ଓଃ କି ତାତି, ସାଢେ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ୱର
୨୫/୦୪: ଜଳିବେ, ସିଝିବେ, ସନ୍ତୁଳି ହେବେ ଏ ନିଆଁ ମାଡ଼ରେ । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ୪୧.୧ °C ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ । ଏହା ପଛକୁ ରହିଛି ବାଲେଶ୍ୱର । ଯାହାର ତାପମାତ୍ରା 4୧°C ରେକର୍ଡ ହୋଇଛି । ସେହିଭଳି ଚାନ୍ଦବାଲିର ତାପମାତ୍ରା ୪୧°C, ଝାରସୁଗୁଡାର ତାପମାତ୍ରା ୪୦.୪°C, ହୀରାକୁଦର ତାପମାତ୍ରା ୪୦.୩°C, କେନ୍ଦୁଝରର ତାପମାତ୍ରା ୩୯.୬°C, ସମ୍ବଲପୁରର ତାପମାତ୍ରା ୩୯°C, ରାଉରକେଲାର ତାପମାତ୍ରା ୩୮.୮°C, ପାରଦ୍ୱୀପର ତାପମାତ୍ରା ୩୪.୨°C, ପୁରୀର ତାପମାତ୍ରା ୩୪.୨°C, ଗୋପାଳପୁରର ତାପମାତ୍ରା ୩୪°C ରେକର୍ଡ ହୋଇଛି । ସୂଚନା ଥାଉକି, ଆଶା ଥିଲା କାଳବୈଶାଖୀ ତ୍ରାହି ଆଣିବ । ମାତ୍ର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ, ସେଭଳି ବର୍ଷା ହେଲାନି । ବୁଧବାର ଭୁବନେଶ୍ୱରରେ ଦିନ ୨ଟା ଯାଏଁ ଜଳେଇବା ପରେ ଅପରାହ୍ନରେ ଟିକିଏ ବର୍ଷା ଛିଞ୍ଚିଲା । ଆଗକୁ ଆଉ ବର୍ଷା ନାହିଁ । ଦୂର ଦୂର ଯାଏଁ ବର୍ଷା ସମ୍ଭାବନା ଦେଖାଯାଉନି । ପାଣିପାଗ ପୂର୍ବାନୁମାନ ଦେଖାଉଛି ଛାତି ଥରାଇ ଦେଲା ଭଳି ଚିତ୍ର । ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଯମ ଯନ୍ତ୍ରଣାରେ ଛଯପଟ ହେବେ । ଜଳିବେ, ସିଝିବେ, ସନ୍ତୁଳି ହେବେ ଏ ନିଆଁ ମାଡ଼ରେ ।
୨୫/୦୪: ଜଳିବେ, ସିଝିବେ, ସନ୍ତୁଳି ହେବେ ଏ ନିଆଁ ମାଡ଼ରେ । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ୪୧.୧ °C ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ । ଏହା ପଛକୁ ରହିଛି ବାଲେଶ୍ୱର । ଯାହାର ତାପମାତ୍ରା 4୧°C ରେକର୍ଡ ହୋଇଛି ।
ସେହିଭଳି ଚାନ୍ଦବାଲିର ତାପମାତ୍ରା ୪୧°C, ଝାରସୁଗୁଡାର ତାପମାତ୍ରା ୪୦.୪°C, ହୀରାକୁଦର ତାପମାତ୍ରା ୪୦.୩°C, କେନ୍ଦୁଝରର ତାପମାତ୍ରା ୩୯.୬°C, ସମ୍ବଲପୁରର ତାପମାତ୍ରା ୩୯°C, ରାଉରକେଲାର ତାପମାତ୍ରା ୩୮.୮°C, ପାରଦ୍ୱୀପର ତାପମାତ୍ରା ୩୪.୨°C, ପୁରୀର ତାପମାତ୍ରା ୩୪.୨°C, ଗୋପାଳପୁରର ତାପମାତ୍ରା ୩୪°C ରେକର୍ଡ ହୋଇଛି ।
ସୂଚନା ଥାଉକି, ଆଶା ଥିଲା କାଳବୈଶାଖୀ ତ୍ରାହି ଆଣିବ । ମାତ୍ର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ, ସେଭଳି ବର୍ଷା ହେଲାନି । ବୁଧବାର ଭୁବନେଶ୍ୱରରେ ଦିନ ୨ଟା ଯାଏଁ ଜଳେଇବା ପରେ ଅପରାହ୍ନରେ ଟିକିଏ ବର୍ଷା ଛିଞ୍ଚିଲା । ଆଗକୁ ଆଉ ବର୍ଷା ନାହିଁ । ଦୂର ଦୂର ଯାଏଁ ବର୍ଷା ସମ୍ଭାବନା ଦେଖାଯାଉନି ।
ପାଣିପାଗ ପୂର୍ବାନୁମାନ ଦେଖାଉଛି ଛାତି ଥରାଇ ଦେଲା ଭଳି ଚିତ୍ର । ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଯମ ଯନ୍ତ୍ରଣାରେ ଛଯପଟ ହେବେ । ଜଳିବେ, ସିଝିବେ, ସନ୍ତୁଳି ହେବେ ଏ ନିଆଁ ମାଡ଼ରେ ।