେଇନାହାନ୍ତି। ପରେ ଉଭୟ ଝିଅ ଆରାଧ୍ୟାଙ୍କ ସ୍କୁଲର ବାର୍ଷିକ ଉତ୍ସବରେ ଏକାଠି ଯୋଗ ଦେଇଥିଲେ।
The post ଐଶ୍ୱର୍ଯ୍ୟାଙ୍କ ନାଁ ନେଇ ଦୁଃଖ ବଖାଣିଲେ ଅଭିଷେକ ବଚ୍ଚନ: କହିଲେ, ସେ ମୋଠାରୁ ଅଧିକ… appeared first on Dharitri Odia News.