ଓଏନ୍‌ଜିସି ଓ ଏସ୍‌ବିଆଇରୁ ଅଂଶଧନ ବିକ୍ରି କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦୁଇ ପବ୍ଲିକ୍‌ ସେକ୍ଟର କମ୍ପାନୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI), ଓ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ(ONGC)ରେ ଥିବା ସରକାରୀ ଅଂଶଧନ ବିକ୍ରି କରିପାରନ୍ତି କେନ୍ଦ୍ର ସରକାର। ସୂଚନା ଅନୁସାରେ, ଏସ୍‌ବିଆଇରେ କେନ୍ଦ୍ର ସରକାରଙ୍କର ୫୭.୪୯ ପ୍ରତିଶତ ଅଂଶଧନ ରହିଛି। ସେହିପରି ଓନ୍‌ଜିସିରେ ୫୮.୮୯ ସରକାରୀ ଅଂଶ ଭାଗ ରହିଛି। ଏହି ଦୁଇଟି କମ୍ପାନୀର ଷ୍ଟକ୍‌ କେନ୍ଦ୍ର ସରକାର ବିକ୍ରି କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାରୀ କମ୍ପାନୀଗୁଡ଼ିକରେ ସରକାରୀ ଅଂଶନ ବିକ୍ରି କରିବାରେ କୌଣସି ସମସ୍ୟା ନାହିଁ। ଆଉ ନା ସରକାର ନିଜର କମ୍ପାନୀରେ ମାଇନୋରିଟି ଷ୍ଟକ୍‌ ରଖିବା ବିରୋଧରେ ଅଛନ୍ତି। କୌଣସି ଫାର୍ମରେ ୫୦ ପ୍ରତିଶତରୁ କମ୍ ଅଂଶ ରହିଲେ ଏହାକ ମାଇନୋରୋଟି ଷ୍ଟକ୍ ବୋଲି କୁହାଯାଏ। ପଢ଼ନ୍ତୁ-୬.୭% ହାରରେ ଦୌଡ଼ିବ ଦେଶର ଅର୍ଥନୀତି, ୨୦୩୧ ପର୍ଯ୍ୟନ୍ତ ନାହିଁ କୌଣସି ବାଧା: ରିପୋର୍ଟ ସେପଟେ ଏସ୍‌ବିଆଇ ତୃତୀୟ ତ୍ରୟମାସିକ ରିପୋର୍ଟ ଜାରି କରିଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଏସ୍‌ବିଆଇର ନେଟ୍ ପ୍ରଫିଟ୍‌ ବାର୍ଷିକ ଆଧାରରେ ୩୫ ପ୍ରତିଶତ ହ୍ରାସ ହୋଇ ୯,୧୬୩ କୋଟି ହୋଇଛି। ଗତବର୍ଷ ସମାନ ଅବଧିରେ ୧୪,୨୦୫ କୋଟି ଟଙ୍କା ପ୍ରଫିଟ୍ ହୋଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭର ୯ ମାସ ପୂର୍ବରୁ ୪୦,୩୭୮ କୋଟି

ଓଏନ୍‌ଜିସି ଓ ଏସ୍‌ବିଆଇରୁ ଅଂଶଧନ ବିକ୍ରି କରିପାରନ୍ତି କେନ୍ଦ୍ର ସରକାର

nirmala-sitaraman

ନୂଆଦିଲ୍ଲୀ: ଦୁଇ ପବ୍ଲିକ୍‌ ସେକ୍ଟର କମ୍ପାନୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI), ଓ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ(ONGC)ରେ ଥିବା ସରକାରୀ ଅଂଶଧନ ବିକ୍ରି କରିପାରନ୍ତି କେନ୍ଦ୍ର ସରକାର। ସୂଚନା ଅନୁସାରେ, ଏସ୍‌ବିଆଇରେ କେନ୍ଦ୍ର ସରକାରଙ୍କର ୫୭.୪୯ ପ୍ରତିଶତ ଅଂଶଧନ ରହିଛି। ସେହିପରି ଓନ୍‌ଜିସିରେ ୫୮.୮୯ ସରକାରୀ ଅଂଶ ଭାଗ ରହିଛି। ଏହି ଦୁଇଟି କମ୍ପାନୀର ଷ୍ଟକ୍‌ କେନ୍ଦ୍ର ସରକାର ବିକ୍ରି କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାରୀ କମ୍ପାନୀଗୁଡ଼ିକରେ ସରକାରୀ ଅଂଶନ ବିକ୍ରି କରିବାରେ କୌଣସି ସମସ୍ୟା ନାହିଁ। ଆଉ ନା ସରକାର ନିଜର କମ୍ପାନୀରେ ମାଇନୋରିଟି ଷ୍ଟକ୍‌ ରଖିବା ବିରୋଧରେ ଅଛନ୍ତି। କୌଣସି ଫାର୍ମରେ ୫୦ ପ୍ରତିଶତରୁ କମ୍ ଅଂଶ ରହିଲେ ଏହାକ ମାଇନୋରୋଟି ଷ୍ଟକ୍ ବୋଲି କୁହାଯାଏ।

ପଢ଼ନ୍ତୁ-୬.୭% ହାରରେ ଦୌଡ଼ିବ ଦେଶର ଅର୍ଥନୀତି, ୨୦୩୧ ପର୍ଯ୍ୟନ୍ତ ନାହିଁ କୌଣସି ବାଧା: ରିପୋର୍ଟ

ସେପଟେ ଏସ୍‌ବିଆଇ ତୃତୀୟ ତ୍ରୟମାସିକ ରିପୋର୍ଟ ଜାରି କରିଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଏସ୍‌ବିଆଇର ନେଟ୍ ପ୍ରଫିଟ୍‌ ବାର୍ଷିକ ଆଧାରରେ ୩୫ ପ୍ରତିଶତ ହ୍ରାସ ହୋଇ ୯,୧୬୩ କୋଟି ହୋଇଛି। ଗତବର୍ଷ ସମାନ ଅବଧିରେ ୧୪,୨୦୫ କୋଟି ଟଙ୍କା ପ୍ରଫିଟ୍ ହୋଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭର ୯ ମାସ ପୂର୍ବରୁ ୪୦,୩୭୮ କୋଟି ଷ୍ଟାଣ୍ଡାର୍ଡଲୋନ୍ ପ୍ରଫିଟ୍ ହୋଇଥିଲା।  

The post ଓଏନ୍‌ଜିସି ଓ ଏସ୍‌ବିଆଇରୁ ଅଂଶଧନ ବିକ୍ରି କରିପାରନ୍ତି କେନ୍ଦ୍ର ସରକାର appeared first on Prameya News7.