ଓଏଏସ୍‌‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଓଏଏସ୍‌‌ ସ୍ତରରେ ଅଦଳବଦଳ ହୋଇଛି। ଲଙ୍କେଶ୍ୱର ଅମାତ ଯାଜପୁର କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି। ସେ ଝାରୁସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଥିଲେ। ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ରାମଚନ୍ଦ୍ର କିସ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜକୁ ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛନ୍ତି। ସିଏମ୍‌‌ସି ଯୁଗ୍ମ କମିସନର ଅନିତା ପାତ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ, ବାରିପଦା ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ କେନ୍ଦୁଝର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ […]

ଓଏଏସ୍‌‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
OAS

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଓଏଏସ୍‌‌ ସ୍ତରରେ ଅଦଳବଦଳ ହୋଇଛି। ଲଙ୍କେଶ୍ୱର ଅମାତ ଯାଜପୁର କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି। ସେ ଝାରୁସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଥିଲେ। ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ରାମଚନ୍ଦ୍ର କିସ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜକୁ ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛନ୍ତି। ସିଏମ୍‌‌ସି ଯୁଗ୍ମ କମିସନର ଅନିତା ପାତ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ, ବାରିପଦା ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ କେନ୍ଦୁଝର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ, ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଥିବା ତ୍ରିଲୋଚନ ମହାନ୍ତିଙ୍କୁ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଥିବା ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସିଏମ୍‌‌ସି ଯୁଗ୍ମ କମିସନର ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାଉରକେଲା ମହାନଗର ନିଗମ ଡେପୁଟି କମିସନର ଥିବା ସୁଧାଂଶୁ କୁମାର ଭୋଇଙ୍କୁ ଗଞ୍ଜାମ ଡୁଡା (ପ୍ରକଳ୍ପ ନିର୍ଦ୍ଦେଶକ) ଭାବେ ବଦଳି କରାଯାଇଛି। କେନ୍ଦୁଝର ସରକାରୀ ମେଡିକାଲ୍‌‌ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ପଲ୍ଲବୀ ନାୟକଙ୍କୁ ରାଉରକେଲା ମହାନଗର ନିଗମର ଯୁଗ୍ମ କମିସନର ଭାବେ ବଦଳି କରାଯାଇଛି। ବରଗଡ଼ ବିଡିଓ ସୂରଜ ପଟ୍ଟନାୟକଙ୍କୁ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଭାବେ ବଦଳି କାରଯାଇଛି। ଏହା ପୂର୍ବରୁ କୋରାପୁଟ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ହୋଇଥିବା ତାଙ୍କ ବଦଳି ଆଦେଶକୁ ବାତିଲ୍‌‌ କରାଯାଇଛି।

ସେହିପରି ହିଞ୍ଜିଳିକାଟୁ ବିଡିଓ ଥିବା ସୁବ୍ରତ କୁମାର ଜେନାଙ୍କୁ ବ୍ରହ୍ମପୁର ସିଡିଏମ୍‌‌ଓ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି। ସିଏମ୍‌‌ସି ଡେପୁଟି କମିସନର ଅମ୍ରିତ ସରକାରଙ୍କୁ କୋରାପୁଟ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କେନ୍ଦୁଝର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କୁ ବାରିପଦା ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଥିବା ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ କରାଯାଇଥିବା ବଦଳିକୁ ବାତିଲ୍‌‌ କରାଯାଇଛି।