ଓଜନ କମାଇବା ପାଇଁ ଚାହୁଁଛନ୍ତି କି...ପି‌ଅନ୍ତୁ ଏହି ୫ଟି ସୁପ୍...

ବେଳେବେଳେ ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି , ତେବେ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍...

ଓଜନ କମାଇବା ପାଇଁ ଚାହୁଁଛନ୍ତି କି...ପି‌ଅନ୍ତୁ ଏହି ୫ଟି ସୁପ୍...

ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ମୁଖ୍ୟ ସମସ୍ୟା । ଅନେକ ନିଜ ମୋଟାପଣ ଅଥବା ଓଜନକୁ ନେଇ ବହୁ ଚିନ୍ତିତ । ଓଜନ କମାଇବା ପାଇଁ କେହି କେହି ବିଭିନ୍ନ ପଦ୍ଧତି ଆପଣାଇଥାନ୍ତି । କିଏ ଜିମ୍ ଯାଇଛି ତ ପୁଣି କିଏ ଡାଏଟ କରୁଛି । ସଭିଏଁ ଚାହାନ୍ତି ଫିଟ୍‌ ରହିବାକୁ। ମାତ୍ର ଖାଦ୍ୟକୁ ନିୟନ୍ତ୍ରଣରେ ରଖି ଫିଟ୍‌ ରହିବାକୁ କେହି ବି ଚାହାନ୍ତି ନାହିଁ। ସଭିଏଁ ଚାହାନ୍ତି ଆମେ ସବୁ ସ୍ବାଦିଷ୍ଟ ଜିନିଷ ଖାଇବା ପରେ ଯେପରି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରୁ। ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ଖାଇବା ପୂର୍ବରୁ ଗ୍ରହଣ କରିବା ଦ୍ୱାରା ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ।

ବେଳେବେଳେ ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ, କେତେ ଦିନ ବା ଖାଇବା ଉପରେ ନିୟନ୍ତ୍ରଣ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍‌ ହେତୁ ମୋଟାପଣ ବଢ଼ିଥାଏ। ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍‌ ନିଷ୍ପତ୍ତି।

ଓଜନ ହ୍ରାସ କରିବା ପାଇଁ ସୁପ୍:

 ମୁଗ ଡାଲି ଓ ଗାଜର ତିଆରି ସୁପ୍

  • ଆପଣଙ୍କ ଖାଦ୍ୟରେ ମୁଗ ଡାଲି ଓ ଗାଜରରେ ତିଆରି ସୁପ୍ ଏକ ଭଲ ପରିବର୍ତ୍ତନ ଆଣିବ । ଏଥିରେ କ୍ୟୋଲୋରୀ ମାତ୍ରା ଅତ୍ୟଧିକ କମ୍ ଥାଏ । ଫଳରେ ଏହି ସୁପ୍ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 

ଦହି ସୁପ୍:

  • ଓଜନ କମାଇବା ପାଇଁ  ଦହି ସୁପ୍‌କୁ ସର୍ବୋତ୍ତମ ସୁପ୍ ଭାବେ ବିବେଚନା କରାଯାଏ ।  ଏହି ସୁପ୍‌ରେ ଟମାଟୋ, ଅଳ୍ପ ବସା ଦହି,କାକୁଡି ପିଆଜ ମିଶାଯାଏ । ଏହି ସୁପ୍‌ ପିଇବା ଦ୍ୱାରା ଶରୀରରେ କ୍ୟାଲୋରୀ ନିୟନ୍ତ୍ରିତ ହୋଇଥାଏ । 

ରସୁଣ ଓ ପନିପରିବା ସୁପ୍:

  • ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଗୋଟିଏ ଫୁଲକୋବି, ୬ଟି ପିଆଜ ନିଅନ୍ତୁ। ତାହାକୁ ଖୁବ୍‌ ସାନ ସାନ କରି କାଟିଦିଅନ୍ତୁ। ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ।
  • ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ। ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ।  ଏହି ସୁପ୍‌କୁ ଖାଦ୍ୟ ଖାଇବାର ୧୦ ମିନିଟ୍‌ ପୂର୍ବରୁ ପିଅନ୍ତୁ।
  • ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି। ପ୍ରତିଦିନ ଏହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ ନିଶ୍ଚୟ ନିୟନ୍ତ୍ରଣରେ ରହିବ।

ମକା ଓ ମଟର ସୁପ୍:

  • ଓଜନ କମାଇବା ପାଇଁ ଏହି ସୁପ୍‌ ଲାଭଦାୟକ ଅଟେ । ମଟର ଓ ମକାର ମିଶ୍ରଣରେ ଏହି ସୁପ୍ ହୋଇଥାଏ । ଏହି ସୁପ୍ ପିଇବା ଦ୍ୱାରା ପେଟ ପୂର୍ଣ୍ଣ ରହିଥାଏ,ଜଲଦି ଭୋକ ଲାଗିନଥାଏ । ସବୁଜ ମଟରରେ ଫାଇବର ମଧ୍ୟ ଅଧିକ ଥାଏ ଯାହା ଶରୀର ପାଇଁ ଲାଭଦାୟକ ଅଟେ । 

ଲାଲ୍ ମସୁର ଡାଲି ସୁପ୍

  • ଓଜନ ହ୍ରାସ ପାଇଁ ଆପଣ ଲାଲ୍ ମସୁର ଡାଲି ର ସୁପ୍ ସେବନ କରିପାରିବେ । ଲାଲ୍ ମସୁର ଡାଲି ଆପଣଙ୍କ ଶରୀରରୁ ଓଜନ କମାଇବ ଏବଂ ପ୍ରୋଟିନ ଦେବ ।